ss
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ଆଗାମୀ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’ରେ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା କରଣ ଜୋହର ଏହି କଥା ସ୍ପଷ୍ଟ କରିଛନ୍ତି।
କରଣ ଜୋହର ଏକ ଇଣ୍ଟରନ୍ୟାସନାଲ ଇଭେଣ୍ଟରେ କହିଛନ୍ତି, “ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’ ଦୀପାବଳିରେ ରିଲିଜ୍ ହେବ। ଶାହାରୁଖ ଖାନ୍ ଏହି ଫିଲ୍ମ ପାଇଁ ଏକ ସିନ୍ ସୁଟିଂ କରି ସାରିଛନ୍ତି।”
ସେ କହିଛନ୍ତି, “୭ ବର୍ଷ ହେବ ଶାହାରୁଖଙ୍କ ସହିତ ମୁଁ କାମ କରି ନାହିଁ। କିନ୍ତୁ ଶାହାରୁଖ ମୋର ଏହି ଫିଲ୍ମ ପାଇଁ ସୁଟିଂ କରିଛନ୍ତି। ୭ ବର୍ଷ ପରେ ମଧ୍ୟ କିଛି ବଦଳିନାହିଁ। ଶାହାରୁଖ ଜାଣିଛନ୍ତି ମୁଁ ତାଙ୍କଠାରୁ କ’ଣ ଆଶା କରୁଛି ଓ ମୋତେ ଜଣା ଅଛି ସେ କ’ଣ କରି ପାରିବେ।”
ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’ ଫିଲ୍ମରେ ପ୍ରଥମର ପାଇଁ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ ଏକାଠି ଦେଖିବାକୁ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/ss.jpg)