Advertisment

୩୮ ବର୍ଷ ତଳେ ମୃତ ଘୋଷଣା ହୋଇଥିଲେ ବିଗ୍‌ ବି!

ମୁମ୍ବାଇ: ବଲିଉଡ୍ ମହାନାୟକ  ଅମିତାଭ ବଚ୍ଚନ ମହାମାରୀ କରୋନା ସଂକ୍ରମିତ ହେବାପରେ ବର୍ତ୍ତମାନ ମୁମ୍ବାଇର ନାନାବତୀ ହସ୍ପିଟାଲ୍ ଭର୍ତ୍ତି ଅଛନ୍ତି। ସାମାନ୍ୟ ଲକ୍ଷଣ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ତେବେ ସାରାଦେଶରେ ଫ୍ୟାନ୍‌‌ମାନେ ତାଙ୍କ ଆରୋଗ୍ୟ କାମନାରେ ପୂଜାର୍ଚ୍ଚନା କରୁଛନ୍ତି। ଏସବୁ ଭିତରେ ଏକ ଘଟଣା ସାମ୍ନାକୁ ଆସିଛି ଯେ ୩୮ ବର୍ଷ ପୂର୍ବେ ଏହି ଜୁଲାଇ ମାସରେ ହିଁ ବିଗ୍‌ ବି’ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ, ତାହା ବି ୬୨ ଦିନ ପାଇଁ। […]

ଅଦ୍ୟତନ ହୋଇଛି
କରୋନା ନେଗେଟିଭ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅମିତାଭ ବଚ୍ଚନ

amitabh

Advertisment

ମୁମ୍ବାଇ: ବଲିଉଡ୍ ମହାନାୟକ  ଅମିତାଭ ବଚ୍ଚନ ମହାମାରୀ କରୋନା ସଂକ୍ରମିତ ହେବାପରେ ବର୍ତ୍ତମାନ ମୁମ୍ବାଇର ନାନାବତୀ ହସ୍ପିଟାଲ୍ ଭର୍ତ୍ତି ଅଛନ୍ତି। ସାମାନ୍ୟ ଲକ୍ଷଣ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ତେବେ ସାରାଦେଶରେ ଫ୍ୟାନ୍‌‌ମାନେ ତାଙ୍କ ଆରୋଗ୍ୟ କାମନାରେ ପୂଜାର୍ଚ୍ଚନା କରୁଛନ୍ତି। ଏସବୁ ଭିତରେ ଏକ ଘଟଣା ସାମ୍ନାକୁ ଆସିଛି ଯେ ୩୮ ବର୍ଷ ପୂର୍ବେ ଏହି ଜୁଲାଇ ମାସରେ ହିଁ ବିଗ୍‌ ବି’ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ, ତାହା ବି ୬୨ ଦିନ ପାଇଁ।

Advertisment

publive-image୧୯୮୨ ମସିହା ଜୁଲାଇ ୨୪ ତାରିଖ। ବେଙ୍ଗାଲୁରୁରେ ଚାଲିଥିଲା ଫିଲ୍ମ ‘କୁଲି’ର ଶୁଟିଂ। ଏକ ଫାଇଟ୍ ସିନ୍‌ର ଶୁଟିଂ ଥିଲା ଯେଉଁଥିରେ ଅମିତାଭଙ୍କୁ ଭିଲେନ୍ ପୁନିତ ଇସାର ମାରିଥାନ୍ତେ ଓ ସେ ଟେବୁଲ ଉପରେ ପଡ଼ିଥାନ୍ତେ। ଏହି ସିନ୍‌ ପାଇଁ ଅମିତାଭଙ୍କ ବଦଳରେ ଜଣେ ଡୁପ୍ଲିକେଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ହେଲେ ଅମିତାଭ ରିୟାଲିଷ୍ଟିକ୍ ଟଚ୍‌ ଦେବାପାଇଁ ନିଜେ ହିଁ ଏହି ସିନ୍‌ କରିବାକୁ ଚାହିଁଲେ। ଏହାପରେ ଭଲରେ ଭଲରେ ସିନ୍‌ଟି ଶୁଟ୍‌ ହୋଇଥିଲା ଓ ସମସ୍ତେ ତାଳି ମଧ୍ୟ ବଜାଇଥିଲେ। ହେଲେ ଅମିତାଭଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା କାରଣ ଟେବୁଲ୍‌ର ଏକ କୋଣ ତାଙ୍କ ପେଟରେ ଆଘାତ ଦେଇଥିଲା।

ସେ ସମମୟରେ ସମସ୍ତଙ୍କୁ ଏହି ଆଘାତ ସାଧାରଣ ଲାଗିଥିଲା କାରଣ ଗୋଟେ ବୁନ୍ଦା ବି ରକ୍ତ ବାହାରି ନଥିଲା। ହେଲେ ଯନ୍ତ୍ରଣା  ଆଦୌ କମିଲା ନାହିଁ ଓଲଟା ପରଦିନ ଆହୁରି ବଢ଼ିଗଲା। ତାଙ୍କୁ ତୁରନ୍ତ ମେଡିକାଲ ନିଆଗଲା। ପରୀକ୍ଷା ପରେ ବି ଡାକ୍ତରମାନେ କିଛି ଜାଣିପାରି ନଥିଲେ। ଅମିତାଭଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା। ଖବର ମିଳିବା ମାତ୍ରେ ମା’ ତେଜୀ, ପତ୍ନୀ ଜୟା ଓ ଭାଇ ଅଜିତାଭ ବଚ୍ଚନ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ଜୁଲାଇ ୨୭ରେ ତାଙ୍କର ଅପରେଶନ ଆରମ୍ଭ ହେଲା। ଜଣାପଡ଼ିଲା ଯେ ତାଙ୍କ ପେଟରେ ଏକ ଆନ୍ତ କୋଷିକା ଫାଟିଯାଇଛି। ଏଭଳି ଅବସ୍ଥାରେ ଜଣେ ବ୍ୟକ୍ତି ମାତ୍ର ୩ ରୁ ୪ ଘଣ୍ଟା ଜୀବିତ ରହିପାରିବ। ହେଲେ ବିଗ୍‌ ବି’ ୩ ଦିନ ପର୍ଯ୍ୟନ୍ତ ଜୀବିତ ଥିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସବୁ ବାଦ୍ ସେ ସମୟରେ ଅମିତାଭଙ୍କୁ ଡାଇବେଟିସ୍, ଆସ୍ଥମା ଓ କୀଡ୍‌ନି ଜନିତ ରୋଗ ମଧ୍ୟ ହୋଇଥିଲା। ତେବେ ଏଭଳି ଅବସ୍ଥାରେ ବି ଜୀବିତ ରହିବା କୌଣସି ଆଶ୍ଚର୍ଯ୍ୟଠୁ କମ୍‌ ନୁହେଁ।publive-image

Advertisment

ଅପରେଶନ ପରଦିନ ତାଙ୍କୁ ନିମୋନିଆ ହୋଇଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଫଳରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଗଲା। ସେଠାରେ ଅଗଷ୍ଟ ୨ରେ ପୁଣିଥରେ ତାଙ୍କର ଅପରେଶନ କରାଗଲା। ପାଖାପାଖି ୨୦୦ ବୋତଲ ରକ୍ତ ତାଙ୍କୁ ଦିଆଯାଇଥିଲା। ହେଲେ କୌଣସି ସୁଧାର ଆସିଲା ନାହିଁ। ଏପରିକି ଡାକ୍ତର ତାଙ୍କୁ ମୃତ ମଧ୍ୟ ଘୋଷିତ କରିଦେଇଥିଲେ। ହେଲେ ପତ୍ନୀ ଜୟା କହିଲେ ଯେ ସେ ଅମିତାଭଙ୍କ ପାଦ ଅଙ୍ଗୁଳି ହଲିବାର ଦେଖିଛନ୍ତି। ସେ ଡାକ୍ତରଙ୍କୁ ଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲେ। ପରେ ତାଙ୍କୁ କୃତ୍ରିମ ଶ୍ୱାସନଳୀ ଲଗାଗଲା। ହେଲେ ଡାକ୍ତର କହିଥିଲେ ଯେ ଏବେ କେବଳ ପ୍ରାର୍ଥନା ହିଁ ତାଙ୍କୁ ବଞ୍ଚାଇପାରିବ। ଯାହାପରେ ସାରାଦେଶରେ ଫ୍ୟାନ୍‌ମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିବାକୁ ଲାଗିଲେ। ଅଗଷ୍ଟ ୮ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ତାଙ୍କୁ ଦେଖିବାକୁ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିଥିଲେ।publive-image

ସେହି ହସ୍ପିଟାଲ୍‌ରେ ପାଖାପାଖି ଦେଢ଼ମାସ ରହିବା ପରେ ସେପ୍ଟେମ୍ବର ୨୪ରେ ତାଙ୍କୁ ଡିସ୍ଚାର୍ଜ କରିଦିଆଯାଇଥିଲା। ତାଙ୍କୁ ଦେଖିବା ପାଇଁ ତାଙ୍କ ଘର ବାହାରେ ପ୍ରଶଂସକଙ୍କର ଭିଡ଼ ଜମିଥିଲା। ଘରେ ପହଞ୍ଚି ସେ ହାତ ହଲାଇ ନିଜ ଫ୍ୟାନ୍‌ ଓ ଶୁଭଚିନ୍ତକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସିନ୍‌କୁ ଫିଲ୍ମ ‘କୁଲି’ରେ ଅନ୍ତିମ ସିନ୍‌ ଭାବେ ମଧ୍ୟ ବ୍ୟବହାର କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe