amir
ମୁମ୍ବାଇ: ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଆମୀର ଖାନ୍ ଆଜି ବଲିଉଡ୍ର ଜଣେ ସୁପରଷ୍ଟାର ହୋଇଯାଇଛନ୍ତି। ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ନିଜ ଅଭିନୟ ବଳରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କ ଫିଲ୍ମ ଗୁଡ଼ିକ ଭଳି ତାଙ୍କ ବକ୍ତିଗତ ଜୀବନ ଓ ଲଭ୍ ଲାଇଫ୍ ମଧ୍ୟ ରହିଛି ବେଶ୍ ରୋଚକ। ତେବେ ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ତାଙ୍କ ଲଭ୍ଷ୍ଟୋରୀ ବିଷୟରେ ଜାଣିବା।
ଆମୀର ଦୁଇଥର ବାହା ହୋଇଛନ୍ତି। ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ସେ ଏକତରଫା ପ୍ରେମ କରିଥିଲେ। ରୀନା ତାଙ୍କ ଘର ସାମ୍ନାରେ ହିଁ ରହୁଥିଲେ। ତାଙ୍କ ହୃଦୟରେ ଜାଗା ପାଇବା ପାଇଁ ଆମୀର ବହୁ ଚେଷ୍ଟା କରୁଥିଲେ। ହେଲେ ସବୁକିଛି ବିଫଳ ହେଇଯାଉଥିଲା। ସେ ତାଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ତାଙ୍କ ପାଇଁ ରକ୍ତରେ ଚିଠି ଲେଖିଥିଲେ। ସେ ଏଥିରେ ନିଜ ହୃଦୟର କଥା ଲେଖିଥିଲେ। ହେଲେ ଚିଠି ଦେଖି ରୀନା ଖୁବ୍ ରାଗିଯାଇଥିଲେ ସେ ତାଙ୍କୁ ବହୁତ ଗାଳି କରିଥିଲେ। ହେଲେ ଏହା ପରଠୁ ରୀନା ମନେ ମନେ ଆମୀରଙ୍କୁ ଭଲପାଇବସିଥିଲେ। ଧୀରେଧୀରେ ଦୁହେଁ ନିକଟର ହେଲେ ଓ ୧୯୮୬ରେ ଦୁହେଁ ବାହା ହୋଇଗଲେ।
ଦୁହେଁ ଅଲଗା ଅଲଗା ଧର୍ମର ହୋଇଥିବାରୁ ଏମାନେ ଲୁଚି ବାହା ହୋଇଯାଇଥିଲେ। କାରଣ ଉଭୟଙ୍କ ପରିବାର ଏହି ବାହାଘରରେ ରାଜି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତେ ମାନିଯାଇଥିଲେ। ଏମାନଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଝିଅର ନାଁ ଇରା ଓ ପୁଅର ନାଁ ଜୁନେଦ୍। ଏମାନଙ୍କ ବାହାଘର କିନ୍ତୁ ବେଶୀଦିନ ତିଷ୍ଠିପାରି ନଥିଲା। ୨୦୦୨ରେ ଉଭୟ ଅଲଗା ହୋଇଯାଇଥିଲେ।
ଏହାପରେ ଆମୀର ଫିଲ୍ମ ‘ଲଗାନ୍’ ପାଇଁ କାମ କରିବା ଆରମ୍ଭ କରିଦେଲେ। ଏହି ଫିଲ୍ମ ତାଙ୍କ ପର୍ସନାଲ ଓ ପ୍ରଫେସନାଲ୍ ଲାଇଫ୍ ବଦଳାଇଦେଇଥିଲା। ଆମୀର ଓ ତାଙ୍କ ଦ୍ୱିତୀୟ ପତ୍ନୀ କିରଣଙ୍କର ଭେଟ ଏହି ସେଟ୍ରେ ହିଁ ହୋଇଥିଲା। ଆମୀର ପ୍ରଥମ ଦେଖାରେ ହିଁ କିରଣଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେ ସେଠାରେ ସହ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ରୀନାଙ୍କ ସହ ତଲାକ ପରେ ଆମୀର ସବୁବେଳେ ଚିନ୍ତାରେ ରହୁଥିଲେ। ସେହି ସମୟରେ କିରଣ ଓ ତାଙ୍କ ଭିତରେ ଧୀରେ ଧୀରେ କଥାବାର୍ତ୍ତା ଆରମ୍ଭ ହେଲା ଓ ବହୁତ କମ୍ ଦିନ ମଧ୍ୟରେ ହିଁ ଏମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ। ୨୦୦୫ରେ ଏମାନେ ବାହାହୋଇଥିଲେ। ବାହାଘରର ୬ ବର୍ଷ ପରେ ୨୦୧୧ରେ ସରୋଗେସି ପ୍ରକ୍ରିୟା ଜରିଆରେ ଏମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା, ଯାହାଙ୍କ ନାଁ ‘ଆଜାଦ୍ ରାଓ ଖାନ୍’। ବର୍ତ୍ତମାନ ଆମୀର କିରଣ ଓ ଆଜାଦ୍ଙ୍କ ସହ ରହୁଛନ୍ତି। ହେଲେ ତାଙ୍କ ପୂର୍ବ ପତ୍ନୀଙ୍କ ପିଲାମାନଙ୍କ ସହ ମଧ୍ୟ ତାଙ୍କର ବଣ୍ଡିଂ ବେଶ୍ ଭଲ। କୁହାଯାଉଛି ଯେ ଆମୀରଙ୍କ ବଡ଼ ପୁଅ ଜୁନେଦ୍ ଖାନ୍ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିପାରନ୍ତି। ସେ ଦୁଇବର୍ଷ ହେଲାଣି ଲସ୍ ଆଞ୍ଜେଲସ୍ରେ ‘ଆମେରିକାନ୍ ଆକାଡେମୀ ଅଫ୍ ଡ୍ରାମାଟିକ୍ସ ଆର୍ଟସ୍’ ଥିଏଟର୍ରେ ଟ୍ରେନିଙ୍ଗ୍ ନେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/amir-1.jpg)