Advertisment

୨୬ତମ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ବିଜୟ ମହାନ୍ତିଙ୍କୁ ଜୟଦେବ ସମ୍ମାନ

ଭୁବନେଶ୍ୱର: ୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ପ୍ରଦାନ କରାଯାଉଛି। ଏଥର ସମ୍ମାନଜନକ ଜୟଦେବ ପୁରସ୍କାର ଅଭିନେତା ବିଜୟ ମହାନ୍ତିଙ୍କ ଦିଆଯାଇଛି। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେହିପରି ‘କ୍ରାନ୍ତିଧାରା’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। କୋଶଳୀ ଭାଷାରେ ନିର୍ମିତ ‘ଆଦିମ ବିଚାର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସବ୍ୟସାଚୀ ମହାପାତ୍ର। ଏହି ଫିଲ୍ମ ପାଇଁ ଅଟଳ ବିହାରୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
୨୬ତମ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ବିଜୟ ମହାନ୍ତିଙ୍କୁ ଜୟଦେବ ସମ୍ମାନ

film award10

ଭୁବନେଶ୍ୱର: ୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ପ୍ରଦାନ କରାଯାଉଛି। ଏଥର ସମ୍ମାନଜନକ ଜୟଦେବ ପୁରସ୍କାର ଅଭିନେତା ବିଜୟ ମହାନ୍ତିଙ୍କ ଦିଆଯାଇଛି। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେହିପରି ‘କ୍ରାନ୍ତିଧାରା’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। କୋଶଳୀ ଭାଷାରେ ନିର୍ମିତ ‘ଆଦିମ ବିଚାର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ସବ୍ୟସାଚୀ ମହାପାତ୍ର। ଏହି ଫିଲ୍ମ ପାଇଁ ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ‘କ୍ରାନ୍ତିଧାରା’ ପାଇଁ ଗାର୍ଗୀ ମହାନ୍ତି ପାଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

Advertisment