Advertisment

ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ ‘ମର୍ଡର’ ପାଇଁ ବିବାଦ ଘେରରେ ଫସିଛନ୍ତି। ଏହି ଫିଲ୍ମଟି ସେ ଯାହା ଉପରେ ତିଆରି କରିଛନ୍ତି, ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ରାମ ଗୋପାଳ ବର୍ମାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଲେଙ୍ଗାନାର ନାଲଗୋଣ୍ଡାସ୍ଥିତ ସ୍ୱତନ୍ତ୍ର ଏସସି / ଏସଟି କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ […]

ଅଦ୍ୟତନ ହୋଇଛି
ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ramgpal

Advertisment

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ ‘ମର୍ଡର’ ପାଇଁ ବିବାଦ ଘେରରେ ଫସିଛନ୍ତି। ଏହି ଫିଲ୍ମଟି ସେ ଯାହା ଉପରେ ତିଆରି କରିଛନ୍ତି, ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ରାମ ଗୋପାଳ ବର୍ମାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଲେଙ୍ଗାନାର ନାଲଗୋଣ୍ଡାସ୍ଥିତ ସ୍ୱତନ୍ତ୍ର ଏସସି / ଏସଟି କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

https://twitter.com/RGVzoomin/status/1275279306717974528?s=20

ପ୍ରକୃତରେ ନିର୍ଦ୍ଦେଶକ ‘ଅନର୍ କିଲିଂ’ ମାମଲା ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ସୂଚନା ମୁତାବକ ଏହି ଘଟଣା ୨୦୧୮ ମସିହାରେ ତେଲେଙ୍ଗାନାର ମିରିଆଲାଗୁଡ଼ାରେ ଘଟିଥିଲା। ପ୍ରଣୟ କୁମାର ନାମକ ଜଣେ ବ୍ୟକ୍ତି ନିଜଠୁ ଉଚ୍ଚ ଜାତିର ଝିଅ ଅମ୍ରିତାଙ୍କୁ ବିବାହ କରିଥିବାରୁ ଝିଅର ପିତା ମାରୁତି ରାଓ ଏବଂ ଅଙ୍କଲ ଶ୍ରାବଣ କୁମାର ପ୍ରଣୟଙ୍କର ହତ୍ୟା କରିଥିଲେ। ହେଲେ ବର୍ତ୍ତମାନ ପ୍ରଣୟଙ୍କ ପିତା ବାଲାସ୍ୱାମୀ, ରାମ ଗୋପାଳଙ୍କ ଫିଲ୍ମ 'ମର୍ଡର'କୁ ବିରୋଧ କରିଛନ୍ତି।

https://twitter.com/RGVzoomin/status/1279604382959468544?s=20

କିଛିଦି ପୂର୍ବରୁ ପ୍ରଣୟଙ୍କ ପରିବାର କୋର୍ଟରେ ଏକ ଆବେଦନ କରିଥିଲେ ଏବଂ କହିଥିଲେ ଯେ ରାମ ଗୋପାଳଙ୍କ ଫିଲ୍ମ 'ମର୍ଡର' ପ୍ରଣୟଙ୍କ ହତ୍ୟା ମାମଲାରେ ପ୍ରଭାବ ପକାଇବ। କାରଣ ଏପର୍ଯ୍ୟନ୍ତ ପୁଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି। ବାଲାସ୍ୱାମୀଙ୍କ ଆବେଦନ ଶୁଣି ନାଗାଲଗୋଣ୍ଡା ସ୍ପେଶାଲ ଏସସି /ଏସଟି କୋର୍ଟ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମରିଆଲାଗୁଡ଼ା ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ନିର୍ଦ୍ଦେଶକ ବିନା ଅନୁମତିରେ ମୃତକଙ୍କ ପରିବାରର ଫଟୋ ବ୍ୟବହାର କରୁଥିଲେ।

Advertisment

https://twitter.com/RGVzoomin/status/1279605164261826561?s=20

ତେବେ ଏହାକୁ ନେଇ ସୋଶାଲ୍‌ ମିଡିଆରେ ଏବେ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବାବେଳେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଛନ୍ତି। ତେବେ ରାମ ଗୋପାଳ ନିଜ ଟ୍ୱିଟର୍‌ରେ ଏହାର ଏକ ସ୍ପଷ୍ଟିକରଣ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏହି ମାମଲାରେ ମୋ ଓକିଲ ଜବାବ ଦେବେ। ଏହାର କାହାଣୀରେ କୌଣସି କାଷ୍ଟ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ଏବଂ ଏହା ଏକ ଏମିତି ଏକ ବିଷୟବସ୍ତୁ ଉପରେ ତିଆରି ହୋଇଛି ଯାହା ବର୍ତ୍ତମାନ ଆମ ସମାଜର ଏକ ଅଂଶ। ଏହା କେବଳ ଏକ ସୃଜନଶୀଳ କାର୍ଯ୍ୟ, ଏହା କାହାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ତିଆରି ହୋଇନାହିଁ।’

https://twitter.com/RGVzoomin/status/1279603971594698753?s=20

ସୂଚନାଯୋଗ୍ୟ, ନିକଟରେ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଯାଇଛି।  ପୋଷ୍ଟର ଶେଆର୍‌ କରି ରାମଗୋପାଳ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ସମସ୍ତଙ୍କ ହୃଦୟକୁ ଛୁଇଁବ। ଏହା ହେଉଛି ଅମୃତା ଏବଂ ମାରୁତି ରାଓଙ୍କ କାହାଣୀ। ଜଣେ ପିତା ଯିଏ ନିଜ ଝିଅକୁ ବହୁତ ଭଲ ପାଉଥିଲେ। ଫିଲ୍ମଟି ଲଞ୍ଚ ଡେଟ୍ ନେଇ କୈଣସି ସୂଚନା ଦିଆଯାଇ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe