Advertisment

ଧବଳେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆରମ୍ଭ କଲେ ପ୍ରଚାର

କଟକ(ନୀଳକଣ୍ଠ ଦୋରା): କଟକ ସହରରେ ଉଷ୍ମ ହେଉଛି ରାଜନୀତି। ବିଜେଡି ପକ୍ଷରୁ ଏହି ପ୍ରମୁଖ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ନ ଥିବା ବେଳେ ବିଜେପି ହେବିୱେଟ୍‌ ନେତା ପ୍ରକାଶ ମିଶ୍ରଙ୍କୁ ଟିକେଟ ଦେଇଛି। ପୂର୍ବତନ ଓଡ଼ିଶା ପୁଲିସ୍‌ ଡିଜି ପ୍ରକାଶ ମିଶ୍ର କଟକବାସୀଙ୍କ ସହ ଆଗରୁ ପରିଚିତ। ନିଜ କାର୍ଯ୍ୟକାଳ ସମୟରେ ଶୃଙ୍ଖଳିତ ବ୍ୟକ୍ତିତ୍ୱ ପାଇଁ ସ୍ଥାନୀୟ ଲୋକଙ୍କର ସେ ପ୍ରିୟଭାଜନ ହୋଇଥିଲେ। ଏବେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇଛନ୍ତି। ଆଉ ଏହି […]

ଧବଳେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆରମ୍ଭ କଲେ ପ୍ରଚାର

pm

Advertisment

କଟକ(ନୀଳକଣ୍ଠ ଦୋରା): କଟକ ସହରରେ ଉଷ୍ମ ହେଉଛି ରାଜନୀତି। ବିଜେଡି ପକ୍ଷରୁ ଏହି ପ୍ରମୁଖ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇ ନ ଥିବା ବେଳେ ବିଜେପି ହେବିୱେଟ୍‌ ନେତା ପ୍ରକାଶ ମିଶ୍ରଙ୍କୁ ଟିକେଟ ଦେଇଛି। ପୂର୍ବତନ ଓଡ଼ିଶା ପୁଲିସ୍‌ ଡିଜି ପ୍ରକାଶ ମିଶ୍ର କଟକବାସୀଙ୍କ ସହ ଆଗରୁ ପରିଚିତ। ନିଜ କାର୍ଯ୍ୟକାଳ ସମୟରେ ଶୃଙ୍ଖଳିତ ବ୍ୟକ୍ତିତ୍ୱ ପାଇଁ ସ୍ଥାନୀୟ ଲୋକଙ୍କର ସେ ପ୍ରିୟଭାଜନ ହୋଇଥିଲେ। ଏବେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇଛନ୍ତି।

Advertisment

ଆଉ ଏହି ଅବସରେ ଆଜି ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ଆରମ୍ଭ କରିଛନ୍ତି ପ୍ରକାଶ। ଆଜି ସକାଳୁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ଶ୍ରୀ ମିଶ୍ର। ଏହା ସହ ସ୍ଥାନୀୟ ନେତାଙ୍କ ସହ ସେ ଆଲୋଚନା ମଧ୍ୟ କରିଛନ୍ତି।

ଏହି ଅବସରରେ ଲୋକେ ପରିବର୍ତ୍ତନ ଚାହୁଁଥିବା ବେଳେ ଆଗାମୀ ଦିନରେ ମୋଦିଙ୍କର ବିକାଶର ମୁଦ୍ଦା ପାଥେୟ କରି ଏଠି ମଧ୍ୟ ବିଜେପି କ୍ଷମତାକୁ ଆସିବ ବୋଲି କହିଛନ୍ତି। ଆଠଗଡ଼ର ସ୍ଥାନୀୟ ନେତା ଓ କର୍ମୀ ପ୍ରକାଶଙ୍କୁ ଧବଳେଶ୍ୱରଙ୍କ ପୀଠରେ ସ୍ୱାଗତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe