/odisha-reporter/media/post_attachments/uploads/2016/01/a.r-rehaman.jpg)
a.r rehaman
ମୁମ୍ୱାଇ: ୪୯ ବର୍ଷରେ ପାଦ ଦେଇଛନ୍ତି ସଙ୍ଗୀତର ବାଦଶାହା ଏ.ଆର ରେହମାନ୍। ପିଲା ଦିନେ ତାଙ୍କ ନାଁ ଏ.ଏସ୍ ଦିଲୀପ କୁମାର ଥିଲା। ପରେ ଏହି ନାଁ ପରିବର୍ତ୍ତନ ହୋଇ ଏ.ଆର୍ ରେହମାନ୍ ହୋଇଥିଲା। ରେହମାନ୍ ହିନ୍ଦୀ ଗୀତ ବ୍ୟତୀତ ବିଭିନ୍ନ ଭାଷାର ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
୧୯୯୨ରେ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ‘ରୋଜା’ ଫିଲ୍ମରୁ ତାଙ୍କ ସଙ୍ଗୀତ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହି ଫିଲ୍ମର ଗୀତ ସୁପର ହିଟ୍ ହେବା ପରେ ସେ ଆଉ ପଛକୁ ଅନାଇ ନାହାନ୍ତି। ରେହମାନ୍ ଏହି ଫିଲ୍ମରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ।
‘ବମ୍ୱେ’, ‘ଦିଲ୍ ସେ’, ‘ରଙ୍ଗୀଲା’,‘ତାଲ୍’,‘ପୁକାର’,‘ଫିଜା’,‘ଲଗାନ୍’,‘ସ୍ୱଦେଶ’,‘ରଙ୍ଗ ଦେ ବସନ୍ତି’,‘ଯୋଦ୍ଧା ଆକବର’,‘ଯୁବରାଜ’,‘ସ୍ଲମ୍ ଡଗ୍ ମିଲେନିୟର୍’ ଓ ‘ଗଜନି’ ପରି ଅନେକ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ୨୦୦୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେ ସମ୍ମାନନୀୟ ଓସ୍କାର ଓ ଗ୍ରାମୀ ପୁରସ୍କାର ସହିତ ଏକାଧିକ ବାର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
