/odisha-reporter/media/post_attachments/uploads/2019/12/111.jpg)
111
ମୁମ୍ୱାଇ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ଡାନ୍ସ ପ୍ଲସ୍ ୫’ରେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ ଓ ଅନୀଲ୍ କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଶୋ’ରେ ଦୁହେଁ ସେମାନଙ୍କ ଲମ୍ବା ଅଭିନୟ କ୍ୟାରିୟରର ସ୍ମୃତିଚାରଣ କରିଥିଲେ। ଆଉ ଏହି ଅବସରରେ ୨୦ ବର୍ଷ ତଳେ ଅନୀଲ ତାଙ୍କର ଏକ ପ୍ୟାଣ୍ଟ ଚୋରାଇ ନେଇଥିଲେ ବୋଲି ଜ୍ୟାକି କହିଥିଲେ। ତା’ସହିତ ସେହି ପ୍ୟାଣ୍ଟ ଫେରାଇବାକୁ ସେ ଅନୀଲଙ୍କୁ ସମସ୍ତଙ୍କ ସାମ୍ନାରେ କହିଥିଲେ। ଅନୀଲ ପ୍ୟାଣ୍ଟ୍ ଚୋରି କରିଥିବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
/odisha-reporter/media/post_attachments/wp-content/uploads/2019/12/v2.jpg)
ତେବେ ଦର୍ଶକଙ୍କ ମନରେ ଉଠିଥିବା ସନ୍ଦେହକୁ ଦୂର କରିଥିଲେ ଅନୀଲ। ସେ କହିଥିଲେ, “ଆପଣମାନେ ସମସ୍ତେ ଜାଣିଛନ୍ତି, ମୋ ଭାଇ ଜ୍ୟାକି ଷ୍ଟାଇଲ ଆଇକନ୍। ସେ ହେଉଛନ୍ତି ଲକ୍ଷେରେ ଜଣେ। ‘ବିରାସତ୍’ ଫିଲ୍ମର ଶୁଟିଂ ସମୟରେ ମୁଁ ତାଙ୍କର ଏକ ଖାକି ପ୍ୟାଣ୍ଟ ଦେଖିଥିଲି। ସେହି ପ୍ୟାଣ୍ଟ ସେହି ସମୟରେ ଟ୍ରେଣ୍ଡିଂରେ ଥିଲା। ମୋତେ ସେହି ପ୍ୟାଣ୍ଟ୍ ବହୁତ ପସନ୍ଦ ଆସିଥିଲା। ଦିନେ ମୁଁ ଜ୍ୟାକିଙ୍କ ପାଖକୁ ଯାଇଥିଲି ଏବଂ ତାଙ୍କର ସେହି ପ୍ୟାଣ୍ଟକୁ ମାଗି ଆଣିଥିଲି। ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଫେରାଇ ନାହିଁ।”
ଶୋ’ରେ ଜ୍ୟାକିଙ୍କର ସେହି ୨୦ ବର୍ଷ ପୁରୁଣା ଖାକି ପ୍ୟାଣ୍ଟକୁ ମଧ୍ୟ ଅନୀଲ ପ୍ରଦର୍ଶନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
