Advertisment

'ଠଗ୍ସ ଅଫ୍‌ ହିନ୍ଦୁସ୍ତାନ'ରେ ଏମିତି ଲୁକ୍‌ରେ ନଜର ଆସିବେ ଆମିର

ଭୁବନେଶ୍ୱର: ୟଶ୍‌ରାଜ୍‌ ଫିଲ୍ମ୍‌ସ୍‌ ବ୍ୟାନର୍‌ରେ ନିର୍ମିତ ଓ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ବହୁ ପ୍ରତୀକ୍ଷିତ ତଥା ମଲ୍‌ଟି ଷ୍ଟାରର୍‌ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ର ଗୋଟିଏ ପରେ ଗୋଟିଏ ପୋଷ୍ଟର୍‌ ରିଲିଜ୍‌ ହୋଇଛି। ପ୍ରଥମେ ବିଗ୍‌ ବି’ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍‌ ଓ ଫାତିମା ସାନା ଶେଖ୍‌ଙ୍କ ଫଟୋ ଆସିଥିବାବେଳେ ଏବେ ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଆମିର୍‌ ଖାନ୍‌ଙ୍କ ଏକ ଜବରଦସ୍ତ ଲୁକ୍‌ର ଫଟୋ ରିଲିଜ୍‌ ହୋଇଛି। ଫିଲ୍ମରେ ‘ଫିରଙ୍ଗି’ ଚରିତ୍ରରେ ଆସୁଥିବା ଆମିର୍ ଏହି ଫଟୋରେ ମୁହଁରେ କଳା […]

ଅଦ୍ୟତନ ହୋଇଛି
 'ଠଗ୍ସ ଅଫ୍‌ ହିନ୍ଦୁସ୍ତାନ'ରେ ଏମିତି ଲୁକ୍‌ରେ ନଜର ଆସିବେ ଆମିର

amir-khan

Advertisment

ଭୁବନେଶ୍ୱର: ୟଶ୍‌ରାଜ୍‌ ଫିଲ୍ମ୍‌ସ୍‌ ବ୍ୟାନର୍‌ରେ ନିର୍ମିତ ଓ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ବହୁ ପ୍ରତୀକ୍ଷିତ ତଥା ମଲ୍‌ଟି ଷ୍ଟାରର୍‌ ଫିଲ୍ମ 'ଠଗ୍ସ ଅଫ୍‌ ହିନ୍ଦୁସ୍ତାନ'ର ଗୋଟିଏ ପରେ ଗୋଟିଏ ପୋଷ୍ଟର୍‌ ରିଲିଜ୍‌ ହୋଇଛି। ପ୍ରଥମେ ବିଗ୍‌ ବି' ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍‌ ଓ ଫାତିମା ସାନା ଶେଖ୍‌ଙ୍କ ଫଟୋ ଆସିଥିବାବେଳେ ଏବେ ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଆମିର୍‌ ଖାନ୍‌ଙ୍କ ଏକ ଜବରଦସ୍ତ ଲୁକ୍‌ର ଫଟୋ ରିଲିଜ୍‌ ହୋଇଛି। ଫିଲ୍ମରେ ‘ଫିରଙ୍ଗି’ ଚରିତ୍ରରେ ଆସୁଥିବା ଆମିର୍ ଏହି ଫଟୋରେ ମୁହଁରେ କଳା ଚଷମା ଓ ମୁଣ୍ଡରେ ରାଉଣ୍ଡ୍‌ ଟୋପି ପିନ୍ଧି ଏକ ଘୋଡା ଉପରେ ବସିଥିବା ଦେଖିବାକୁ ମିଳିଛି।

Advertisment

ଏହି ଫଟୋ ରିଲିଜ୍‌ ହେବା ପରେ ଆମିର ନିଜ ସୋଶାଲ ମିଡିଆ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ,“ସଚ୍ଚୋଟତା ମୋର ଦ୍ୱିତୀୟ ନାଁ ଆଉ ମୋ କାମ ହିଁ ମୋର ବିଶ୍ୱାସ।’’

ରିଲିଜ୍ ନେହବା ପୂର୍ବରୁ ଏହି ଫିଲ୍ମକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି।

Advertisment

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ୍‌ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

ସୂଚନାଯୋଗ୍ୟ, ଏହି ଫିଲ୍ମ Philip Meadows Taylorଙ୍କ ଲିଖିତ Confessions of a Thugକୁ ଆଧାର କରି ପ୍ରସ୍ତୁତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe