Advertisment

'ବିଗ୍ ବସ୍ OTT' ବିଜେତା ଏଲଭିଶ ରେଭ୍ ପାର୍ଟିକୁ ସାପ ଓ ସାପ ବିଷ ଯୋଗାଉଥିବା ଅଭିଯୋଗ

ଏହି ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ।

author-image
Debibandita Barick
ଅଦ୍ୟତନ ହୋଇଛି
Elvish yadav

Elvish yadav

'ବିଗ୍ ବସ୍ OTT' ସିଜନ୍-୨ ବିଜେତା ତଥା ସୋଶାଲ ମିଡିଆ ସେନ୍ସେସନ୍ ଏଲଭିଶ ଯାଦବଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ଏଲଭିଶ ରେଭ୍ ପାର୍ଟିକୁ ସାପ ଏବଂ ସାପ ବିଷ ଯୋଗାଣ କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ।  

Advertisment

ଏହି ପାଞ୍ଚ ଅଭିଯୁକ୍ତ ପୁଲିସକୁ ଏଲଭିଶଙ୍କ ନାମ କହିଛନ୍ତି। ସେମାନେ କହିଛନ୍ତି ଯେ, ଦିଲ୍ଲୀର ବିଭିନ୍ନ ଫାର୍ମ ହାଉସ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ପାର୍ଟିର ଆୟୋଜନ କରାଯାଇଥିଲା। ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭିଡିଓ ସୁଟିଂ ପାଇଁ ଏଲଭିଶ ଯାଦବ ସାପ ବ୍ୟବହାର କରିଥିଲେ। ରେଭ୍ ପାର୍ଟିରେ ଯୋଗ ଦେଇଥିବା ଲୋକମାନେ ସାପ ବିଷ ଗ୍ରହଣ କରିଥିଲେ। ବିଦେଶୀ ନାଗରିକଙ୍କୁ ନେଇ ଏହି ପାର୍ଟିର ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଗତକାଲି ନୋଏଡାର ସେକ୍ଟର 49ର ବିଭିନ୍ନ ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା ପୁଲିସ। ଏଥିରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଏଲଭିଶ ଯାଦବଙ୍କ ସମେତ 6 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ମାମଲାରେ ପାଞ୍ଚ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଲଭିଶଙ୍କୁ ଗିରଫ କରାଯାଇ ନାହିଁ।

Advertisment

ଅଭିଯୁକ୍ତଙ୍କ ନିକଟରୁ ପାଞ୍ଚଟି କୋବ୍ରା ଏବଂ ସାପ ବିଷ ଉଦ୍ଧାର କରାଯାଇଛି। ନଅଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

Bigg Boss OTT Winner Elvish Yadav Snake Venom