Advertisment

ଏହି ହେଭିୱେଟ ବିଧାୟକ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନରେ ରହିଛନ୍ତି ବହୁ ହେଭିୱେଟ ବିଧାୟକ। ଆଉ କେଇ ଘଣ୍ଟା ପରେ ଏମାନଙ୍କ ଭାଗ୍ୟ ସିଲ୍‌ ହେବ ଇଭିଏମ୍‌ରେ। ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରେ ଲଢୁଛନ୍ତି  ୩୫୬ ବିଧାୟକ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୧ ଜଣ ପ୍ରାର୍ଥୀ ଜାତୀୟ ଦଳର, ୪୨ ଆଞ୍ଚଳିକ ଦଳର, ୯୦ଅନ୍ୟାନ୍ୟ ଦଳର ଏବଂ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ  ପୁରୁଷ ପ୍ରାର୍ଥୀ ଅଛନ୍ତି ୩୧୮ । […]

ଏହି ହେଭିୱେଟ ବିଧାୟକ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ttt

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନରେ ରହିଛନ୍ତି ବହୁ ହେଭିୱେଟ ବିଧାୟକ। ଆଉ କେଇ ଘଣ୍ଟା ପରେ ଏମାନଙ୍କ ଭାଗ୍ୟ ସିଲ୍‌ ହେବ ଇଭିଏମ୍‌ରେ। ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରେ ଲଢୁଛନ୍ତି  ୩୫୬ ବିଧାୟକ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୧ ଜଣ ପ୍ରାର୍ଥୀ ଜାତୀୟ ଦଳର, ୪୨ ଆଞ୍ଚଳିକ ଦଳର, ୯୦ଅନ୍ୟାନ୍ୟ ଦଳର ଏବଂ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ  ପୁରୁଷ ପ୍ରାର୍ଥୀ ଅଛନ୍ତି ୩୧୮ ।  ଏହି ପାଳିରେ ରାଜ୍ୟର ପ୍ରମୁଖ ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରିବେ ।  

Advertisment

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ ବିଧାନସଭା ଆସନରେ ରହିଛନ୍ତି ବହୁ ହେଭିୱେଟ। ଏକାମ୍ରରେ ଅଛନ୍ତି ବିଜେଡି ପୂର୍ବ ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତରରେ ଅଭିନେତ୍ରୀ ଅପରାଜିତା ମହାନ୍ତି, ମଧ୍ୟ ଭୁବନେଶ୍ୱରରେ ଅଛନ୍ତି ମେୟର ଅନନ୍ତ ଜେନା।

ସେହପରି ଜଟଣୀ ବିଧାନସଭା ଆସନରେ ଅଛନ୍ତି କଂଗ୍ରେସର ସୁରେଶ ରାଉତରାୟ ଓ ଜୟଦେବରେ ଅଛନ୍ତି ଅରବିନ୍ଦ ଢାଲି। ୨୩ ତାରିଖ ମତଦାନ ପରେ ଜଣାପଡ଼ିବ, କାହା ପାଇଁ ଖୋଲୁଛି ବିଧାନସଭା ବାଟ!

Advertisment

କଟକ ଲୋକସଭା ଆସନ ଅଧୀନସ୍ଥ ୭ ବିଧାନସଭା ଆସନରେ ଅଛନ୍ତି ଏକାଧିକ ହେଭିୱେଟ ।  ବଡମ୍ବା ବିଧାନସଭା ଆସନେର ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର, ଆଠଗଡ଼ରେ ବିଜେଡିର ରାଜା ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ଉମା ରଥ, ଚୌଦ୍ୱାରରେ ବିଜେଡି ପ୍ରାର୍ଥୀ ତଥା ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, କଟକ ବାରବାଟିରେ ଅଛନ୍ତି  ବିଜେପିର ଭେଟେରାନ ସମୀର ଦେ, କଂଗ୍ରେସର ମହମ୍ମଦ ମୋକିମ୍‌। ସହିପରି ଖଣ୍ଡପଡା ବିଧାନସଭା ଆସନରେ ଅଛନ୍ତି ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସଦର ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା। ଅନୁଭୂତି, ଅଭିଜ୍ଞତା ଏବଂ ପ୍ରତିଷ୍ଠାରେ କେହି କାହାକୁ କମ୍‌ ନାହାନ୍ତି।  

ସେହପରି କେନ୍ଦୁଝରରେ ଲଢୁଛନ୍ତି ବହୁ ରାଜ୍ୟ ସ୍ତରୀୟ ନେତା। ଆନନ୍ଦପୁର ବିଧାନସଭା ଆସନରୁ ଲଢୁଛନ୍ତି କଂଗ୍ରେସର ଜୟଦେବ ଜେନା, ଘଷିପୁରାରୁ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ଏହି ଦୁଇ ବିଧାନସଭା ଆସନରେ ମଧ୍ୟ ବିଜେଡିର ୨ ହେଭିୱେଟ ନେତା ଅଛନ୍ତି। ସେମାନେ ହେଲେ ଆନନ୍ଦପୁର ଆସନରୁ ଭଗିରଥୀ ସେଠୀ ଓ ଘଷିପୁରାରୁ ବଦ୍ରି ନାରାୟଣ ପାତ୍ର।

ପୁରୀ ଲୋକସଭା ଆସନ ଅଧୀନରେ ଥିବା ବିଧାନସଭା ଆସନରେ ମଧ୍ୟ ଅଛନ୍ତି ବହୁ ଚର୍ଚ୍ଚିତ ନେତା । ପୁରୀ ସଦରରେ ଅଛନ୍ତି ବିଜେଡିର ପୁରୁଖା ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ତଥା ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାନସଭାର ପୁରୁଖା କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପିପିଲିରୁ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ,ନୟାଗଡ଼ ବିଧାନସଭାରେ ଅଛନ୍ତି ବିଜେଡିର ଅରୁଣ ସାହୁ ପ୍ରମୁଖ।

ସେହିପରି ସମ୍ବଲପୁର ଲୋକସଭା ଅଧୀନରେ ଅଛନ୍ତି ବହୁ ପୁରୁଖା ତଥା ଅଭିଜ୍ଞ ବିଧାୟକ ପ୍ରାର୍ଥୀ। ସମ୍ବଲପୁର ସଦର ଆସନରେ ଅଛନ୍ତି ଡାକ୍ତର ତଥା ବିଧାୟକା ରାସେଶ୍ୱରୀ ପ୍ରାଣିଗ୍ରାହୀ, ବିଜେପିର ଜୟ ନାରାୟଣ ମିଶ୍ର, କଂଗ୍ରେସର ଅଶ୍ୱିନୀ ପୂଜାରୀ। ସେହିପରି କୁଚିଣ୍ଡା ଆସନରେ ଅଛନ୍ତି ବିଜେପିର ନାଉରୀ ନାୟକ, ରେଢାଖୋଲରେ ଅଛନ୍ତି ରୋହିତ ପୂଜାରୀ ପ୍ରମୁଖ।

ତେବେ ଦେଖାଯାଉ, କାହା ଭାଗ୍ୟରେ ଅଛି ବିଧାନସଭା ସିଟ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe