ପ୍ରଦାନ ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଆୟୁଷ୍ମାନ୍‌ ଓ ଭିକି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ରାଜଧାନୀର ବିଜ୍ଞାନ ଭବନରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ଆଜି ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମାରୋହକୁ ଅଭିନେତ୍ରୀ ଦିବ୍ୟା ଦତ୍ତ ହୋଷ୍ଟ କରିଥିଲେ। ଏହି ସମାରୋହରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବାର ଥିଲା। ହେଲେ ସେ ଅସୁସ୍ଥ ଥିବାରୁ ସମାରୋହରେ ପହଞ୍ଚିପାରି ନଥିଲେ। ଏନେଇ ସେ ପୂର୍ବରୁ ସୂଚନା […]

national-film-award

national-film-award

Chinmayee Roy
  • Published: Monday, 23 December 2019
  • Updated: 23 December 2019, 03:18 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀର ବିଜ୍ଞାନ ଭବନରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ଆଜି ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମାରୋହକୁ ଅଭିନେତ୍ରୀ ଦିବ୍ୟା ଦତ୍ତ ହୋଷ୍ଟ କରିଥିଲେ। ଏହି ସମାରୋହରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବାର ଥିଲା। ହେଲେ ସେ ଅସୁସ୍ଥ ଥିବାରୁ ସମାରୋହରେ ପହଞ୍ଚିପାରି ନଥିଲେ। ଏନେଇ ସେ ପୂର୍ବରୁ ସୂଚନା ମଧ୍ୟ ଦେଇଥିଲେ। ଏହା ବ୍ୟତୀତ ଏହି ଅବସରରେ ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।

https://twitter.com/PIB_India/status/1209007115823505408?s=20

ଶ୍ରେଷ୍ଠ ଫିଲ୍ମ: ଅନ୍ଧାଧୁନ୍

https://twitter.com/PIB_India/status/1209010671934791680?s=20

ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗ ଫିଲ୍ମ: ପ୍ୟାଡ୍‌ ମ୍ୟାନ୍

ସବୁଠାରୁ ଲୋକପ୍ରିୟ ଫିଲ୍ମ: ବଧାଇ ହୋ

https://twitter.com/PIB_India/status/1209007641495629826?s=20

ଶ୍ରେଷ୍ଠ ଅଭିନେତା: ଆୟୁଷ୍ମାନ୍‌ ଖୁରାନା(ଫିଲ୍ମ-ଅନ୍ଧାଧୁନ୍‌), ଭିକି କୌଶଲ୍‌(ଫିଲ୍ମ-ଉରି)

ଶ୍ରେଷ୍ଠ ଅଭିନେତ୍ରୀ: କୀର୍ତ୍ତି ସୁରେଶ(ଫିଲ୍ମ-ମହାନତୀ)

ଶ୍ରେଷ୍ଠ ନିର୍ଦ୍ଦେଶକ: ଆଦିତ୍ୟ ଧର୍‌ (ଉରି: ଦସର୍ଜିକାଲ୍‌ ଷ୍ଟ୍ରାଇକ୍)

ଶ୍ରେଷ୍ଠ ସହ ଅଭିନେତା: ସ୍ୱାନନ୍ଦ କିର୍‌କିରେ (ଚୁମ୍ବକ୍)

ଶ୍ରେଷ୍ଠ ସହ ଅଭିନେତ୍ରୀ: ସୁରେଖା ସିକ୍ରି(ଫିଲ୍ମ-ବଧାଇ ହୋ)

https://twitter.com/PIB_India/status/1209000618360070144?s=20

ଶ୍ରେଷ୍ଠ କୋରିଓଗ୍ରାଫି: ଜ୍ୟୋତି ଦ ଟମୋର୍‌( ଘୁମର୍‌ ଗୀତ, ଫିଲ୍ମ-ପଦ୍ମାବତ୍)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ସଞ୍ଜୟ ଲୀଲା ଭଂଶାଲୀ (ଫିଲ୍ମ-ପଦ୍ମାବତ୍)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଅରିଜିତ୍‌ ସିଂହ (ଗୀତ- ବିନ୍‌ତେ ଦିଲ୍‌, ଫିଲ୍ମ-ପଦ୍ମାବତ୍‌)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ବିନ୍ଦୁ ମାଲିନୀ (ଗୀତ- ମାୟାବୀମାନବେ, ଫିଲ୍ମ(କନ୍ନଡ଼)- ନଥିଚରାମି)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos