୬୨ରେ ପାଦ ଦେଲେ ରିଷି

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ରିଷି କପୁରଙ୍କର ଆଜି ଜନ୍ମଦିନ। ସେ ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ପତ୍ନୀ ନୀତୁ ଓ ପୁଅ ରଣବୀରଙ୍କ ସହିତ ସେ ଜନ୍ମଦିନ ପାଳନ କରିଛନ୍ତି। ଏନେଇ ରିଷି ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଏହି ଫଟୋ ସହିତ ‘ବମ୍ବେ ଭେଲଭେଟ୍’ର ଏକ ଫଟୋ ମଧ୍ୟ ସେ ପୋଷ୍ଟ କରିଛନ୍ତି।

ନୀତୁ କପୁର ମଧ୍ୟ ରିଷିଙ୍କ ଜନ୍ମ ଦିନ ପାଳନର ଉକ୍ତ ଫଟୋଟିକୁ ଟ୍ୱିଟ୍ କରିଛନ୍ତି ଓ ଲେଖିଛନ୍ତି ଯେ ତା’ ବାପାଙ୍କ ଜନ୍ମ ଦିନରେ ରଣବୀର ଯୋଗ ସାମିଲ ହୋଇଥିଲା।