Advertisment

୬୬ ବର୍ଷରେ ଓମ୍ ପୁରୀ

ମୁମ୍ୱାଇ: ବଲିଉଡ୍ ଅଭିନେତା ଓମ୍ ପୁରୀଙ୍କ ଆଜି ଜନ୍ମ ଦିନ। ସେ ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁ ବିଶିଷ୍ଟ ବ୍ୟକ୍ତି ଓ ତାଙ୍କ ସମର୍ଥକମାନେ ଓମ୍ ପରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ୧୮ ଅକ୍ଟୋବର ୧୯୫୦ ମସିହାରେ ପଞ୍ଚାବର ହରିୟାଣାର ଉମବାଲା ସହରରେ ଓମ୍ ପୁରୀ ଜନ୍ମ ଗ୍ରହଣ କରିଥିଲେ। ଓମ୍ ପୁରୀ ତାଙ୍କ ପ୍ରାରମ୍ଭିକ ଶିକ୍ଷା ପଟିୟାଲାରେ ଶେଷ କରିଥିଲେ। ୧୯୭୬ରେ ପୁନେର ‘ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ […]

author-image
Rakesh Mallick
ଅଦ୍ୟତନ ହୋଇଛି
୬୬ ବର୍ଷରେ ଓମ୍ ପୁରୀ

om_puri

ମୁମ୍ୱାଇ: ବଲିଉଡ୍ ଅଭିନେତା ଓମ୍ ପୁରୀଙ୍କ ଆଜି ଜନ୍ମ ଦିନ। ସେ ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁ ବିଶିଷ୍ଟ ବ୍ୟକ୍ତି ଓ ତାଙ୍କ ସମର୍ଥକମାନେ ଓମ୍ ପରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ୧୮ ଅକ୍ଟୋବର ୧୯୫୦ ମସିହାରେ ପଞ୍ଚାବର ହରିୟାଣାର ଉମବାଲା ସହରରେ ଓମ୍ ପୁରୀ ଜନ୍ମ ଗ୍ରହଣ କରିଥିଲେ। ଓମ୍ ପୁରୀ ତାଙ୍କ ପ୍ରାରମ୍ଭିକ ଶିକ୍ଷା ପଟିୟାଲାରେ ଶେଷ କରିଥିଲେ। ୧୯୭୬ରେ ପୁନେର ‘ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ରେ ସ୍ନାତକ ଶେଷ କରିବା ପରେ ଦେଢବର୍ଷ ପର୍ଯ୍ୟନ୍ତ ଏକ ଥିଏଟରରେ ଅଭିନୟ ଶିକ୍ଷା ଦେଇଥିଲେ।। ପରେ ଓମ୍ ପୁରୀ ତାଙ୍କ ନିଜ ଥିଏଟରରେ  ଅଭିନୟ ଶିକ୍ଷା ଦେଇଥିଲେ।

Advertisment

ମରାଠୀ ନାଟକ ଉପରେ ଆଧାରିତ ଏକ ଫିଲ୍ମ‘ଘାସି ରାମ କୋତବାଲ’ରୁ ଓମ୍ ପୁରୀ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆକ୍ରୋଶ’ ରେ ସେ ସଫଳତା ପାଇଥିଲେ।  ସେ ବ୍ରିଟିଶ୍ ଓ ଆମେରିକୀୟ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୧୯୯୦ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ‘ପଦ୍ମ ଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।