Advertisment

ଚର୍ଚ୍ଚାରେ ଅଭିଷେକଙ୍କ ମନ୍ତବ୍ୟ

ମୁମ୍ବାଇ: ୱେବ୍‌ ସିରିଜ୍ ‘ବ୍ରିଦ୍‌, ଇନ୍‌ଟୁ ଦ ଶାଡୋଜ୍’ ମାଧ୍ୟମରେ ଡିଜିଟାଲ୍‌ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଏହି ୱେବ୍‌ ସିରିଜ୍‌ର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ଅଭିଷେକଙ୍କୁ ସିରିଅସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ନିକଟରେ ଏକ ସାକ୍ଷାତକାରରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବାପା ହେବା ପରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ନେଇ ଅଭିଷେକ ଏହି […]

ଅଦ୍ୟତନ ହୋଇଛି
ଚର୍ଚ୍ଚାରେ ଅଭିଷେକଙ୍କ ମନ୍ତବ୍ୟ

abhisek

Advertisment

ମୁମ୍ବାଇ: ୱେବ୍‌ ସିରିଜ୍ ‘ବ୍ରିଦ୍‌, ଇନ୍‌ଟୁ ଦ ଶାଡୋଜ୍’ ମାଧ୍ୟମରେ ଡିଜିଟାଲ୍‌ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଏହି ୱେବ୍‌ ସିରିଜ୍‌ର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ଅଭିଷେକଙ୍କୁ ସିରିଅସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ନିକଟରେ ଏକ ସାକ୍ଷାତକାରରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ବାପା ହେବା ପରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ନେଇ ଅଭିଷେକ ଏହି ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ କହିଥିଲେ ଯେ ବାପା ହେବା ପରେ ସେ ସବୁ ପ୍ରକାର ଫିଲ୍ମରେ ଅଭିନୟ କରିବାକୁ ଚାହୁଁନାହାନ୍ତି। ଖାସ୍‌ କରି ସେ ଏମିତି କିଛି ଫିଲ୍ମ କରିବାକୁ ଚାହୁଁନାହାନ୍ତି, ଯେଉଁଗୁଡ଼ିକୁ ଦେଖି ତାଙ୍କ ଝିଅ ଆରାଧ୍ୟା ଅସହଜ ଅନୁଭବ କରିବ। ଏଥିସହ ତାଙ୍କ ଝିଅ ପ୍ରଶ୍ନ କଲାପରି କିଛି ସିନ୍‌ ନକରିବାକୁ ସେ ଗୁରୁତ୍ୱ ଦେଉଛନ୍ତି।

ଅଭିଷେକ ଆହୁରି କହିଥିଲେ, ଫିଲ୍ମ ସାଇନ୍‌ କରିବା ପୂର୍ବରୁ ମୁଁ ମୋ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରେ। ଯଦି ଏମିତି କିଛି ଆପତ୍ତିଜନକ ସିନ୍‌ ଥାଏ, ତା’ହେଲେ ସେ ସିନ୍ ସେ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହି ଦିଅନ୍ତି। ତା’ସହିତ ସେହି ସିନ୍‌ର ବିକଳ୍ପ ଚିନ୍ତା କରିବାକୁ ପରାମର୍ଶ ଦିଅନ୍ତି।

Advertisment

publive-imageଏଥିପାଇଁ ତାଙ୍କ ହାତରୁ ତିନୋଟି ଫିଲ୍ମ ଖସି ଯାଇଥିବା ଅଭିଷେକ କହିଥିଲେ। ତଥାପି ସେ ତାଙ୍କ ନିଷ୍ପତ୍ତିରେ କାଏମ୍‌ ରହିଛନ୍ତି ଓ ଆଗକୁ ବି ରହିବେ।

ସୂଚନାଯୋଗ୍ୟ, ଅଭିଷେତଙ୍କ ଅଭିନୀତ ୱେବ୍‌ ସରିଜ୍‌ ‘ବ୍ରିଦ୍‌, ଇନ୍‌ଟୁ ଦ ଶାଡୋଜ୍‌’ ଜୁଲାଇ ୧୦ରେ ଆମାଜନ୍‌ ପ୍ରାଇମ୍‌ରେ ଷ୍ଟ୍ରିମ୍‌ କରିବ। ଏଥିରେ ଅଭିଷେକଙ୍କ ସହ ନିତ୍ୟା ମେନେନ୍‌, ସୈୟାମି ଖେର୍‌, ଅମିତ୍‌ ସାଧ୍‌‌ ପ୍ରମୁଖ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe