Advertisment

ନିଶା ପାଇଁ ଝଡ଼, ଅଧାରେ ରହିଲା ନାଟକ

ପୁଣି ନିଶା ମହାରଣାକୁ ନେଇ ବିବାଦ।ଯାତ୍ରାରେ ଅଶ୍ଳୀଳତା ଓ ନଗ୍ନତାକୁ ବିରୋଧ କରି ଯାତ୍ରା କଳାକାର ଓ ଆୟୋଜକ ମୁଁହା ମୁହିଁ ହୋଇଛନ୍ତି।ଏମିତି ମାମଲା ଆସି ପହଁଚିଛି ଥାନାରେ।ଏମିତି କି ନିଶା ମହାରଣାଙ୍କୁ ଯାତ୍ରା ମଞ୍ଚକୁ ଉଠାଇ ଦେଲେ ନାହିଁ କଳାକାର। ଗତ କାଲି କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଅବଦୁଲପୁର ଠାରେ ସାଇଦୁର୍ଗା ଯାତ୍ରା ପକ୍ଷରୁ ନାଟକ ପରିବେଷଣ ହେଉଥିଲା।

Advertisment

ବିବାଦୀୟ ନାୟିକା ନିଶା ମହାରଣା ପାଇଁ ଷ୍ଟେଜ୍‌ରେ ସୃଷ୍ଟି ହୋଇଛି ଝଡ଼। ଯାତ୍ରାରେ ଅଶ୍ଳୀଳତା ଓ ନଗ୍ନତାକୁ ବିରୋଧ କରି ଯାତ୍ରା କଳାକାର ଓ ଆୟୋଜକ ମୁଁହା ମୁହିଁ ହୋଇଛନ୍ତି। ନାଟକ ଆରମ୍ଭ ହୋଇଥିବାରୁ ଡ୍ୟାନ୍ସ କରିବାକୁ ଦେଲେନାହିଁ କଳାକାର। ସେଥିପାଇଁ କଳାକାର ଓ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯେଉଁଥିପାଇଁ ଅଧାରୁ ବନ୍ଦ ରହିଲା ନାଟକ ‘ପଡ଼ିଗଲି ମୁଁ ତୋ ପ୍ରେମରେ’। ଆଉ ରାତିରେ ହୋ-ହଲ୍ଲା ହୋଇ ଘରକୁ ଫେରିଲେ ଯାତ୍ରା ପ୍ରେମୀ। ଏପରି ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। 

Advertisment
Kendrapada Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe