/odisha-reporter/media/post_attachments/uploads/2015/10/CRxB9emVEAAnVWK.jpg)
20 Years Later, DDLJ's Raj and Simran are Still the Same
[embed] style="text-align: justify">ମୁମ୍ବାଇ: ୨୦ ବର୍ଷ ତଳେ ସେମାନେ ରଚିଥିଲେ ଇତିହାସ। ଆଉ ସାଉଣ୍ଟି ଥିଲେ ଦର୍ଶକଙ୍କ ପ୍ରଶଂସା। ୨୦ ବର୍ଷ ପରେ ପୁଣି ତୟାର ହୋଇଛି ସେଟ୍। ପୁଣି ସେମାନେ କରିଛନ୍ତି ଅନସ୍କ୍ରିନ ରୋମାନ୍ସ। ଆମେ କାହା କଥା କହୁଛୁ ଆପଣମାନେ ବୁଝି ସାରିବେଣି। ଆମେ କହୁଛୁ ୧୯୯୫ ଆଜିର ଦିନରେ ବି-ଟାଉନକୁ ଆସିଥିବା ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ (ଡିଡିଏଲଜେ) ଫେମର ରାଜ ଆଉ ସିମରନଙ୍କ କଥା। ୯୦ ଦଶକରେ ଏକାଧିକ ରେକର୍ଡ ସ୍ଥାପନ କରିଥିବା ଏହି ଫିଲ୍ମର କିଛି ରୋମାଣ୍ଟିକ ସିନକୁ ନେଇ ୨ ମିନିଟ ୪୯ ସେକେଣ୍ଡର ଏହି ଭିଡିଓ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମ ଛଡାଯାଇଛି। ୨୦ ବର୍ଷ ପୂର୍ତ୍ତି ଅବସରରେ ଭିଡିଓଟି ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ଦିଲୱାଲେ’ର ସୁଟିଂ ସେଟରେ ନିର୍ମାଣ କରାଯାଇଥିଲା। ସୁଟିଂବେଳେ ଏହି ଭଳି ରୋମାଣ୍ଟିକ୍ ସିନକୁ ବାସ୍ତବ ସେଟରେ ଦେଖି ଅନ୍ୟ କର୍ମକର୍ତ୍ତା ବେଶ୍ ଉତ୍ସାହିତ ହୋଇପଡିଥିଲେ। ଡିଡିଏଲଜେ ନେଇ ଟ୍ୱିଟରେ ଭିଡିଓ ଦେଖି ସବୁବେଳେ ଖୁସି ରହିବାକୁ ଅନୁରୋଧ କରିଛନ୍ତି ଶାହାରୁଖ ଖାନ୍। ଏହସହ ବଲିଉଡର ବହୁ ବଡ ବଡ କଳାକାର ଏହାକୁ ଦେଖି ରିଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
