Advertisment

ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌ ହେଉଛି: ରାଣୀ ପ୍ରିଦଦର୍ଶିନୀ

ଓଲିଉଡ୍‌ ଜଗତରେ ନିଜ ଅଭିନୟରେ ପରାକାଷ୍ଠା, ସଂଯମତା ଆଉ ସହନଶୀଳତା ପାଇଁ ଅନେକ ଅଭିନେତ୍ରୀ ମାଇଲଖୁଣ୍ଟ ଛିଡ଼ା କରାଇଛନ୍ତି। ସେତେବେଳେ ନା ସେଭଳି କୌଣସି କାଷ୍ଟିଂ କାଉଚ୍ ଅଭିଯୋଗ ଆସୁଥିଲା ନା ପ୍ରସଙ୍ଗ ଉଠୁଥିଲା।

author-image
Manoranjan Sial
Rani

Rani

କାଷ୍ଟିଂ କାଉଚ୍‌କୁ ଓଲିଉଡରେ ସୃଷ୍ଟି ହୋଇଛି ଝଡ଼। ଅଭିନେତ୍ରୀ ପ୍ରକୃତି ମିଶ୍ର, ଯସ୍ମିନ ରଥ ଓ ପୁପୁଲ୍ ଭୁୟାଙ୍କ ପରେ ମୁହଁ ଖୋଲିଛନ୍ତି ରାଣୀ ପ୍ରିଦଦର୍ଶିନୀ। ସେ କହିଛନ୍ତି, ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌ ହେଉଛି। ଏଠି ଝିଅମାନଙ୍କୁ ଏକ୍ସପୋଜ କରାଯାଉଛି। ବିନା କମ୍ପ୍ରମାଇଜ୍‌ରେ ପ୍ରଯୋଜକ ଓ ନିର୍ଦ୍ଦେଶକ କାମ ଦେଉନାହାନ୍ତି। ନବାଗତଙ୍କୁ ବର୍ଷବର୍ଷ ଧରି ୟୁଜ୍‌ କରୁଛନ୍ତି। ସେମାନଙ୍କୁ ଘର ଭଡ଼ା ଦେଇ ପାଖରେ ରଖନ୍ତି। ଯିଏ କାଷ୍ଟିଂ କାଉଚ୍ କରିଛି, ସିଏ ବରବାଦ ହୋଇ ଘରେ ବସିଛି। ବିନା କମ୍ପ୍ରମାଇଜରେ କାମ କରିଥିବା ଅଭିନେତ୍ରୀ ଆଜି ଆଗଧାଡ଼ିରେ ରହି ସୁପରହିଟ୍ ହୋଇଛନ୍ତି ବୋଲି ରାଣୀ କହିଛନ୍ତି।

Advertisment

ତେବେ ଅଭିଯୋଗ ଯଦି ସତ, ତା’ହେଲେ ଓଲିଉଡରେ ଅଭିନୟ ନାଁରେ କାହିଁକି କରାଯାଉଛି କାଷ୍ଟିଂ କାଉଚ୍‌? ଓଲିଉଡରେ ଏହି କଳଙ୍କିତ ଟ୍ରେଣ୍ଡ ପଛରେ କେଉଁମାନେ କାର୍ପଟଦାର୍‌? କାହିଁକି କାଷ୍ଟିଂ କାଉଚ ଭଳି ଅପବାଦ ମୁଣ୍ଡାଉଛି ଓଲିଉଡ୍‌? ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଯଦି ଦାୟୀ, ତାହାହେଲେ ସେମାନଙ୍କ ବିରୋଧରେ କାହିଁକି ବିଧିବଦ୍ଧ ଆଇନର ଆଶ୍ରୟ ନିଆଯାଉନି? ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ କାଷ୍ଟିଂ କାଉଚ୍ ପାଇଁ କିଏ ଓ କାହିଁକି ଦେଉଛନ୍ତି ପ୍ରଶ୍ରୟ?କାଷ୍ଟିଂ କାଉଚର ଶିକାର ନବାଗତା ଅଭିନେତ୍ରୀମାନେ ଦୃଢ଼ ହସ୍ତରେ ଦମନ ନ କରି ସୋଶାଲ୍‌ ମିଡ଼ିଆ କିମ୍ବା ମେନଷ୍ଟ୍ରିମ୍‌ ମିଡ଼ିଆରେ ମୁହଁ ଖୋଲି ନୀରବ ରହୁଛନ୍ତି କାହିଁକି ?

ଏଭଳି ନାନା ପ୍ରଶ୍ନ ଓ ନାନା ଚର୍ଚ୍ଚା ଭିତରେ କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରୂପଶ୍ରୀ ପଣ୍ଡା। ସେ କହିଛନ୍ତି, କାଷ୍ଟିଂ କାଉଚ ପାଇଁ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ ଦାୟୀ ନୁହଁନ୍ତି। ଝିଅମାନେ ମଧ୍ୟ ସମ ପରିମାଣରେ ଦାୟୀ। ଝିଅମାନେ ନ ଚାହିଁଲେ, କାଷ୍ଟିଂ କାଉଚ ଅସମ୍ଭବ। କାଷ୍ଟିଂ କାଉଚର ବାହାନା ନେଇ ଝିଅମାନେ ବି ପ୍ରଡ୍ୟୁସରଙ୍କୁ ଫସାନ୍ତି ବୋଲି ରୂପଶ୍ରୀ ପଣ୍ଡା କହିଛନ୍ତି।

Advertisment

ଓଲିଉଡ୍‌ ଜଗତରେ ନିଜ ଅଭିନୟରେ ପରାକାଷ୍ଠା, ସଂଯମତା ଆଉ ସହନଶୀଳତା ପାଇଁ ଅନେକ ଅଭିନେତ୍ରୀ ମାଇଲଖୁଣ୍ଟ ଛିଡ଼ା କରାଇଛନ୍ତି। ସେତେବେଳେ ନା ସେଭଳି କୌଣସି କାଷ୍ଟିଂ କାଉଚ୍ ଅଭିଯୋଗ ଆସୁଥିଲା ନା ପ୍ରସଙ୍ଗ ଉଠୁଥିଲା। ଏବେ କିନ୍ତୁ ସେଥିରେ ବ୍ୟତିକ୍ରମ ଘଟୁଥିବାବେଳେ କାଷ୍ଟିଂ କାଉଚ୍ ଅଭିଯୋଗ ଏକ ଖରାପ ପରମ୍ପରା ସୃଷ୍ଟି କରୁଥିବା କହିଛନ୍ତି ସିନେ ସମୀକ୍ଷକ। ଅଭିନେତ୍ରୀ ମୌସୁମୀ ନାୟକ ମଧ୍ୟ ଏ ନେଇ ମୁହଁ ଖୋଲଛନ୍ତି।

Ollywood Ollywood Star