Adipurush poster
‘ବାହୁବଳୀ’ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଗୁରୁବାର ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଫିଲ୍ମ ନିର୍ମାତା ଓମ ରାଉତ ଏହି ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଅଭିନେତା ଦେବଦତ୍ତ ନାଗେ ହନୁମାନଙ୍କ ବେଶରେ ଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
ପୂର୍ବରୁ 'ଆଦିପୁରୁଷ'ର ପୋଷ୍ଟରକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ‘ରାମାୟଣ’ର ପୃଷ୍ଠଭୂମିରେ ଏହି ଫିଲ୍ମ ନିର୍ମିତ ହୋଇଛି।
'ଆଦିପୁରୁଷ' ଚଳଚ୍ଚିତ୍ରରେ ସାଉଥ ଅଭିନେତା ପ୍ରଭାସଙ୍କ ସହିତ କ୍ରିତି ସାନନ, ସୈଫ ଅଲି ଖାନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ। ପୁର୍ବରୁ ରିଲିଜ ହୋଇଥିବା ଟିଜରରେ ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲି ଖାନଙ୍କ ଲୁକ୍କୁ ଟ୍ରୋଲ କରାଯାଇଥିଲା।
'ଆଦିପୁରୁଷ' ଚଳିତ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଓମ୍ ରାଉତ ଦେଇଛନ୍ତି। ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାର, ଓମ୍ ରାଉତ, କୃଷ୍ଣ କୁମାର, ପ୍ରସାଦ ସୁତାର ଓ ରାଜେଶ ନାୟର ଏହାର ପ୍ରଯୋଜନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1680786438.jpg)