Advertisment

ମାୟାନଗରୀରେ ଓଡ଼ିଆ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ସମ୍ବର୍ଦ୍ଧିତ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ନିର୍ମାଣ ହୋଇଥିବା ଏହି ଭାବଭକ୍ତି ଭରା ଭଜନକୁ ଗୀତିକାର ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର ମ୍ୟୁଜିକ ଓ କଣ୍ଠଦାନ କରିଥିଲେ ନିଜେ ଅଭିଜିତ ମିଶ୍ର।

author-image
Manoranjan Sial
ଅଦ୍ୟତନ ହୋଇଛି
Odia

Odia

ଓଡ଼ିଆ ଭଜନକୁ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି। କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡ଼ିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ ମ୍ୟୁଜିକ ଆୱାର୍ଡ-୨୦୨୪। ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗ୍ରାଣ୍ଡ ଫିନାଲେରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ତଥା ‘ଜଗା ତୁ ଯାଦୁଗରର କଣ୍ଠଶିଳ୍ପୀ ଅଭିଜିତ ମିଶ୍ର। ଜାତୀୟ ସ୍ତରରେ ଓଡ଼ିଆ ଭଜନକୁ ସ୍ୱୀକୃତି ମିଳିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

Advertisment

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ନିର୍ମାଣ ହୋଇଥିବା ଏହି ଭାବଭକ୍ତି ଭରା ଭଜନକୁ ଗୀତିକାର ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର ମ୍ୟୁଜିକ ଓ କଣ୍ଠଦାନ କରିଥିଲେ ନିଜେ ଅଭିଜିତ ମିଶ୍ର। ‘ଜଗା ତୁ ଯାଦୁଗର’ ଗୀତ କିଛି ଦିନ ତଳେ ଇଣ୍ଡିଆନ ମ୍ୟୁଜିକ୍‌ ଆୱାର୍ଡ ପାଇଁ ଚୟନ ହୋଇଥିବା ବେଳେ ଶୁକ୍ରବାର ରାତିରେ ମୁମ୍ବାଇ ଠାରେ ଏହା ପ୍ରଦାନ କରାଯାଇଛି। ତେବେ ଏ ସମ୍ମାନ ସବୁ ମହାପ୍ରଭୁଙ୍କର ବୋଲି ଗୀତର ଲେଖକ ରାମକୃଷ୍ଣ ଓ ସଂଗୀତ ନିର୍ଦ୍ଦେଶକ ଅଭିଜିତ କହିଛନ୍ତି।

Entertainment