Advertisment

ଅଜିତ୍‌ ଡୋଭାଲ୍‌ଙ୍କ ଉପରେ ହେବ ଫିଲ୍ମ

ମୁମ୍ବାଇ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଉପରେ ନିର୍ମାଣ ହେବ ଫିଲ୍ମ। ବଲିଉଡ୍ ନିର୍ଦ୍ଦେଶକ ନିରଜ ପାଣ୍ଡେ ତାଙ୍କ ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଅଜିତ୍ ଡୋଭାଲ୍‌ଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସେ ‘ଖିଲାଡୀ ଷ୍ଟାର୍‌’ ଅକ୍ଷୟ କୁମାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ନିରଜ କହିଛନ୍ତି, ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଏକ ବଡ଼ ଦାୟିତ୍ୱ। ଏଥିପାଇଁ ଏକ ଟିମ୍‌ ସଂପୂର୍ଣ୍ଣ ଭାବେ ଏହି କାର୍ଯ୍ୟରେ ଲାଗିଛି। ଫିଲ୍ମର ସ୍କ୍ରିପ୍ଟ […]

ଅଦ୍ୟତନ ହୋଇଛି
ଅଜିତ୍‌ ଡୋଭାଲ୍‌ଙ୍କ ଉପରେ ହେବ ଫିଲ୍ମ

ion1

Advertisment

ମୁମ୍ବାଇ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଉପରେ ନିର୍ମାଣ ହେବ ଫିଲ୍ମ। ବଲିଉଡ୍ ନିର୍ଦ୍ଦେଶକ ନିରଜ ପାଣ୍ଡେ ତାଙ୍କ ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଅଜିତ୍ ଡୋଭାଲ୍‌ଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସେ ‘ଖିଲାଡୀ ଷ୍ଟାର୍‌’ ଅକ୍ଷୟ କୁମାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

Advertisment

ନିରଜ କହିଛନ୍ତି, ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଏକ ବଡ଼ ଦାୟିତ୍ୱ। ଏଥିପାଇଁ ଏକ ଟିମ୍‌ ସଂପୂର୍ଣ୍ଣ ଭାବେ ଏହି କାର୍ଯ୍ୟରେ ଲାଗିଛି। ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ଚାଲିଛି। ସ୍କ୍ରିପ୍ଟ ଲେଖା ସରିବା ପରେ ଶୁଟିଂ ଆରମ୍ଭ ହେବ।

ajit2ନିରଜ ଏବେ ‘ଚାଣକ୍ୟ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଅଜୟ ଦେବଗନଙ୍କ ଅଭିନୀତ ଏହି ଫିଲ୍ମର ଶୁଟିଂ ସରିବା ପରେ ନୂଆ ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଏଯାବତ୍ ଫିଲ୍ମର ନାଁ ବିଷୟରେ କିଛି ଚିନ୍ତା କରାଯାଇ ନାହିଁ।

Advertisment

ଅକ୍ଷୟ କୁମାର ଓ ନିରଜ ପାଣ୍ଡେ ଯେତେବେଳେ ଏକାଠି ଫିଲ୍ମ କରିଛନ୍ତି, ତାହା ହିଟ୍ ହୋଇଛି। ଅକ୍ଷୟ ତାଙ୍କ ସହିତ ‘ରୁସ୍ତମ’, ‘ବେବି’ ଓ ‘ସ୍ପେଶାଲ୍ ୨୬’ରେ କାମ କରିଛନ୍ତି। ଆଉ ଏ ଫିଲ୍ମଗୁଡ଼ିକ ଲୋକଙ୍କ ମନକୁ ପାଇଥିଲା।

akhyaଅଗଷ୍ଟ ୧୫ରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ୍‌’ ରିଲିଜ୍‌ ହେବାକୁ ଯାଉଛି। ଇସ୍ରୋର ମାର୍ଶ ଅର୍ବିଟର ମିଶନ୍‌ (ଏମ୍‌ଓଏମ୍‌) ବା ମଙ୍ଗଳଯାନ ପ୍ରକଳ୍ପ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଜଗନ୍‌ ଶକ୍ତି ଦେଇଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ୍‌, ତାପସି ପନ୍ନୁ ଏବଂ ଇଶା ତଲୱାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe