Advertisment

'ଭାସ୍‌ମାଲ୍ଲେ'ରେ ଏକାଠି ଝୁମିଲେ ଆମୀର୍‌ ଓ 'ବିଗ୍‌ ବି'

ମୁମ୍ବାଇ:ପ୍ରଥମ ଥର ପାଇଁ ଅନ୍‌ ସ୍କ୍ରିନ୍‌ରେ ଏକାଠି ନାଚିଛନ୍ତି ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ସହ ମିଷ୍ଟର୍‌ ପର୍‌ଫେକ୍‌ସନିଷ୍ଟ୍‌ ଆମୀର୍‌ ଖାନ୍‌। ୟଶ୍‌ରାଜ୍‌ ବ୍ୟାନର୍ସର ଆଗାମୀ ଫିଲ୍ମ୍‌ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଗୀତ ‘ଭାସ୍‌ମାଲ୍ଲେ’…ର ଭିଡିଓ ଏବେ ରିଲିଜ୍‌ ହୋଇଛି। ଏଥିରେ ଅମିତାଭ୍‌ଙ୍କ ସହ ଆମୀର୍‌ ଖାନ୍‌ ନିଜ ଫିଲ୍ମ କ୍ୟାରିଅର୍‌ର ପ୍ରଥମ ଥର ପାଇଁ ପରଦାରେ ଏକାଠି ନାଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗୀତକୁ ନିଜେ ବିଗ୍‌ ବି ଲେଖିଛନ୍ତି। ଏଥିରେ କଣ୍ଠଦାନ କରିଛନ୍ତି ବଲିଉଡର ଲୋକପ୍ରିୟ […]

ଅଦ୍ୟତନ ହୋଇଛି
'ଭାସ୍‌ମାଲ୍ଲେ'ରେ ଏକାଠି ଝୁମିଲେ ଆମୀର୍‌ ଓ 'ବିଗ୍‌ ବି'

amitav

Advertisment

ମୁମ୍ବାଇ:ପ୍ରଥମ ଥର ପାଇଁ ଅନ୍‌ ସ୍କ୍ରିନ୍‌ରେ ଏକାଠି ନାଚିଛନ୍ତି ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ସହ ମିଷ୍ଟର୍‌ ପର୍‌ଫେକ୍‌ସନିଷ୍ଟ୍‌ ଆମୀର୍‌ ଖାନ୍‌। ୟଶ୍‌ରାଜ୍‌ ବ୍ୟାନର୍ସର ଆଗାମୀ ଫିଲ୍ମ୍‌ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଗୀତ 'ଭାସ୍‌ମାଲ୍ଲେ'...ର ଭିଡିଓ ଏବେ ରିଲିଜ୍‌ ହୋଇଛି। ଏଥିରେ ଅମିତାଭ୍‌ଙ୍କ ସହ ଆମୀର୍‌ ଖାନ୍‌ ନିଜ ଫିଲ୍ମ କ୍ୟାରିଅର୍‌ର ପ୍ରଥମ ଥର ପାଇଁ ପରଦାରେ ଏକାଠି ନାଚିଛନ୍ତି।

Advertisment

amitavଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗୀତକୁ ନିଜେ ବିଗ୍‌ ବି ଲେଖିଛନ୍ତି। ଏଥିରେ କଣ୍ଠଦାନ କରିଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂହ ଓ ବିଶାଲ ଡଡଲାନି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ସଙ୍ଗୀତକାର ଯୋଡ଼ି ଅଜୟ-ଅତୁଲ। 'ଭାସ୍‌ମାଲ୍ଲେ'...ର କୋରିଓଗ୍ରାଫର୍‌ ହେଉଛନ୍ତି ଚର୍ଚ୍ଚିତ ନୃତ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁ ଦେବା। ଉଭୟ ଅମିତାଭ ଓ ଆମୀର୍‌ଙ୍କୁ ଏକାଠି ନୃତ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିବାରୁ ପ୍ରଭୁ ଦେବା ନିଜ ଖୁସି ବ୍ୟକ୍ତ କରିଛନ୍ତି। ଏପରିକି ପ୍ରଥମ ଥର ପାଇଁ ଅମିତାଭ୍‌ଙ୍କ ସହ ନାଚି ଆମୀର୍‌ ମଧ୍ୟ ନିଜ ଖୁସି ଜାହିର୍‌ କରିଛନ୍ତି।

ସୂଚନାଯୋଗ୍ୟ 'ଭାସ୍‌ମାଲ୍ଲେ' ଅର୍ଥ ନାଚିବା ଓ ମଜା କରିବା।

[caption id="attachment_289748" align="aligncenter" width="1032"]ami image credit-Pinkvilla[/caption]

Advertisment

ଆମୀର୍‌ ଏହି ଗୀତରେ ନାଚ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଭାସ୍‌ମାଲ୍ଲେରେ ଶୁଟିଂରୁ ଖୁବ୍‌ ମଜା ଆସିଲା।  ମିଷ୍ଟର ବଚ୍ଚନଙ୍କ ସହ ଏହି ଗୀତ ଶୁଟ୍‌ କରିବା ପାଇଁ ମୁଁ ବହୁତ ଏକ୍ସାଇଟେଡ୍‌ ଥିଲି।  ଆମୀର ଏକଥା ବି କହିଛନ୍ତି ଯେ, ତାଙ୍କ ପୂରା କ୍ୟାରିଅର ଭିତରେ ଏହା ହେଉଛି ପ୍ରଥମ ଗୀତ,  ଯେଉଁଥିରେ ସେ ନାଚକୁ ଉପଭୋଗ କରିଛନ୍ତି।

ଏଥିରେ ଅମିତାଭ ବଚ୍ଚନ ଓ ଆମୀର୍‌ ଖାନ୍‌ଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‌ ଓ ଫାତିମା ସନା ଶେଖ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe