Advertisment

୫ ହଜାର ଟଙ୍କାର ଖାଦ୍ୟ ଖାଇ ଦେଢ଼ ଲକ୍ଷ ଟଙ୍କାର ଟିପ୍‌ ଦେଲେ

ୱାଶିଂଟନ୍‌: ୨୦୧୯ ବିଦାୟ ନେଇଛି। ଆସିଛି ନୂଆବର୍ଷ ୨୦୨୦। ପ୍ରାୟ ସମସ୍ତେ ବେଶ୍ ଧୂମ୍‌ଧାମ୍‌ର ସହ ୨୦୨୦କୁ ସ୍ୱାଗତ କରିଥିଲେ। ସାଧାରଣ ଲୋକଙ୍କ ଭଳି ଅନେକ ସେଲେବ୍ରିଟି ମଧ୍ୟ ନିଜ ନିଜ ପସନ୍ଦରେ ନୂଆବର୍ଷ ପାଳନ କରିଥିଲେ। ହେଲେ ଜଣେ ହଲିଉଡ୍‌ ସେଲେବ୍ରିଟି ଏମିତି ଢଙ୍ଗରେ ନୂଆବର୍ଷ ପାଳିଛନ୍ତି ଯେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୂଆବର୍ଷର ଆରମ୍ଭରେ ହଲିଉଡ୍‌ ସିଙ୍ଗର ଡୋନି ୱାହଲବର୍ଗ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନୂଆ […]

author-image
Chinmayee Roy
ଅଦ୍ୟତନ ହୋଇଛି
୫ ହଜାର ଟଙ୍କାର ଖାଦ୍ୟ ଖାଇ ଦେଢ଼ ଲକ୍ଷ ଟଙ୍କାର ଟିପ୍‌ ଦେଲେ

donnie

ୱାଶିଂଟନ୍‌: ୨୦୧୯ ବିଦାୟ ନେଇଛି। ଆସିଛି ନୂଆବର୍ଷ ୨୦୨୦। ପ୍ରାୟ ସମସ୍ତେ ବେଶ୍ ଧୂମ୍‌ଧାମ୍‌ର ସହ ୨୦୨୦କୁ ସ୍ୱାଗତ କରିଥିଲେ। ସାଧାରଣ ଲୋକଙ୍କ ଭଳି ଅନେକ ସେଲେବ୍ରିଟି ମଧ୍ୟ ନିଜ ନିଜ ପସନ୍ଦରେ ନୂଆବର୍ଷ ପାଳନ କରିଥିଲେ। ହେଲେ ଜଣେ ହଲିଉଡ୍‌ ସେଲେବ୍ରିଟି ଏମିତି ଢଙ୍ଗରେ ନୂଆବର୍ଷ ପାଳିଛନ୍ତି ଯେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ନୂଆବର୍ଷର ଆରମ୍ଭରେ ହଲିଉଡ୍‌ ସିଙ୍ଗର ଡୋନି ୱାହଲବର୍ଗ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନୂଆ ବର୍ଷରେ ସେ ଜଣେ ୱେଟ୍ରେସ୍‌ଙ୍କ ଜୀବନ ବଦଳାଇ ଦେଇଛନ୍ତି। ସେ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ ଓ ସେଠି ୭୮ ଡଲାର୍‌ର ଖାଦ୍ୟ ଖାଇଥିଲେ, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୫ ହଜାର ୬୦୦ଟଙ୍କା ହେବ। ହେଲେ ଏହି ବିଲ୍‌ ଉପରେ ସେ ତାଙ୍କୁ  ଖାଦ୍ୟ ପରଷୁଥିବା ୱେଟ୍ରେସ୍‌ଙ୍କୁ ୨୦୨୦ ଡଲାର୍‌ ଅର୍ଥାତ୍‌ ୧ଲକ୍ଷ ୪୪ ହଜାର ଟଙ୍କା ଟିପ୍‌ ଦେଇଥିଲେ। ସେ ବିଲ୍‌ରେ ଲେଖିଥିଲେ, ‘ଧନ୍ୟବାଦ ବେଥ୍‌ନି, ହାପି ନ୍ୟୁଇୟର୍‌। ୨୦୨୦ ଟିପ୍‌ ଚ୍ୟାଲେଞ୍ଜ।’

https://twitter.com/JennyMcCarthy/status/1212489462476869633

ଡୋନିଙ୍କ ପତ୍ନୀ ଜେନି ୱାହଲବର୍ଗ ଏହି ବିଲ୍‌ର ଫଟୋଟିକୁ ସୋଶାଲ୍‌ ମିଡିଆରେ ଶେଆର୍ କରିଛନ୍ତି,  ଯାହା ଏବେ ଭାଇଲାଲ୍‌ ହୋଇଯାଇଛି। ସୂଚନା ଅନୁଯାୟୀ, ଡୋନି ଏହି ବିଲ୍‌ଟିକୁ ୱେଟ୍ରେସ୍‌ ଡ୍ୟାନିଏଲ୍‌ ଫ୍ରେଜୋନିଙ୍କୁ ଦେଇଥିଲେ ଓ ସେ ସେଠାରୁ ଯିବା ପରେ ହିଁ ବିଲ୍‌ଟିକୁ ଖୋଲିବାକୁ କହିଥିଲେ। ଡୋନି ସେଠାରୁ ଯିବା ପରେ ୱେଟ୍ରେସ୍ ବିଲ୍‌ଟିକୁ ଖୋଲିଥିଲେ ଓ ବିଲ୍‌ରେ ଲେଖାଥିବା ଟିପ୍‌ର ପରିମାଣ ଦେଖି ଚେତାଶୂନ୍ୟ ହୋଇଯାଇଥିଲେ।

Advertisment

publive-imageୱେଟ୍ରେସ୍‌ ଡ୍ୟାନିଏଲ୍‌ ଏହି ଟିପ୍‌ ପାଇଁ ବେଶ୍‌ ଖୁସି ଅଛନ୍ତି। ସେ କହିଛନ୍ତି ଯେ ସେ ପିଲାଟିବେଳୁ ଡୋନିଙ୍କର ଫ୍ୟାନ୍‌। ତେଣୁ ତାଙ୍କୁ ଖାଦ୍ୟ ପରଷି ସେ ବେଶ୍‌ ଖୁସି ଥିଲେ।