Advertisment

ପୁରୁଷଙ୍କୁ ବି ଯନ୍ତ୍ରଣା ହୁଏ, ସେମାନେ ନିଶ୍ଚୟ ଏହି ଫିଲ୍ମ ଦେଖିବା ଉଚିତ୍: ଦୀକ୍ଷା

ମୁମ୍ବାଇ: ଆମ ସମାଜରେ ସବୁବେଳେ ମହିଳାଙ୍କ ପ୍ରତି ଅତ୍ୟାଚାର, ନିର୍ଯାତନା, ଅନ୍ୟାୟ ଏକ ପ୍ରସଙ୍ଗ ହୋଇ ସାମ୍ନାକୁ ଆସିଥିବା ବେଳେ ପୁରୁଷଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ନିର୍ଯାତନା ବିଷୟ କେହି ଉଠାନ୍ତି ନାହିଁ। ତେବେ ଏଭଳି ଏକ ପ୍ରସଙ୍ଗକୁ ନେଇ ନିର୍ମିତ ହୋଇଛି ଟିକେ ଭିନ୍ନ ସ୍ୱାଦର ଫିଲ୍ମ। https://www.instagram.com/p/CFwS4RgDwv6/?utm_source=ig_web_copy_link ଡିଜିଟାଲ୍ ପ୍ଲାଟଫ୍ରମ ShemarooMe Box Officeରେ ଫିଲ୍ମଟି ଆସନ୍ତା କାଲି ରିଲିଜ୍ ହେବ। ଫିଲ୍ମର ନାଁ ହେଲା ‘376 D’। ଫିଲ୍ମରେ ଜଣେ ଯୌନ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ପୁରୁଷଙ୍କୁ ବି ଯନ୍ତ୍ରଣା ହୁଏ, ସେମାନେ ନିଶ୍ଚୟ ଏହି ଫିଲ୍ମ ଦେଖିବା ଉଚିତ୍: ଦୀକ୍ଷା

376-D

ମୁମ୍ବାଇ: ଆମ ସମାଜରେ ସବୁବେଳେ ମହିଳାଙ୍କ ପ୍ରତି ଅତ୍ୟାଚାର, ନିର୍ଯାତନା, ଅନ୍ୟାୟ ଏକ ପ୍ରସଙ୍ଗ ହୋଇ ସାମ୍ନାକୁ ଆସିଥିବା ବେଳେ ପୁରୁଷଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ନିର୍ଯାତନା ବିଷୟ କେହି ଉଠାନ୍ତି ନାହିଁ। ତେବେ ଏଭଳି ଏକ ପ୍ରସଙ୍ଗକୁ ନେଇ ନିର୍ମିତ ହୋଇଛି ଟିକେ ଭିନ୍ନ ସ୍ୱାଦର ଫିଲ୍ମ।

Advertisment

https://www.instagram.com/p/CFwS4RgDwv6/?utm_source=ig_web_copy_link

ଡିଜିଟାଲ୍ ପ୍ଲାଟଫ୍ରମ ShemarooMe Box Officeରେ ଫିଲ୍ମଟି ଆସନ୍ତା କାଲି ରିଲିଜ୍ ହେବ। ଫିଲ୍ମର ନାଁ ହେଲା '376 D'। ଫିଲ୍ମରେ ଜଣେ ଯୌନ ଉତ୍ପୀଡ଼ନ ଶିକାର ହୋଇଥିବା ଯୁବକଙ୍କ କାହାଣୀ ଦେଖିବାକୁ ମିଳିବ, ଯିଏ ନ୍ୟାୟ ପାଇବାକୁ କୋର୍ଟର ଦ୍ୱାରସ୍ଥ ହୁଅନ୍ତି।

https://www.instagram.com/p/CFod3t8DLS9/?utm_source=ig_web_copy_link

ତେବେ ନିକଟରେ ଫିଲ୍ମ '376 D'ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇସାରିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦୀକ୍ଷା ଯୋଶୀ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଟ୍ରେଲର୍ ଭିଡିଓଟିକୁ ଶେୟାର କରିଛନ୍ତି। ଦୀକ୍ଷା ଗୁଜରାଟି ଫିଲ୍ମ ଜଗତର ଏକ ବଡ଼ ଚେହେରା। ଏହାସହ ଚଳିତ ବର୍ଷ ରଣବୀର ସିଂହଙ୍କ ସହ ସେ ଫିଲ୍ମ 'ଜୟେଶ୍ ଭାଇ ଜୋରଦାର'ରୁ ନିଜର ଡେବ୍ୟୁ କରିଥାନ୍ତେ। ହେଲେ '376 D'ଫିଲ୍ମରୁ ଦୀକ୍ଷାଙ୍କ ବଲିଉଡ୍ ଡେବ୍ଯୁ ସହ ଡିଜିଟାଲ ଡେବ୍ୟୁ ମଧ୍ୟ ହୋଇଯାଇଛି।

Advertisment

https://www.instagram.com/p/CF84NQFDJfN/?utm_source=ig_web_copy_link

ଦୀକ୍ଷା ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟର୍ଭ୍ୟୁ ଦେବା ସମୟରେ କହିଛନ୍ତି ଯେ, ଆମ ସମାଜରେ ଯୁଗ ଯୁଗ ଧରି ରହିଆସିଥିବା ଅନେକ ଭ୍ରମକୁ ଫିଲ୍ମରେ ଦୂର କରାଯାଇଛି, ଯେପରି ପୁରୁଷଙ୍କୁ କଷ୍ଟ ହୁଏ ନାହିଁ, ପୁରୁଷମାନେ କାନ୍ଦିବା ଉଚିତ୍ ନୁହେଁ, ଦିନ ହେଉ ବା ରାତି ପୁରୁଷମାନେ ଯେଉଁଆଡ଼େ ଚାହିଁବେ ଯାଇପାରିବେ ଇତ୍ୟାଦି।

https://www.instagram.com/p/CEBSOXmj5AE/?utm_source=ig_web_copy_link

ଫିଲ୍ମର ପୀଡ଼ିତ ଯୁବକଙ୍କ ପ୍ରେମିକାଙ୍କ ଭୂମିକାରେ ଦୀକ୍ଷା ଅଭିନୟ କରିଛନ୍ତି। ଫିଲ୍ମର କାହାଣୀରେ ଏଭଳି ଏକ ମାମଲା କୋର୍ଟଙ୍କ ନିକଟକୁ ଯାଏ, ଯାହା ଦେଶର ନ୍ୟାୟ ବ୍ୟବସ୍ଥାକୁ ଦୋହଲାଇ ଦେଇଥାଏ। ଏହା ଏଭଳି ଫିଲ୍ମ ଯାହାକୁ ପୁରୁଷମାନେ ନିଶ୍ଚୟ ଦେଖିବା ଉଚିତ ବୋଲି ଦୀକ୍ଷା କହିଛନ୍ତି।

https://www.instagram.com/tv/CF_dvH6jzQs/?utm_source=ig_web_copy_link

ଅନ୍ୟପଟେ ଯଶରାଜ ବ୍ୟାନରରେ ରଣବୀର ସିଂହ ଅଭିନୀତ ଫିଲ୍ମ ଜୟେଶ୍ ଭାଇ ଜୋରଦାରକୁ ନେଇ ଦୀକ୍ଷା କହିଛନ୍ତି, ଫିଲ୍ମର ଶୁଟିଂ ଶେଷ ହୋଇସାରିଛି। କିନ୍ତୁ କରୋନା ପରିସ୍ଥିତି ଲାଗି ରହିଥିବାରୁ ଏ ବର୍ଷ ଫିଲ୍ମ ରିଲିଜ୍ ହେଲା ଭଳି ଆଶା ନାହିଁ ବୋଲି ସେ କହିଛନ୍ତି। ତେବେ ବିଗ୍ ବଜେଟ୍ ଫିଲ୍ମ ହୋଇଥିବାରୁ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ରିଲିଜ କରିବା ସମ୍ଭବ ନୁହେଁ ବୋଲି ଦୀକ୍ଷା କହିଛନ୍ତି।

Bollywood Sexual Harassment