‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଏମିତି ଲୁକ୍‌ରେ ନଜର ଆସିବେ ଆମିର

ଭୁବନେଶ୍ୱର: ୟଶ୍‌ରାଜ୍‌ ଫିଲ୍ମ୍‌ସ୍‌ ବ୍ୟାନର୍‌ରେ ନିର୍ମିତ ଓ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ବହୁ ପ୍ରତୀକ୍ଷିତ ତଥା ମଲ୍‌ଟି ଷ୍ଟାରର୍‌ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ର ଗୋଟିଏ ପରେ ଗୋଟିଏ ପୋଷ୍ଟର୍‌ ରିଲିଜ୍‌ ହୋଇଛି। ପ୍ରଥମେ ବିଗ୍‌ ବି’ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍‌ ଓ ଫାତିମା ସାନା ଶେଖ୍‌ଙ୍କ ଫଟୋ ଆସିଥିବାବେଳେ ଏବେ ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଆମିର୍‌ ଖାନ୍‌ଙ୍କ ଏକ ଜବରଦସ୍ତ ଲୁକ୍‌ର ଫଟୋ ରିଲିଜ୍‌ ହୋଇଛି। ଫିଲ୍ମରେ ‘ଫିରଙ୍ଗି’ ଚରିତ୍ରରେ ଆସୁଥିବା ଆମିର୍ ଏହି ଫଟୋରେ ମୁହଁରେ କଳା ଚଷମା ଓ ମୁଣ୍ଡରେ ରାଉଣ୍ଡ୍‌ ଟୋପି ପିନ୍ଧି ଏକ ଘୋଡା ଉପରେ ବସିଥିବା ଦେଖିବାକୁ ମିଳିଛି।

ଏହି ଫଟୋ ରିଲିଜ୍‌ ହେବା ପରେ ଆମିର ନିଜ ସୋଶାଲ ମିଡିଆ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ,“ସଚ୍ଚୋଟତା ମୋର ଦ୍ୱିତୀୟ ନାଁ ଆଉ ମୋ କାମ ହିଁ ମୋର ବିଶ୍ୱାସ।’’

ରିଲିଜ୍ ନେହବା ପୂର୍ବରୁ ଏହି ଫିଲ୍ମକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି।

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ୍‌ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

ସୂଚନାଯୋଗ୍ୟ, ଏହି ଫିଲ୍ମ Philip Meadows Taylorଙ୍କ ଲିଖିତ Confessions of a Thugକୁ ଆଧାର କରି ପ୍ରସ୍ତୁତ ହୋଇଛି।

ଆହୁରି ପଢ଼ନ୍ତୁ

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ

ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା’ କହିଲେ ଏମିତି…

କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ଅକ୍ଷୟ ଓ କିଆରାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍