Advertisment

ଇଶାନ୍-ତବ୍ବୁଙ୍କ 'ଏ ସ୍ୱିଟେବୁଲ୍ ବୟ'ର ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ: ମୀରା ନାୟରଙ୍କ ଓ୍ବେବ୍ ସିରିଜ୍ ‘ଏ ସ୍ୱିଟେବୁଲ୍ ବୟ’କୁ ନେଇ ବିବାଦ ତେଜିଛି। ଲଭ୍ ଜିହାଦ୍ ଉପରେ ଆଇନ୍ ଆଣିବାକୁ ଯାଉଥିବା ମଧ୍ୟପ୍ରଦେଶରେ ଏବେ ଓଟିଟି ପ୍ଲାଟଫର୍ମର ଏହି ଓ୍ୱେବ୍ ସିରିଜକୁ ନେଇ ବିବାଦ ଦେଖିବାକୁ ମିଳିଛି। ସିରିଜର ଏକ କିସିଂ ସିନକୁ ନେଇ ଆପତ୍ତି ଉଠିଛି। ଏନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆପତ୍ତି ଉଠାଇ କହିଛନ୍ତି, ଓଟିଟି ପ୍ଲାଟଫର୍ମରେ ‘ଏ ସ୍ୱିଟେବୁଲ୍ ବୟ’ ଓ୍ୱେବ୍ ସିରିଜରେ ଅତ୍ୟନ୍ତ ଆପତ୍ତିଜନକ ଦୃଶ୍ୟ ରହିଛି। ଏଥିରେ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଇଶାନ୍-ତବ୍ବୁଙ୍କ 'ଏ ସ୍ୱିଟେବୁଲ୍ ବୟ'ର ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ

a-suitable-boy

ନୂଆଦିଲ୍ଲୀ: ମୀରା ନାୟରଙ୍କ ଓ୍ବେବ୍ ସିରିଜ୍ 'ଏ ସ୍ୱିଟେବୁଲ୍ ବୟ'କୁ ନେଇ ବିବାଦ ତେଜିଛି। ଲଭ୍ ଜିହାଦ୍ ଉପରେ ଆଇନ୍ ଆଣିବାକୁ ଯାଉଥିବା ମଧ୍ୟପ୍ରଦେଶରେ ଏବେ ଓଟିଟି ପ୍ଲାଟଫର୍ମର ଏହି ଓ୍ୱେବ୍ ସିରିଜକୁ ନେଇ ବିବାଦ ଦେଖିବାକୁ ମିଳିଛି। ସିରିଜର ଏକ କିସିଂ ସିନକୁ ନେଇ ଆପତ୍ତି ଉଠିଛି।

Advertisment

Mira Nair's 'A Suitable Boy' First Look Photos Show Ishaan Khatter Enthralled By Tabu - Entertainment

ଏନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆପତ୍ତି ଉଠାଇ କହିଛନ୍ତି, ଓଟିଟି ପ୍ଲାଟଫର୍ମରେ 'ଏ ସ୍ୱିଟେବୁଲ୍ ବୟ' ଓ୍ୱେବ୍ ସିରିଜରେ ଅତ୍ୟନ୍ତ ଆପତ୍ତିଜନକ ଦୃଶ୍ୟ ରହିଛି। ଏଥିରେ ଜଣେ ମୁସଲମାନ ପୁଅ ତା ପ୍ରେମିକାକୁ ଚୁମ୍ବନ ଦେଉଛି ଏବଂ ସେହି ସମୟରେ ଭଜନ ଚାଲିଥିବା ଶୁଣିବାକୁ ମିଳୁଛି।

A Suitable Boy: How costume designer Arjun Bhasin designed a suitable wardrobe for the Netflix show

ସେ ପୁଣି କହିଛନ୍ତି ଯେ, ଏହା ଭାବନାକୁ ଆଘାତ ପହଞ୍ଚାଇଲା ଭଳି ବିଷୟ। ଏଭଳି ଦୃଶ୍ୟ ଆଧାରରେ ନେଟଫ୍ଲିକ୍ସ ଭଳି ଓଟିଟି ପ୍ଲାଟଫର୍ମର ଫିଲ୍ମ ନିର୍ମାତାଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ତାହା ପରୀକ୍ଷଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି।

Advertisment

ପ୍ରକାଶଯୋଗ୍ୟ, ଗୌରବ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ 'ଏ ସ୍ୱିଟେବୁଲ୍ ବୟ' ଓ୍ୱେବ୍ ସିରିଜର ଚୁମ୍ବନ ଦୃଶ୍ୟ ଶେୟାର କରି ଆପତ୍ତି ଉଠାଇଥିଲେ। ତେବେ ଓ୍ୱେବ୍ ସିରିଜର ଲତା ଏବଂ କବୀର ଚରିତ୍ର ମଧ୍ୟରେ ହୋଇଥିବା ଚୁମ୍ବନ ଦୃଶ୍ୟ ଉପରେ ଏହି ବିବାଦ ବୋଲି କୁହାଯାଉଛି।

A Suitable Boy Web Series: Review, Trailer, Star Cast, Songs, Actress Name, Actor Name, Posters, News & Videos

ଅନ୍ୟପଟେ 'ଏ ସ୍ୱିଟେବୁଲ୍ ବୟ' ଓ୍ୱେବ୍ ସିରିଜକୁ ଲୋକପ୍ରିୟ ନିର୍ଦ୍ଦେଶକ ମୀରା ନାୟକ ପ୍ରସ୍ତୁତ କରୁଛନ୍ତି। ଲେଖକ ବିକ୍ରମ ସେଠଙ୍କ ଏ ସ୍ୱିଟେବୁଲ୍ ବୟ ପୁସ୍ତକ ଉପରେ ଓ୍ୱେବ୍ ସିରିଜଟି ଆଧାରିତ। ଏଥିରେ ତବ୍ବୁ, ଇଶାନ୍ ଖଟ୍ଟର, ନମିତ ଦାସ, ରାମ କପୁରଙ୍କ ବ୍ୟତୀତ ତାନ୍ୟା ମନିକତଲା ଏବଂ ଦାନେଶ ରିଜଭି ମଧ୍ୟ ନଜରକୁ ଆସିବେ।