puja
ମୁମ୍ବାଇ: ଏବେ ବଲିଉଡ୍ରେ ଚାଲିଛି MeToo ଟ୍ରେଣ୍ଡ୍। ଏଥିରେ ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ସହିତ ହୋଇଥିବା ଯୌନ ନିର୍ଯାତନା ଅବା ଅସଦାଚରଣ ବିଷୟରେ କହୁଛନ୍ତି। ସମସ୍ତେ ନୁହଁନ୍ତି, କେବଳ ଯେଉଁମାନଙ୍କର ଏଭଳି ତିକ୍ତ ଅନୁଭୂତି ରହିଛି, ସେମାନେ ସେ ଘଟଣାଗୁଡ଼ିକ ସଂପର୍କରେ କହୁଛନ୍ତି।
ଏଥିରେ ସାମିଲ ହୋଇ ନିକଟରେ ତନୁଶ୍ରୀ ଦତ୍ତ ମୁହଁ ଖୋଲିଥିଲେ। ଏକ ଫିଲ୍ମର ଗୀତ ଶୁଟିଂ ବେଳେ ଅଭିନେତା ନାନା ପାଟେକର ତାଙ୍କ ସହିତ ଜୋରଜବରଦସ୍ତି କରିବାକୁ ଉଦ୍ୟମ କରିଥିଲେ ବୋଲି ସେ କହିଥିଲେ।
ତନୁଶ୍ରୀଙ୍କ ପରେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ପୂଜା ଭଟ୍ଟ।
ଏକ କାର୍ଯ୍ୟକ୍ରମରେ ସେ କହିଥିଲେ,“ଥରେ ବିମାନବନ୍ଦରରେ ମୋର ଜଣେ ବନ୍ଧୁ ମୋ ଛାତିରେ ହାତ ମାରିବାକୁ ଉଦ୍ୟମ କରିଥିଲେ। ସେ ମୋ ପାଖରେ ବସିଥିବା ବେଳେ ଏମିତି ଘୃଣ୍ୟ କାମ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପରେ ମତେ ଲାଗିଲା ମହିଳାମାନେ କେବଳ ବାହାରେ ଅସୁରକ୍ଷିତ ନୁହନ୍ତି, ଭିତରେ ମଧ୍ୟ ଅସୁରକ୍ଷିତ। ଏଣୁ ମହିଳାମାନେ ସଚେତନ ହେବା ଜରୁରୀ। ତା’ସହିତ ସେମାନେ ସ୍ମାର୍ଟ ମଧ୍ୟ ହେବା ଦରକାର।”
ସେହିଭଳି ତନୁଶ୍ରୀଙ୍କ ମାମଲାରେ ସେ କହିଛନ୍ତି,“ତାଙ୍କୁ (ତନୁଶ୍ରୀଙ୍କୁ) କହିବାକୁ ସୁଯୋଗ ଦିଆଯିବା ଦରକାର। ତାଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରାଯିବା ଉଚିତ୍ ନୁହେଁ। ଘଟଣାର ତଦନ୍ତ ହେବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/puja.jpg)