ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ସ୍ଥିତି ଓ ୧୯୮୪ ଶିଖ୍ ଦଙ୍ଗା ଉପରେ ଆଧାରିତ ଫିଲ୍ମ ’୩୧ ଅକ୍ଟୋବର’ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି। ଫିଲ୍ମଟି ଦେଶର ଏକ ପୁରୁଣା ରାଜନୈତିକ ଦଳକୁ ଟାର୍ଗେଟ୍ କରି ନିର୍ମାଣ କରାଯାଇଥିବା ଆବେଦନରେ ଦର୍ଶାଯାଇଛି।
ଆବେଦନରେ ଆହୁରି କୁହାଯାଇଛି ଯେ, ଫିଲ୍ମ ନିର୍ମାତା କମ୍ପାନୀ ମାଜିକାଲ ଡ୍ରିମ୍ ପ୍ରଡକସନ୍ ପ୍ରାଇଭେଟ୍ ଲିମିଟେଡ୍ ଉକ୍ତ ରାଜନୈତିକ ଦଳର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିବା ସହ କିଛି ବିଷୟ ବସ୍ତୁକୁ ଭୁଲ ଭାବେ ଉପସ୍ଥାପନ କରିଛନ୍ତି। ଏହି ଫିଲ୍ମ ଅକ୍ଟୋବର ୭ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର କିଛି ସିନ୍ କଟାଯିବା ସହ ନିର୍ମାତା କମ୍ପାନୀ ବିରୋଧରେ ପଦକ୍ଷେପ ନିଆଯିବାକୁ ଆବେଦନରେ ଅନୁରୋଧ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।