Advertisment

ସୋରରେ ଶଙ୍ଖନାଦ ପୁଣି ଶୁଭିବ ତ!

ବାଲେଶ୍ୱର ଜିଲ୍ଲାର ସୋର ନିର୍ବାଚନ ମଣ୍ଡଳୀ।  ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି ଏହି ଆସନ। କବିବର ରାଧାନାଥ ରାୟଙ୍କ ପାଇଁ ଏହି ମାଟି ଗର୍ବିତ ।  ଏହି ନିର୍ବାଚନ ମଣ୍ଡଳୀ ସୋର ଓ ବାହାନଗା ବ୍ଲକର କିଛି ପଞ୍ଚାୟତକୁ ନେଇ ଗଠିତ।  ପୂର୍ବରେ ବଙ୍ଗୋପ ସାଗର ପାଖରୁ ଆରମ୍ଭ ହୋଇଛି ।  ପଶ୍ଚିମରେ ବାଗୁଡି ଓ ଶିଙ୍ଗାଖୁଣ୍ଟାରେ ରହିଛି ପାହାଡ। ପଥର ଖୋଦେଇ କାମ ପାଇଁ ସୋରର ଖ୍ୟାତି ରହିଛି।  ସୋରରେ ୧୬ ନମ୍ବର ଜାତୀୟ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ସୋରରେ ଶଙ୍ଖନାଦ ପୁଣି ଶୁଭିବ ତ!

Soro-pics

ବାଲେଶ୍ୱର ଜିଲ୍ଲାର ସୋର ନିର୍ବାଚନ ମଣ୍ଡଳୀ।  ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି ଏହି ଆସନ। କବିବର ରାଧାନାଥ ରାୟଙ୍କ ପାଇଁ ଏହି ମାଟି ଗର୍ବିତ ।  ଏହି ନିର୍ବାଚନ ମଣ୍ଡଳୀ ସୋର ଓ ବାହାନଗା ବ୍ଲକର କିଛି ପଞ୍ଚାୟତକୁ ନେଇ ଗଠିତ।  ପୂର୍ବରେ ବଙ୍ଗୋପ ସାଗର ପାଖରୁ ଆରମ୍ଭ ହୋଇଛି ।  ପଶ୍ଚିମରେ ବାଗୁଡି ଓ ଶିଙ୍ଗାଖୁଣ୍ଟାରେ ରହିଛି ପାହାଡ। ପଥର ଖୋଦେଇ କାମ ପାଇଁ ସୋରର ଖ୍ୟାତି ରହିଛି।  ସୋରରେ ୧୬ ନମ୍ବର ଜାତୀୟ ରାଜପଥ, ରେଲୱେ ଷ୍ଟେସନ ଓ ଗମନା ଗମନ ପାଇଁ ବେଶ ସୁବିଧା ସୁଯୋଗ ଥିବାରୁ ଏହା ଜିଲ୍ଲାର ଏକ  ବ୍ୟାବସାୟିକ ପେଣ୍ଠସ୍ଥଳୀ ପାଲିଟିଛି ।

Advertisment

ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ବାବେ ଜଣାଶୁଣା ଥିଲା  ୨୦୧୪ ନିର୍ବାଚନରେ ପ୍ରଥମ ପାଇଁ ବିଜେଡି ଦଖଲ କରିଥିଲା ସୋର ନିର୍ବାଚନ ମଣ୍ଡଳୀକୁ ।

publive-image

୨୦୦୯ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ବେଳେ ବାହାନଗା ବ୍ଲକର ୫ଟି ପଞ୍ଚାୟତ ଚାଲିଯାଇଥିଲା ନୀଳଗିରି ନିର୍ବାଚନ ମଣ୍ଡଳୀକୁ । ୧୯୫୧ ମସିହାରୁ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀ ରାଜୁତି କରି ଆସୁଥିଲା। କାର୍ତ୍ତିକ ମହାପାତ୍ର  ସୋରରୁ ୩ଥର ବିଧାୟକ ଓ ଥରେ ବାଲେଶ୍ୱରର ସାଂସଦ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ।  କିନ୍ତୁ ୨୦୦୯ ମସିହାରେ ଏହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିବା ପରେ ସୁରେନ୍ଦ୍ର ପରମାଣିକ ପ୍ରାର୍ଥୀ ହୋଇଥିଲେ।  ଆଉ ଏଠାରୁ ମଧ୍ୟ ଜିତିଥିଲେ। ହେଲେ  ୨୦୧୪ ବିଧାନ ସଭା ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡିର ପର୍ଶୁରାମ ଧଡା ଏହି ଆସନକୁ ନିଜ ଦଖଲକୁ ନେବାରେ ସଫଳ ହୋଇଥିଲେ।

Advertisment

ରାଜେନୈତିକ ସ୍ଥିତି

୩୦ ବର୍ଷ ଧରି କଂଗ୍ରେସର ଗଡ଼ ଭାବେ ଉଭା ହୋଇଥିଲା ସୋରୋ ନିର୍ବାଚନ ମଣ୍ଡଳୀ।  ଦିବଙ୍ଗତ କଂଗ୍ରେସ ବିଧାୟକ କାର୍ତ୍ତିକ ମହାପାତ୍ର ସୋରକୁ ନିଜ କବଜାରେ ରଖିଥିଲେ।  କିନ୍ତୁ ୨୦୧୪ରେ ଭୁଷୁଡି ପଡିଥିଲା  କଂଗ୍ରେସ ଗଡ। ୨୦୧୪ ମସିହାରେ ପ୍ରଥମଥର ପାଇଁ ଏଠାରେ ଶୁଭିଥିଲା ଶଙ୍ଖନାଦ।  କାର୍ତ୍ତିକଙ୍କ ମୃତ୍ୟୁପରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇ ପଡ଼ିଥିଲା। ତାଙ୍କ ବିୟୋଗ ପରେ କିଛି କର୍ମୀ ବିଜେଡିକୁ ଚାଲିଗଲେ।  ଏହି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାରୁ ବ୍ଲକ ଅଧ୍ୟକ୍ଷା ଥିବା କାର୍ତ୍ତିକଙ୍କ  ଝିଅ ମଧ୍ୟ ଏଠାରୁ ଛିଡା ହୋଇପାରିବେନି।  ତେଣୁ ସୋରର କଂଗ୍ରେସର ଚିତ୍ର ଏବେ ବି ଅସ୍ପଷ୍ଟ

ବିଜେଡି: ୨୦୧୪ ରେ ବିଜେଡି ସୋର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଖଲ କରିଥିଲା। ବିଜେଡିରୁ ପର୍ଶୁରାମ ଧଡା ବିଜେପି ହାତ ଛାଡି ନବୀନଙ୍କ ହାତ ଧରିବା ପରେ ଏଠାରୁ ବିଜୟୀ ହୋଇଥିଲେ।  କିନ୍ତୁ କିଛି ବିଜେଡି କର୍ମୀ ଓ ସାଂସଦ ଅର୍ଜୁନ ସେଠୀ ତାଙ୍କ ଉପରେ ଅସନ୍ତୁଷ୍ଟ  ଥିବା ଚର୍ଚ୍ଚା ହେଉଛି।  ତେଣୁ ତାଙ୍କ ସ୍ଥାନରେ ସୋରର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପରମାଣିକ ବିଜେଡିରେ ମିଶିଥିବାରୁ ସେ ଛିଡା ହେବାନେଇ ଆଶା ବାନ୍ଧିଛନ୍ତି।  ଦଳ ଓ ଦଳର ସୁପ୍ରିମୋଙ୍କର ତାଙ୍କ ଉପରେ ଭରସା ଅଛି।  ତେଣୁ ଲୋକ ସମ୍ପର୍କ ବଢାଇବାରେ ସେ ଲାଗି ପଡିଛନ୍ତି।  ସୋର ନିର୍ବାଚନ ମଣ୍ଡଳୀର ୧୫ଟି ଗ୍ରାମ ପଞ୍ଚାୟତର ବନ୍ୟା ଓ ସମୁଦ୍ରର ଲୁଣିଜୁଆରରୁ ଚାଷ ଓ ଚାଷୀଙ୍କୁ ସୁରକ୍ଷା ଦେବା ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି ।

publive-image

କଂଗ୍ରେସ: ସେହିପରି କଂଗ୍ରେସର ଦୁର୍ଗ ଥିବା ସୋରରେ ଏଥର କିଏ କଂଗ୍ରେସର ମଙ୍ଗଧରିବ ସେ ଚିତ୍ର ଏବେ ବି ଅସ୍ପଷ୍ଟ । କାର୍ତ୍ତିକ ମହାପାତ୍ରଙ୍କ ବିୟୋଗ ପରେ ଦଳ ଏବେ ବାଟବଣା ହୋଇଯାଇଛି। ଏହି ଆସନ ସଂରକ୍ଷିତ ହେବା ପରେ ୨୦୦୯ ମସିହାରେ  କାର୍ତ୍ତିକ ଜଣେ ଦକ୍ଷ ଅବସରପ୍ରାପ୍ତ ପ୍ରଶାସକ ସୁରେନ୍ଦ୍ର ପରମାଣିକଙ୍କୁ ଏଠାରୁ ଛିଡା କରାଇଥିଲେ ଏବଂ ଜିତାଇଥିଲେ ମଧ୍ୟ । କିନ୍ତୁ ତାଙ୍କ ବିୟୋଗ ପରେ ସୁରେନ୍ଦ୍ର କଂଗ୍ରେସ ହାତ ଛାଡି ଦେଇଛନ୍ତି। ଅନ୍ୟପକ୍ଷେ  ଭଣ୍ଡାରିପୋଖରୀ ପୂର୍ବତନ ବିଧାୟକ ଅନନ୍ତ ସେଠୀ କିମ୍ବା ତାଙ୍କ ପୁଅ କୁମାର ଚିରଞ୍ଜିବୀ ଟିକେଟ୍ ପାଇଁ ଠିଆହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଗତଥର କଂଗ୍ରେସ ଟିକେଟରୁ ଛିଡ଼ ହୋଇ ଦ୍ୱିତୀୟ ସ୍ଥାନରେ ଥିବା ମୃତ୍ୟୁଞ୍ଜୟ ଜେନା ପୁଣିଥରେ ସୋର ସଂରକ୍ଷିତ ଆସନରୁ କଂଗ୍ରେସ ଟିକେଟରୁ ଲଢିବାପାଇଁ ଆଶା ରଖିଛନ୍ତି।

ବିଜେପି:ସୋରକୁ ସବ୍‌ଡିଭିଜନର ମାନ୍ୟତା ପାଇଁ ଦାବି କରି ବିଜେପି ନିର୍ବାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛି।  ସୋରକୁ ସବ୍‌ଡିଭିଜନ ମାନ୍ୟତା ଦେବାରେ ବିଜେଡି ସରକାର ବିଫଳ ହୋଇଛନ୍ତି  ଯାହାକୁ ନେଇ ବାରମ୍ବାର ଧାରଣା ଓ ଅନଶନ କରିଥିଲା ବିଜେପି । ଗତ ନିର୍ବାଚନରେ ପରାଜିତ ହୋଇଥିବା ରାକେଶ ମଲ୍ଲିକ ପୁଣିଥରେ ଏହି ସଂରକ୍ଷିତ ଆସନରୁ ଲଢିବେ ବୋଲି ବିଜେପି ଘୋଷଣା କରିଛି।  ସୋର ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା ପୂରଣ କରିବା ଦଳର ପ୍ରାର୍ଥମିକତା ହେବ ବୋଲି ସେ କହିଛନ୍ତି।