Advertisment

ଆମିର୍‌-କରିନା କୃଷକଙ୍କ ଘରେ ତଳେ ବସି ଖାଉଥିବା ଭିଡିଓ ଭାଇରାଲ୍‌

ମୁମ୍ବାଇ: ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ “ଥ୍ରୀ ଇଡିୟଟସ୍‌ ” ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ସେହି ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡ୍‌ ଅଭିନେତା ଆମିର୍‌ ଖାନ୍‌ଙ୍କ ସହ ଅଭିନେତ୍ରୀ କରିନା କପୁର୍‌ ଖାନ୍‌ ଅଭିନୟ କରିଥିଲେ। ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ସୋଶାଲ୍‌ ମିଡିଆରେ ଉଭୟଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଫିଲ୍କ ‘ଥ୍ରୀ ଇଡିୟଟସ୍‌ ’ ପ୍ରମୋସନ୍‌ କଲାବେଳେ ସେମାନେ ଜଣେ କୃଷକଙ୍କ […]

ଅଦ୍ୟତନ ହୋଇଛି
ଆମିର୍‌-କରିନା କୃଷକଙ୍କ ଘରେ ତଳେ ବସି ଖାଉଥିବା ଭିଡିଓ ଭାଇରାଲ୍‌

a`1

Advertisment

ମୁମ୍ବାଇ: ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ “ଥ୍ରୀ ଇଡିୟଟସ୍‌ ” ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ସେହି ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡ୍‌ ଅଭିନେତା ଆମିର୍‌ ଖାନ୍‌ଙ୍କ ସହ ଅଭିନେତ୍ରୀ କରିନା କପୁର୍‌ ଖାନ୍‌ ଅଭିନୟ କରିଥିଲେ। ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ସୋଶାଲ୍‌ ମିଡିଆରେ ଉଭୟଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଫିଲ୍କ ‘ଥ୍ରୀ ଇଡିୟଟସ୍‌ ’ ପ୍ରମୋସନ୍‌ କଲାବେଳେ ସେମାନେ ଜଣେ କୃଷକଙ୍କ ଘରେ ବସି ଖାଉଛନ୍ତି।

Advertisment

ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଥିବା ଭିଡିଓରେ ଆମିର୍‌ ଏବଂ କରିନା ତଳେ ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି। ଆଉ ସେଠାରେ କୃଷକଙ୍କ ପରିବାର ଲୋକେ  ଉପସ୍ଥିତ ଅଛନ୍ତି । ଖାଇବାରେ ରହିଛି ପୁରୀ ଆଉ ତରକାରୀ । ସେହି ଖାଦ୍ୟ ବହୁତ ପସନ୍ଦ ଆସିଥିବା କହିଛନ୍ତି ଆମିର୍‌।

https://www.instagram.com/p/Bu_iSYcnkOq/?utm_source=ig_web_copy_link

ଭିଡିଓରେ ଆମିର୍‌ କହୁଛନ୍ତି ଯେ, ବହୁତ ଦୂରରୁ ଆମେ ଆସିଛୁ।  ଅନେକ ବାଟରୁ ଆସଥିବାରୁ ଆମକୁ ବହୁତ ଭୋକ ମଧ୍ୟ ଲାଗୁଥିଲା। ଏହା ପରେ ଆମିର୍‌ ଏବଂ କରିନା ଖାଇବାର ତାରିଫ୍‌ ମଧ୍ୟ କରୁଛନ୍ତି। ଏବେ ଏହି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାକୁ ଲାଗିଛି।
https://www.instagram.com/p/BvCFP5-n9Oh/?utm_source=ig_web_copy_link

Advertisment

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, କିଛିଦିନ ପୂର୍ବରୁ ଆମିର୍‌ ଖାନ୍‌ ୫୩ତମ ଜନ୍ମ ଦିନ ସେଲିବ୍ରେଟ୍‌ କରିଛନ୍ତି। ମୁମ୍ବାଇରେ ଥିବା ତାଙ୍କ  ବାସଭବନରେ  ମିଡିଆ ପ୍ରତିନିଧିଙ୍କ ଉପସ୍ଥିତିରେ ସେ କେକ୍‌ କାଟିଥିଲେ। ଏହି  ଅବସରରେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ୍‌ ବିଷୟରେ ଘୋଷଣା କରିଥିଲେ। ତାଙ୍କର ଆଗକୁ ଆସୁଥିବା ଫିଲ୍ମର  ନାଁ ହେଉଛି “ଲାଲ୍‌ ସିଂ ଚଡ୍ଡା” (Lal Singh Chadha)। ଏହି ଫିଲ୍ମର ସୁଟିଂ ଅକ୍ଟୋବରରେ ଆରମ୍ଭ ହେବ।

ଅନ୍ୟପଟେ କରିନା କପୁର୍‌ ଖାନ୍‌ ମଧ୍ୟ ତାଙ୍କ ଫିଲ୍ମ “ଗୁଡ୍‌ନ୍ୟୁଜ୍‌”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ଅଭିନେତା ଅକ୍ଷୟ କୁମାର୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe