Advertisment

ମୁମ୍ବାଇ ପୁରୁଣା ହୋଇଗଲାଣି, ହାଇଦ୍ରାବାଦକୁ ଶିଫ୍ଟ ହେବ ବଲିଉଡ: ବିଆରଏସ୍ ନେତା

ହାଇଦ୍ରାବାଦରେ ରଣବୀର କପୁରଙ୍କ ଅଭିନୀତ ଆନିମଲ ଫିଲ୍ମ ପାଇଁ ଏକ ପ୍ରି-ରିଲିଜ୍ ଇଭେଣ୍ଟର ଆୟୋଜନ କରାଯାଇଥିଲେ।

ଅଦ୍ୟତନ ହୋଇଛି
Ranbir Kapoor & Chamakura Malla Reddy

Ranbir Kapoor & Chamakura Malla Reddy

Advertisment

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉଭୟ ହଲିଉଡ ଏବଂ ବଲିଉଡରେ ରାଜ୍ କରିବେ ତେଲୁଗୁ ଅଭିନେତା। ମୁମ୍ବାଇ ବି ପୁରୁଣା ହୋଇଗଲାଣି, ବଲିଉଡ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଯିବ। ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଏପରି କହିଛନ୍ତି ବିଆରଏସ୍ ନେତା ଚମକୁରା ମଲ୍ଲା ରେଡ୍ଡି।

Advertisment

ଏହି କାର୍ଯ୍ୟକ୍ରମରେ ରଣବୀର କପୁରଙ୍କ ସମେତ ତେଲୁଗୁ ଇଣ୍ଡଷ୍ଟ୍ରିର ବହୁ ନାମି ଦାମୀ କଳାକାର ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଭାଷଣ ଦେବା ସମୟରେ ଚମକୁରା କହିଛନ୍ତି, "ଶୁଣନ୍ତୁ ରଣବୀର କପୁର, ପାଞ୍ଚ ବର୍ଷ ମଧ୍ୟରେ ହଲିଉଡ-ବଲିଉଡରେ ରାଜ୍ କରିବେ ତେଲୁଗୁ ଅଭିନେତା। ଆପଣ ମଧ୍ୟ ଗୋଟିଏ ବର୍ଷ ପରେ ହାଇଦ୍ରାବାଦକୁ ଶିଫ୍ଟ(ସ୍ତାନାନ୍ତର) ହୋଇଯିବେ।"

ସେ ଆହୁରି କହିଛନ୍ତି, "ମୁମ୍ବାଇ ପୁରୁଣା ହୋଇଗଲାଣି, ବେଙ୍ଗାଲୁରୁ ଟ୍ରାଫିକ ଜାମ୍ ସିଟ୍, କେବଳ ହାଇଦ୍ରାବାଦ ସହର ଭାରତରେ ରାଜ୍ କରୁଛି।"

Advertisment

ସୂଚନା ଅନୁସାରେ, ଗତକାଲି ହାଇଦ୍ରାବାଦରେ ରଣବୀର କପୁରଙ୍କ ଅଭିନୀତ ଆନିମଲ ଫିଲ୍ମ ପାଇଁ ଏକ ପ୍ରି-ରିଲିଜ୍ ଇଭେଣ୍ଟର ଆୟୋଜନ କରାଯାଇଥିଲେ। ଫ୍ୟାନ୍ ଏବଂ ଗଣମାଧ୍ୟମ ସହ ଆଲୋଚନା କରିବାକୁ ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମରେ ଯୋଗଦେଇ ରେଡ୍ଡୀ ଏପରି ମନ୍ତବ୍ୟ ଦେଇଛନ୍ତି।

ବିଆରଏସ ନେତାଙ୍କ ଏପରି ମନ୍ତବ୍ୟରେ ରଣବୀର କପୁର ଖୁବ୍ ଜୋରରେ ହସୁଥିବା ନଜର ଆସିଛନ୍ତି। ନିର୍ଦ୍ଦେଶକ ଏସଏସ ରାଜାମୌଲି, ପ୍ରଯୋଜତକ ଦିଲ୍ ରାଜୁ, ମହେଶ ବାବୁ ପ୍ରମୁଖ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe