Advertisment

୩ ଦିନରେ ଶହେ କୋଟି କ୍ଲବରେ ‘ପ୍ରେମ ରତନ୍ ଧନ୍ ପାୟୋ’

ମୁମ୍ୱାଇ: ଦବଙ୍ଗ୍ ଖାଁଙ୍କ ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ବକ୍ସ ଅଫିସରେ ଭଲ ବିଜନେସ୍ କରିଛି। ୩ ଦିନରେ ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଛି। ପ୍ରଥମ ଦିନରେ ଫିଲ୍ମଟି ୪୦.୩୫ କୋଟି ଟଙ୍କା ଆୟ କରିଥିଲା ବେଳେ ଶନିବାର ୩୦.୦୭ କୋଟି ଟଙ୍କା ବିଜନେସ୍ କରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟର ମାଧ୍ୟମରେ ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁବାର ଫିଲ୍ମଟି ୪୦.୩୫ କୋଟି, ଶୁକ୍ରବାର ୩୧.୦୩ ଓ […]

ଅଦ୍ୟତନ ହୋଇଛି
୩ ଦିନରେ ଶହେ କୋଟି କ୍ଲବରେ ‘ପ୍ରେମ ରତନ୍ ଧନ୍ ପାୟୋ’

prem

Advertisment

ମୁମ୍ୱାଇ: ଦବଙ୍ଗ୍ ଖାଁଙ୍କ ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ବକ୍ସ ଅଫିସରେ ଭଲ ବିଜନେସ୍ କରିଛି। ୩ ଦିନରେ ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଛି। ପ୍ରଥମ ଦିନରେ ଫିଲ୍ମଟି ୪୦.୩୫ କୋଟି ଟଙ୍କା ଆୟ କରିଥିଲା ବେଳେ ଶନିବାର ୩୦.୦୭ କୋଟି ଟଙ୍କା ବିଜନେସ୍ କରିଛି।

Advertisment

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟର ମାଧ୍ୟମରେ ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁବାର ଫିଲ୍ମଟି ୪୦.୩୫ କୋଟି, ଶୁକ୍ରବାର ୩୧.୦୩ ଓ ଶନିବାର ୩୦.୦୭ କୋଟି ଟଙ୍କା ଆୟ କରିଛି। ତିନି ଦିନର ଆୟକୁ ମିଶାଇ ଦେଲେ ୧୦୧.୪୭ କୋଟି ଟଙ୍କା ହେଉଛି। ଚଳିତ ବର୍ଷର ଏହା ପଞ୍ଚମ ଫିଲ୍ମ ଯାହା ୧୦୦ କୋଟି କ୍ଲବରେ ପହଞ୍ଚିଛି। ଏହା ପୂର୍ବରୁ ‘ବଜରଙ୍ଗୀ ଭାଇଜାନ୍’, ‘ତନୁ ୱେଡସ୍ ମନୁ ରିଟନର୍ସ’, ‘ବାହୁବଳୀ’ ଓ ‘ଏବିସିଡି-୨’ ଶହେ କୋଟି କ୍ଲବରେ ପହଞ୍ଚି ସାରିଛି। ଶହେ କୋଟି କ୍ଲବରେ ସାମିଲ ହେବାରେ ‘ପ୍ରେମ ରତନ୍ ଧନ୍ ପାୟୋ’ ହେଉଛି ସଲମାନଙ୍କ ନବମ ଫିଲ୍ମ।

ଏହି ଫିଲ୍ମରେ ସଲାମାନ୍ ଖାଁଙ୍କ ସହିତ ସୋନମ କପୁର, ଅନୁପମ ଖେର ଏବଂ ଅରମାନ୍ କୋହଲି ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe