Advertisment

ହରିୟାଣାରେ ପଙ୍ଗପାଳ ଆତଙ୍କ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି। ରାଜସ୍ଥାନରୁ ଏବେ ହରିୟାଣାରେ ପହଞ୍ଚିଛନ୍ତି ପଙ୍ଗପାଳ । ଗୁରୁଗ୍ରାମ ସହରରେ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଘର ଛାତ, ରାସ୍ତା ଏବଂ ଖୋଲା ପଡ଼ିଆରେ ବହୁ ସଂଖ୍ୟକ ପଙ୍ଗପାଳଙ୍କୁ ହଠାତ୍ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ବହୁ ସଂଖ୍ୟାରେ ପଙ୍ଗପାଳ ଚାଷ ଜମିରେ ବସି ରହିଛନ୍ତି। ଯାହାଦ୍ୱାରା ଫସଲ ନଷ୍ଟ ହେବା […]

author-image
Jyoshna Pradhan
ହରିୟାଣାରେ ପଙ୍ଗପାଳ ଆତଙ୍କ

hariyana

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି। ରାଜସ୍ଥାନରୁ ଏବେ ହରିୟାଣାରେ ପହଞ୍ଚିଛନ୍ତି ପଙ୍ଗପାଳ । ଗୁରୁଗ୍ରାମ ସହରରେ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଘର ଛାତ, ରାସ୍ତା ଏବଂ ଖୋଲା ପଡ଼ିଆରେ ବହୁ ସଂଖ୍ୟକ ପଙ୍ଗପାଳଙ୍କୁ ହଠାତ୍ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Advertisment

ସେହିପରି ବହୁ ସଂଖ୍ୟାରେ ପଙ୍ଗପାଳ ଚାଷ ଜମିରେ ବସି ରହିଛନ୍ତି। ଯାହାଦ୍ୱାରା ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛନ୍ତି। ମୌସୁମୀ ଆସିବା ପରେ ପଙ୍ଗପାଳଙ୍କ ଗତିବିଧିରେ ପରିବର୍ତ୍ତନ ହୋଇଥିଲା।  ତେବେ ପୁଣି ଥରେ ଏବେ ପଙ୍ଗପାଳ ଉତ୍ତର ଭାରତ ଆଡ଼କୁ ମୁହାଁଇବା ପରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା କରାଯାଉଛି।