Advertisment

୯୦ ବର୍ଷରେ ଡେବ୍ୟୁ !

ମୁମ୍ୱାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଗତ ୨୮ ତାରିଖରେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍‌ରେ ସମସ୍ତ କଳାକାର, ପ୍ରଶଂସକ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ଲତା ତାଙ୍କର ଫ୍ୟାନ୍‌ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ୯୦ ବର୍ଷ ବୟସରେ ଲତା ଇନଷ୍ଚାଗ୍ରାମରେ ଡେବ୍ୟୁ କରିଛନ୍ତି। ପୂର୍ବରୁ ସୋଶାଲ ମିଡିଆ ଟ୍ୱିଟର ଆକାଉଣ୍ଟରେ ସେ ଖୁବ୍‌ ସକ୍ରିୟ ଥିଲେ। ଏହା ସହିତ ସେ ଇନଷ୍ଟାଗ୍ରାମରେ ତାଙ୍କ […]

author-image
Puspanjali Panda
୯୦ ବର୍ଷରେ ଡେବ୍ୟୁ !

lata

ମୁମ୍ୱାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଗତ ୨୮ ତାରିଖରେ ତାଙ୍କର ୯୦ତମ ଜନ୍ମଦିନ ପାଳନ କରିଛନ୍ତି। ବଲିଉଡ୍‌ରେ ସମସ୍ତ କଳାକାର, ପ୍ରଶଂସକ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Advertisment

ବର୍ତ୍ତମାନ ଲତା ତାଙ୍କର ଫ୍ୟାନ୍‌ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ୯୦ ବର୍ଷ ବୟସରେ ଲତା ଇନଷ୍ଚାଗ୍ରାମରେ ଡେବ୍ୟୁ କରିଛନ୍ତି। ପୂର୍ବରୁ ସୋଶାଲ ମିଡିଆ ଟ୍ୱିଟର ଆକାଉଣ୍ଟରେ ସେ ଖୁବ୍‌ ସକ୍ରିୟ ଥିଲେ। ଏହା ସହିତ ସେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି।

https://www.instagram.com/p/B3B25CJHbVB/?utm_source=ig_web_copy_link

ସୋମବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ନମସ୍କାର। ଆଜି ପ୍ରଥମଥର ପାଇଁ ଆପଣମାନଙ୍କ ସହିତ ଇନ୍‌ଷ୍ଟାଗ୍ରାମ୍‌ରେ ଯୋଡ଼ି ହେଉଛି।’ ସବୁଦିନ ପରି ଏହି ଫଟୋରେ ମଧ୍ୟ ଲତାଙ୍କୁ ତାଙ୍କ ଟ୍ରେଡ୍‌ମାର୍କ ଧଳା ଶାଢ଼ିରେ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲତାଙ୍କ ଇନଷ୍ଟା ଆକାଉଣ୍ଟ ଭେରିଫାଏ ହୋଇପାରିନାହିଁ।

Advertisment

https://www.instagram.com/p/B3B6TqUHqoy/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମ୍‌ରେ ଆସିବା ପରେ ଲତାଙ୍କୁ ୫୨ ହଜାରରୁ ଅଧିକ ଲୋକ ଫଲୋ କରିସାରିଲେଣି। ସମସ୍ତେ ତାଙ୍କୁ ‘ୱେଲକମ୍‌ ତାଇ’ ଲେଖି ସ୍ୱାଗତ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଲତା ତାଙ୍କ ଭଉଣୀ ମୀନା ମଙ୍ଗେଶକର ଖାଡ଼ିକରଙ୍କ ବହି ‘ଦିଦି ଔର୍‌ ମେଁ’କୁ ରିଲିଜ୍‌ କରିଛନ୍ତି। ଏହି ଅବସରରେ ମୀନାଙ୍କ ବହି ସହିତ ଫଟୋ ଉଠାଇ ସେ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି।