Advertisment

ଆମୀର ଖାନଙ୍କ ମା’ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କର ହୃଦଘାତ ହୋଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୀନତ ହୁସେନ ନିଜ ପଞ୍ଚଗନୀସ୍ଥିତ ଘରେ ଥିବା ବେଳେ ଦୀପାବଳି ପାଳନ ପାଇଁ ଆମୀର ଖାନ ମଧ୍ୟ ନିଜ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା ପରିବାର ଜୀନତଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଶେଆର […]

ଆମୀର ଖାନଙ୍କ ମା’ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

aamir-khan

Advertisment

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କର ହୃଦଘାତ ହୋଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଜୀନତ ହୁସେନ ନିଜ ପଞ୍ଚଗନୀସ୍ଥିତ ଘରେ ଥିବା ବେଳେ ଦୀପାବଳି ପାଳନ ପାଇଁ ଆମୀର ଖାନ ମଧ୍ୟ ନିଜ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା ପରିବାର ଜୀନତଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଶେଆର କରାଯାଇଥିଲା।

ଆମୀର ଖାନ ନିଜ ମା’ଙ୍କ ନିକଟରେ ଥିବା ବେଳେ ହିଁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିବା  ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଥିଲା।  ଜୀନତ ହୁସେନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।

Advertisment

ଶେଷ ଥର ପାଇଁ ଆମୀର ଖାନଙ୍କୁ ‘ଲାଲ ସିଂ ଚଢ଼ା’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ କରିନା କପୁର ଥିଲେ। ଏହା ସତ୍ତ୍ୱେ ବକ୍ସ ଅଫିସରେ ଫିଲ୍ମଟି ଭଲ ବିଜନେସ କରି ପାରି ନ ଥିଲା। ହେଲେ ଆମୀରଙ୍କ ମା’ଙ୍କୁ ଏହି ଫିଲ୍ମ ଖୁବ୍‌ ପସନ୍ଦ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe