Advertisment

ଶାହାରୁଖଙ୍କ ଝିଅ ସହ ସ୍କ୍ରିନ୍‌ ଶେଆର୍‌ କରିବେ ଅସୀମ !

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ ସରିଯାଇଛି। ହେଲେ ଦର୍ଶକଙ୍କ ମନରୁ ଏବେ ବି କମିନି ଏହାର କ୍ରେଜ୍‌। ଗତ ଶନିବାର ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶୋ’ର ବିଜେତା ଘୋଷଣା କରିଥିଲେ ହୋଷ୍ଟ୍ ସଲ୍‌ମାନ୍‌ ଖାନ୍‌। ହେଲେ ଦର୍ଶକଙ୍କୁ ଏହା ପସନ୍ଦ ଆସିନାହିଁ। ବିଜେତା ଘୋଷଣା ହେବା ମାତ୍ରେ ହିଁ ଏହା ବିରୋଧରେ ସୋଶାଲ୍‌ ମିଡିଆରେ ଆରମ୍ଭ ହୋଇଯାଇଥିଲା ଯୁଦ୍ଧ। ଦର୍ଶକଙ୍କ କହିବା ମୁତାବକ କେବଳ ଅସୀମ ରିଆଜ୍ ହିଁ ବଜେତା ହେବାକୁ ଯୋଗ୍ୟ ଥିଲେ। https://www.instagram.com/p/B8oYA4VBHkO/?utm_source=ig_web_copy_link […]

ଅଦ୍ୟତନ ହୋଇଛି
ଶାହାରୁଖଙ୍କ ଝିଅ ସହ ସ୍କ୍ରିନ୍‌ ଶେଆର୍‌ କରିବେ ଅସୀମ !

aasim

Advertisment

ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ ସରିଯାଇଛି। ହେଲେ ଦର୍ଶକଙ୍କ ମନରୁ ଏବେ ବି କମିନି ଏହାର କ୍ରେଜ୍‌। ଗତ ଶନିବାର ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶୋ’ର ବିଜେତା ଘୋଷଣା କରିଥିଲେ ହୋଷ୍ଟ୍ ସଲ୍‌ମାନ୍‌ ଖାନ୍‌। ହେଲେ ଦର୍ଶକଙ୍କୁ ଏହା ପସନ୍ଦ ଆସିନାହିଁ। ବିଜେତା ଘୋଷଣା ହେବା ମାତ୍ରେ ହିଁ ଏହା ବିରୋଧରେ ସୋଶାଲ୍‌ ମିଡିଆରେ ଆରମ୍ଭ ହୋଇଯାଇଥିଲା ଯୁଦ୍ଧ। ଦର୍ଶକଙ୍କ କହିବା ମୁତାବକ କେବଳ ଅସୀମ ରିଆଜ୍ ହିଁ ବଜେତା ହେବାକୁ ଯୋଗ୍ୟ ଥିଲେ।

Advertisment

https://www.instagram.com/p/B8oYA4VBHkO/?utm_source=ig_web_copy_link

ଶୋ’ରେ ସିନା ଅସୀମ ହାରିଗଲେ। ହେଲେ ବାହାରକୁ ଆସିବା ମାତ୍ରେ ସେ ସିଦ୍ଧାର୍ଥଙ୍କ ଠାରୁ ଦୁଇପାଦ ଆଗରେ ରହିଛନ୍ତି।  ଗୋଟେପଟେ ତାଙ୍କୁ ଫ୍ୟାନ୍‌ ମାନଙ୍କର ସମର୍ଥନ ମିଳିଥିବା ବେଳେ ଅନ୍ୟପଟେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ମିଷ୍ଟର ଖବରି’ ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ର ସୂଚନା ଅନୁଯାୟୀ, ଅସୀମ ବଲିଉଡ୍‌ର ଷ୍ଟାର ଫିଲ୍ମ ମେକର କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୩’ରେ ଡେବ୍ୟୁ କରିବେ। ଏଥିରେ ସେ ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ଙ୍କ ସହ ସ୍କ୍ରିନ୍‌ ଶେଆର କରିବେ।

https://twitter.com/kamaalrkhan/status/1228338916618579969?s=20

କିଛି ଦିନ ପୂର୍ବରୁ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ କମାଲ୍‌ ଆର୍‌ ଖାନ୍‌ ମଧ୍ୟ ଏ ନେଇ ଟ୍ୱିଟ୍‌ କରିଥିଲେ। ସେ କହିଥିଲେ ଯେ ତାଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଛି ଯେ କରଣ ଜୋହର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୩’ରେ ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ଙ୍କ ସହ ଅସୀମଙ୍କୁ ଲଞ୍ଚ୍ କରିବେ।

Advertisment

https://www.instagram.com/tv/B8jHIjsp-uV/?utm_source=ig_web_copy_link

ଅନ୍ୟପକ୍ଷରେ ଅସୀମ କିମ୍ବା କରଣ ଜୋହରଙ୍କ ତରଫରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ। ଯଦି କଥାଟି ସତ ହୋଇଥାଏ, ତା’ହେଲେ ଏକ ସୁନ୍ଦର କ୍ୟାରିୟର ଗଢ଼ିବା ପାଇଁ ଅସୀମଙ୍କ ପାଖରେ ବଢ଼ିଆ ସୁଯୋଗ ରହିଛି।

ସୂଚନାଯୋଗ୍ୟ, ‘ବିଗ୍‌ ବସ୍‌ ୧୩’ରେ ୧୯ ସପ୍ତାହର ଲଢ଼େଇ ପରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ହୋଇଥିବା ବେଳେ ଅସୀମ ପ୍ରଥମ ରନର୍‌ ଅପ୍‌ ଓ ଶେହନାଜ୍‌ ଗିଲ୍‌ ଦ୍ୱିତୀୟ ରନର୍ ଅପ୍‌ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe