ମୁମ୍ବାଇ: ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ଙ୍କ ଫିଲ୍ମର ଶୁଟିଂ ଶେଟ୍ରେ ଘଟିଛି ଏକ ଦୁଃଖଦ ଘଟଣା। ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍ କ୍ରାଶ ହୋଇଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଶୁଟିଂ ଚାଲିଥିବା ସମୟରେ ଏକ କ୍ରେନ୍ ଖସିପଡ଼ିଥିଲା ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୫ ଜଣ ଗୁରୁତର ଅଛନ୍ତି। ଘଟଣାଟି ଫେବୃଆରୀ ୧୯ ତାରିଖ ରାତି ୯.୩୦ ମିନିଟ୍ରେ ଘଟିଛି।
https://www.instagram.com/p/Bsv7VTnHXls/?utm_source=ig_web_copy_link
‘ଇଣ୍ଡିଆନ୍ ୨’୧୯୯୬ରେ ଆସିଥିବା କମଲ୍ ହାସନ୍ଙ୍କ ଫିଲ୍ମ ‘ଇଣ୍ଡିଆନ୍’ର ସିକ୍ୱେଲ୍। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର। କିଛି ଦିନ ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ କମଲ୍ ଜଣେ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିଥିଲେ। ତାଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧାର୍ଥ ଓ କାଜଲ୍ ଅଗ୍ରୱାଲ୍ ମଧ୍ୟ ଅଭିନୟ କରିଛନ୍ତି। କୁହାଯାଉଛି ଯେ ଏହା କମଲ୍ ହାସନ୍ଙ୍କର ଶେଷ ଫିଲ୍ମ ବୋଲି। କାରଣ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଅଭିନୟ ଛାଡ଼ିଦେବେ। ଏଭଳି ସେ ନିଜ ରାଜନୀତି କ୍ୟାରିୟର ପାଇଁ କରୁଛନ୍ତି। ସେ ଦୁଇଟିଯାକ କାମ ଏକାଠି କରିପାଇବେ ନାହିଁ। ତେଣୁ ଏବେ ସେ କେବଳ ରାଜନୀତିରେ ହିଁ ଧ୍ୟାନ ଦେବାକୁ ଚାହୁଁଛନ୍ତି।