Advertisment

୧୦୦ କୋଟି ଟଙ୍କା ଆୟ କଲା ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଅଧାରିତ ବାୟୋପିକ୍‌ ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ନିର୍ମାତା କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୧୦୩.୪ କୋଟି ଟଙ୍କା ଆୟ କରିଛି।” ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୁଶାନ୍ତ ରାଜପୁତ ଅଭିନୟ କରିଛନ୍ତି। ଫୋକ ଷ୍ଟାର ଷ୍ଟୁଡିଓର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଜୟ ସିଂହ କହିଛନ୍ତି,“ଧୋନିଙ୍କ ବାୟୋପିକକୁ ମିଳିଥିବା ସଫଳତା ପାଇଁ ମୁଁ […]

୧୦୦ କୋଟି ଟଙ୍କା ଆୟ କଲା ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’

dhoni

Advertisment

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଅଧାରିତ ବାୟୋପିକ୍‌ ‘ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ନିର୍ମାତା କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ୧୦୩.୪ କୋଟି ଟଙ୍କା ଆୟ କରିଛି।” ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୁଶାନ୍ତ ରାଜପୁତ ଅଭିନୟ କରିଛନ୍ତି।

Advertisment

ଫୋକ ଷ୍ଟାର ଷ୍ଟୁଡିଓର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଜୟ ସିଂହ କହିଛନ୍ତି,“ଧୋନିଙ୍କ ବାୟୋପିକକୁ ମିଳିଥିବା ସଫଳତା ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ। ଭାରତରେ ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି। ଧୋନିଙ୍କର ନିଜ ମାତୃଭୂମି ପ୍ରତି ଥିବା ଭଳ ପାଇବା କାରଣରୁ ଏପରି ସଫଳତା ମିଳିଛି। ଏହି ଫିଲ୍ମ ଆମ ପାଇଁ ବହୁତ ମହତ୍ୱ ରଖୁଛି। ଫିଲ୍ମରେ କାମ କରିଥିବା ସମସ୍ତଙ୍କୁ ଏହି ସଫଳତା ପାଇଁ ମୁଁ ଧନ୍ୟବାଦ ଦେଉଛ।”

୩୦ ସେପ୍ଟେମ୍ବରରେ ଏହି ଫିଲ୍ମ ରିଲଜ୍ ହୋଇଥିଲା। ଭେଟେରାନ୍ ଅଭିନେତା ଅନୁପମ ଖେର ମହେନ୍ଦ୍ର ସିଂହ ଧୋନିଙ୍କ ବାପା ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଏହାସହ କିୟାରା ଆଡୱାନୀ, ଦିଶା ପାଟାନୀ ଏବଂ ଭୂମିକା ଚାୱଲା ଅଭିନୟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe