Advertisment

‘ଦଙ୍ଗଲ’ ଫିଲ୍ମ ସୁଟିଂ ସେଟରେ ଅମୀର ଆହତ

ମୁମ୍ବାଇ: ନୀତୀଶ ତିୱାରୀଙ୍କ ଅପକମିଂ ବାୟୋପିକ୍ ଫିଲ୍ମ ‘ଦଙ୍ଗଲ’ର ସୁଟିଂ ବେଳେ ଆହତ ହୋଇଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାଁ। ରେସଲର୍ ଭୂମିକାରେ ଏକ କୁସ୍ତି ସିନର ସୁଟିଂ କରୁଥିବା ବେଳେ ଅମୀରଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି। ଏହି ସିନ୍ ପାଇଁ ତାଙ୍କୁ ବାରମ୍ବାର ଟେକ୍ ଦେବାକୁ ପଡ଼ିଥିଲା ଫାଇନାଲ ଟେକ୍ ଦେବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲରେ […]

ଅଦ୍ୟତନ ହୋଇଛି
‘ଦଙ୍ଗଲ’ ଫିଲ୍ମ ସୁଟିଂ ସେଟରେ ଅମୀର ଆହତ

Aamir Khan: Not such a major injury

Advertisment

Aamir Khan: Not such a major injuryମୁମ୍ବାଇ: ନୀତୀଶ ତିୱାରୀଙ୍କ ଅପକମିଂ ବାୟୋପିକ୍ ଫିଲ୍ମ ‘ଦଙ୍ଗଲ’ର ସୁଟିଂ ବେଳେ ଆହତ ହୋଇଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାଁ। ରେସଲର୍ ଭୂମିକାରେ ଏକ କୁସ୍ତି ସିନର ସୁଟିଂ କରୁଥିବା ବେଳେ ଅମୀରଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି। ଏହି ସିନ୍ ପାଇଁ ତାଙ୍କୁ ବାରମ୍ବାର ଟେକ୍ ଦେବାକୁ ପଡ଼ିଥିଲା ଫାଇନାଲ ଟେକ୍ ଦେବା ବେଳେ ଏହିପରି ଦୁର୍ଘଟଣା ଘଟିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ମେଡିକାଲରେ ତାଙ୍କ ଫ୍ୟାନଙ୍କ ଭିଡ ଲାଗିଥିଲା। ଏବେ ଦଙ୍ଗଲ ଫିଲ୍ମର ସୁଟିଂକୁ ସ୍ଥଗିତ ରଖାଯାଇଛି।

Advertisment

ପଞ୍ଜାବର ଲୁଧିୟାନା ସହରରେ ୪୦ ଦିନର ସୁଟିଂ ଚାଲିଥିବା ବେଳେ ଏପରି ଅଘଟଣର ଶିକାର ହୋଇଛନ୍ତି ଅମୀର । ଫିଲ୍ମରେ ଅମୀରଙ୍କୁ ଏକ ନୂଆ ଓ ଅନୋଖା ଅନ୍ଦାଜରେ ଦେଖିବାକୁ ମିଳିବ। ଭାରତର କୁସ୍ତିଯୋଦ୍ଧା ମହାବୀର ସିଂହ ପୋଗତଙ୍କ ସଫଳତା ଓ ବିଫଳତାକୁ ନେଇ ଆଧାରିତ ହୋଇଛି ଏହି ଫିଲ୍ମ। କୁସ୍ତିଯୋଦ୍ଧା ପୋଗତଙ୍କ ଜୀବନୀକୁ ନେଇ ଏକ ଦମଦାର ଭୂମିକାରେ ନିଜକୁ ପୁଣିଥରେ ରିପ୍ରେଜେଣ୍ଟ କରୁଛନ୍ତି ଅମୀର। ଅମୀର ନିଜର ଚିକିତ୍ସା ପାଇଁ ମୁମ୍ବାଇ ଯାଇପାରନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି। ଫିଲ୍ମଟି ଆସନ୍ତା ଡିସେମ୍ବର ୨୩ ତାରିଖରେ ରିଲିଜ ହେବାର ଯୋଜନା ରହିଛି। ତେବେ ଅମୀର ସୁସ୍ଥ ହେବା ଉପରେ ଏହାନିର୍ଭର କରୁଛି। ଯେତେ ଶୀଘ୍ର ଅମୀର ସୁସ୍ଥ ହେବେ ଫିଲ୍ମର ସୁଟିଂ ସେତେ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe