Advertisment

‌ଆସିବ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍‌

ୱାଶିଂଟନ୍: ‘କିଙ୍ଗ୍‌ ଅଫ୍ ପପ୍‌’ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍‌ ତିଆରି ହେବ। ଏଥିରେ ତାଙ୍କ ପୂରା ଜୀବନରେ ଘଟିଥିବା ସମସ୍ତ ଘଟଣା ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍‌ ତିଆରି କରିବେ। ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି। https://www.instagram.com/p/B4c31elAH71/?utm_source=ig_web_copy_link ଗ୍ରାହମ୍ କିଙ୍ଗ୍ ଏହା ପୂର୍ବରୁ ଫିଲ୍ମ ‘ବୋହେମିଆନ୍ ରାପ୍‌ସୋଡି’ ତିଆରି କରିଥିଲେ, ଯାହା ଓସ୍କାର ପୁରସ୍କାର ପାଇଥିଲା। ଏହି ଫିଲ୍ମଟି ବିଗତ ଦିନର ମ୍ୟୁଜିକ୍‌ ସୁପର୍‌ଷ୍ଟାର୍‌ ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ […]

‌ଆସିବ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍‌

jackson

Advertisment

ୱାଶିଂଟନ୍: ‘କିଙ୍ଗ୍‌ ଅଫ୍ ପପ୍‌’ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍‌ ତିଆରି ହେବ। ଏଥିରେ ତାଙ୍କ ପୂରା ଜୀବନରେ ଘଟିଥିବା ସମସ୍ତ ଘଟଣା ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍‌ ତିଆରି କରିବେ। ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି।

Advertisment

https://www.instagram.com/p/B4c31elAH71/?utm_source=ig_web_copy_link

ଗ୍ରାହମ୍ କିଙ୍ଗ୍ ଏହା ପୂର୍ବରୁ ଫିଲ୍ମ ‘ବୋହେମିଆନ୍ ରାପ୍‌ସୋଡି’ ତିଆରି କରିଥିଲେ, ଯାହା ଓସ୍କାର ପୁରସ୍କାର ପାଇଥିଲା। ଏହି ଫିଲ୍ମଟି ବିଗତ ଦିନର ମ୍ୟୁଜିକ୍‌ ସୁପର୍‌ଷ୍ଟାର୍‌ ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ ଜୀବନ ଉପରେ ଆଧାରିତ।

ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ଜନ୍ ଲୋଗନ୍‌। ଫିଲ୍ମ ‘ଦ ଏଭିଏଟର୍‌’ରୁ ଚର୍ଚ୍ଚାକୁ ଆସିଥିଲେ ଜନ୍‌।

Advertisment

https://www.instagram.com/p/B1OyBEhgJqM/?utm_source=ig_web_copy_link

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ଉପରେ ଏକ ବୃତ୍ତଚ୍ଚିତ୍ର ତିଆରି ହୋଇଥିଲା। ଏହା ରିଲିଜ୍‌ ହେବା ପରେ ସେ  ଜୀବନ ସାରା ଭୋଗିଥିବା ନାବାଳକ ଦୁଷ୍କର୍ମ ଅଭିଯୋଗ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା।

https://www.instagram.com/p/BwiSEf0jJoR/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe