Advertisment

କୋମାରେ ମେଲୋଡି କିଙ୍ଗ ଅଭିଜିତ ମଜୁମଦାର

ମଧ୍ୟାହ୍ନ ପରଠାରୁ ICUରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ନିମୋନିଆ ସମେତ ଅନ୍ୟ ବହୁବିଧ ରୋଗରେ ସେ ପୀଡ଼ିତ ଥିବା ନେଇ ସୂଚନା ଜାରି କରିଛି ଏମ୍ସ।

author-image
Hemant Lenka
abjit

abjit

ଓଡ଼ିଆ ସଂଗୀତ ଜଗତରେ ମେଲୋଡି କିଙ୍ଗ ଭାବେ ପରିଚିତ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେ ବର୍ତ୍ତମାନ କୋମାରେ ରହିଛନ୍ତି। ଅଭିଜିତ ମଜୁମଦାର କୋମାରେ ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ମେଡିକାଲ୍‌ ବୁଲେଟିନ୍‌ରେ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ନିମୋନିଆରେ ପୀଡ଼ିତ ହୋଇଛନ୍ତି।

Advertisment

ମଧ୍ୟାହ୍ନ ପରଠାରୁ ICUରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ନିମୋନିଆ ସମେତ ଅନ୍ୟ ବହୁବିଧ ରୋଗରେ ସେ ପୀଡ଼ିତ ଥିବା ନେଇ ସୂଚନା ଜାରି କରିଛି ଏମ୍ସ। କୋମାକୁ ଚାଲି ଯାଇଥିବା ଅଭିଜିତ ମଜୁମଦାରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। 

ପ୍ରଥମେ ଶ୍ରୀ ମଜୁମଦାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଅଧିକ ବିଗିଡିଯିବାରୁ ଆଜି ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିଲେ ହେଁ ଶରୀରର ଠିକ ଭାବେ କାମ କରୁ ନାହିଁ। ଅଭିଜିତ ମଜୁମଦାର ଏବେ ଏମ୍ସର ଟ୍ରୋମା କେୟାର ସେଣ୍ଟରରେ ରହିଛନ୍ତି। ତାଙ୍କର ପୂର୍ବରୁ ଲିଭର ସମସ୍ୟା ଥିଲା ବୋଲି ଖବର ମିଳିଥିଲେ ହେଁ ଏଯାଏ ଏହା ସ୍ପଷ୍ଟ ହୋଇନି।

Advertisment

କଟକରେ ଚିକିତ୍ସିତ ହେଉଥିବା ବେଳେ ବ୍ରେନ ସିଟିସ୍କାନ ରିପୋର୍ଟ ସ୍ୱାଭାବିକ ଆସିଥିଲା ବେଳେ ସୋଡିୟମ ପୋଟାସିୟମ ସନ୍ତୁଳନ ବିଗିଡ଼ି ଯାଇଥିବା ଜଣାଡ଼ିଥିଲା। ଏଥିଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବା ଆରମ୍ଭ ହୋଇଥିଲା। ଏବେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି।

ଦାଦା କୋମାକୁ ଚାଲି ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି। ସେହିପରି ଅନେକ କଳାକାର ହସ୍ପିଟାଲ ଯାଇ ପରିବାର ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି। ସେହିପରି ସମସ୍ତେ ଦାଦାଙ୍କ ଆରୋଗ୍ୟ ପ୍ରାର୍ଥନା କରିଛନ୍ତି। ୫୩ ବର୍ଷୀୟ ଅଭିଜିନ ମୁଜମଦାର ୨୦୦୦ ମସିହାରେ ‘କାଶିଆ କପିଳା’ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡ୍‌ ଜଗତରେ ପାଦ ଥାପିଥିଲେ।

‘ତୋ ବିନା ଭଲ ଲାଗେନା, ତୁ ଥାଆ ମୁଁ ଯାଉଛି ରୁଷି’, ମ୍ୟାଟ୍ରିକ୍ ଫେଲ୍’, ‘ଲଭ୍ ହେଲା ଏମିତିରେ’, ‘ପୁଣି ଦେଖା ହେବ ଆର ଜନମରେ’, ‘ଲଭ୍ ଷ୍ଟେଶନ୍’, ‘ସିଷ୍ଟର ଶ୍ରୀଦେବୀ ଭଳି ଅନେକ ହିଟ ସିନେମାରେ ସେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି। ସମ୍ବଲପୁରୀ ସଙ୍ଗୀତ ହେଉ ଅଥବା ଓଡ଼ିଆ ସୀନେମା ଗୀତ, ସବୁଥିରେ ନିଜ କମ୍ପୋଜିସନର ଯାଦୁ ଦେଖାଇଛନ୍ତି ଅଭିଜିତ ଦାଦା।

AIIMS abhijit-majumdar Odisha