ଶ୍ୱେତା ତିୱାରୀଙ୍କ ସ୍ୱାମୀ ଅଭିନବ କୋହଲି ଆଣିଲେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ସ୍ୱାମୀ ଅଭିନବ କୋହଲି ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶ୍ୱେତା ତାଙ୍କୁ ତାଙ୍କ ପୁଅ ରିୟାନଶଙ୍କୁ ଭେଟିବାକୁ ଦେଉ ନାହାଁନ୍ତି। ଏ ନେଇ ସେ ସୋଶାଲ୍ ମିଡିଆରେ ଦୁଇଟି ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଶ୍ୱେତା ଅଭିନବଙ୍କୁ ଘରକୁ ଆସିବାକୁ ମନା କରୁଛନ୍ତି। ଶ୍ୱେତାଙ୍କ ଘର ନିକଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖିବାକୁ […]

sweta

Chinmayee Roy
  • Published: Tuesday, 10 November 2020
  • , Updated: 10 November 2020, 03:48 PM IST

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ସ୍ୱାମୀ ଅଭିନବ କୋହଲି ତାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶ୍ୱେତା ତାଙ୍କୁ ତାଙ୍କ ପୁଅ ରିୟାନଶଙ୍କୁ ଭେଟିବାକୁ ଦେଉ ନାହାଁନ୍ତି। ଏ ନେଇ ସେ ସୋଶାଲ୍ ମିଡିଆରେ ଦୁଇଟି ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଶ୍ୱେତା ଅଭିନବଙ୍କୁ ଘରକୁ ଆସିବାକୁ ମନା କରୁଛନ୍ତି। ଶ୍ୱେତାଙ୍କ ଘର ନିକଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖିବାକୁ ମିଳିଛି।

 

View this post on Instagram

 

Meri achai ka fayda uthaaya. May se September tak door rakha Corona hua toh bacha de diya jab bacha nahin aana chahta tha tab maine bola aao usse samjhao aur pyaar se le jao aur mujhe kya mila bache se cheen liya. My goodness was misused. First kept me away from my child from May to September then gave him when he had Corona and when he did not want to come I asked you to come and convince him and what did you do with me you ran away with him yesterday I found you after so much difficulty and you did not let me see him even for a second. How much will you do wrong to me I also want to see your limit.

A post shared by Abhinav Kohli (@abhinav.kohli024) on

ଏହି ଭିଡିଓ ଅଭିନାଭ ନିଜେ ରେକର୍ଡ଼ କରିଛନ୍ତି। ଯେଉଁଥିରେ ଶ୍ୱେତା ଘରର ମୁଖ୍ୟଦ୍ୱାର ନିକଟରେ ଠିଆ ହୋଇ ତାଙ୍କୁ ଘରକୁ ଆସିବାକୁ ମନା କରୁଛନ୍ତି। ଏହି ଭିଡିଓ ଶେଆର୍ କରି ଅଭିନ ଲେଖିଛନ୍ତି, "ମୋର ସରଳତାର ଫାଇଦା ଉଠାଇଛନ୍ତି। ପ୍ରଥମେ ମେ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୋତେ ପିଲାଠୁ ଦୂରରେ ରଖିଲ। ଆଉ ତା’ପରେ ଯେତେବେଳେ କରୋନା ହେଲା ମୋତେ ପିଲାକୁ ଦେଇଦେଲ। ପିଲା ଆଉ ଯିବାକୁ ଚାହୁଁ ନଥିଲା ସେତେବେଳେ ମୁଁ କହିଲି, ଆସ ଏବଂ ତାଙ୍କୁ ବୁଝେଇ ସୁଝେଇ ନେଇଯାଅ। ଆଉ ମୋତେ କ’ଣ ମିଳିଲା ପିଲାଠୁ ଦୂରେଇଦେଲ।"

ଅଭିନବ ଆହୁରି ଲେଖିଛନ୍ତି, "ତୁମେ ତାକୁ ନେଇ ପଳେଇଲ। ମୁଁ ବହୁତ କଷ୍ଟରେ ତୁମକୁ ପାଇଲି ହେଲେ ତୁମେ ମୋତେ ଗୋଟେ ସେକେଣ୍ଡ ପାଇଁ ବି ପିଲାକୁ ଦେଖିବା ପାଇଁ ଦେଲନାହିଁ। ତୁମେ ମୋ ସହ ଆଉ କେତେ ଭୁଲ୍ କରିବ। ମୁଁ ତୁମର ଶେଷ ସୀମା ଦେଖିବାକୁ ଚାହେଁ।"

 

View this post on Instagram

 

Maine ghar aane diya jab bacha mana karta tha. Jitni der chaha utni der convince karne diya. Bache ke sone tak tum rehti thi aur mere saath kya kiya ghar main ghusne nahin diya. Aur phir bacha leke bhaag hee gayi taaki woh mujhe mill na sake aur soche ke main hee milne nahin aa raha. I let you in the house let you convince him hours when he didn’t want to sleep with you, be with you and what did you do snatched him from me. You did not let me enter your house you ran away with him to hotels so that he doesn’t meet me at all and thinks I don’t Love him I don’t come to meet him.

A post shared by Abhinav Kohli (@abhinav.kohli024) on

ଅଭିନବ ଆଉ ଏକ ଭିଡିଓ ମଧ୍ୟ ଶେଆର୍ କରିଛନ୍ତି। ଏହି ଭିଡିଓରେ ଶ୍ୱେତା ତିୱାରୀ ତାଙ୍କ ପିଲା ରିୟାନ୍ସଙ୍କ ସହ ଖେଳୁଛନ୍ତି। ଅଭିନବ ଲେଖିଛନ୍ତି, "ଯେତେବେଳେ ପିଲା ଯିବାକୁ ମନା କରୁଥିଲା ମୁଁ ତୁମକୁ ଘରକୁ ଆସିବାକୁ ଅନୁମତି ଦେଇଥିଲି। ଯେତେ ସମୟ ଚାହିଁଲ ସେତେ ସମୟ ଦେଲି ବୁଝେଇବାକୁ। ତୁମେ ପିଲା ଶୋଇବା ପର୍ଯ୍ୟନ୍ତ ରହିଥିଲ। ଆଉ ମୋ ସହ କ’ଣ କଲ? ମୋତେ ଘରେ ପ୍ରବେଶ ବି କରିବାକୁ ଦେଲନାହିଁ। ପିଲାକୁ ନେଇ ତୁମେ ପଳେଇଲ ଯେପରିକି ମୋ ସହ ଭେଟ ନ ହେଉ ଆଉ ,ସେ ଭାବୁ ଯେ ମୁ ହିଁ ଦେଖା କରିବାକୁ ଆସୁ ନାହିଁ।

Related story