Advertisment

ନେପୋଟିଜମ୍ ବାବଦରେ ଏମିତି କହିଲେ 'ଛୋଟେ ବଚ୍ଚନ'

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସବୁବେଳେ ତାଙ୍କ ବାପା ଅର୍ଥାତ୍ ବିଗ୍ ବି ଅମିତାଭଙ୍କ ସହ ତୁଳନା କରାଯାଏ। ସେ କଣ୍ଠସ୍ୱର ହେଉ ବା ଅଭିନୟ ଶୈଳୀ, ଅଭିଷେକଙ୍କ ପ୍ରତ୍ୟେକ କାମରେ ଅମିତାଭଙ୍କ ସହ ତାଙ୍କୁ ତୁଳନା କରାଯିବା ଦ୍ୱାରା ତାଙ୍କୁ ବେଶ୍ କ୍ଷତି ସହିବାକୁ ମଧ୍ୟ ପଡ଼ିଛି। ତେବେ ନିକଟରେ ଅଭିଷେକ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।   ବେଶ୍ କିଛି ଦିନ ହେଲା ବଲିଉଡରେ ନେପୋଟିଜମ ଏକ ପ୍ରସଙ୍ଗ ହୋଇ ଉଠିଥିବା ବେଳେ […]

ନେପୋଟିଜମ୍ ବାବଦରେ ଏମିତି କହିଲେ 'ଛୋଟେ ବଚ୍ଚନ'

abhi

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସବୁବେଳେ ତାଙ୍କ ବାପା ଅର୍ଥାତ୍ ବିଗ୍ ବି ଅମିତାଭଙ୍କ ସହ ତୁଳନା କରାଯାଏ। ସେ କଣ୍ଠସ୍ୱର ହେଉ ବା ଅଭିନୟ ଶୈଳୀ, ଅଭିଷେକଙ୍କ ପ୍ରତ୍ୟେକ କାମରେ ଅମିତାଭଙ୍କ ସହ ତାଙ୍କୁ ତୁଳନା କରାଯିବା ଦ୍ୱାରା ତାଙ୍କୁ ବେଶ୍ କ୍ଷତି ସହିବାକୁ ମଧ୍ୟ ପଡ଼ିଛି। ତେବେ ନିକଟରେ ଅଭିଷେକ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Advertisment

Amitabh Bachchan-Abhishek test positive for COVID-19: Mammootty, Mahesh  Babu, Dhanush, Riteish wish them speedy recovery

ବେଶ୍ କିଛି ଦିନ ହେଲା ବଲିଉଡରେ ନେପୋଟିଜମ ଏକ ପ୍ରସଙ୍ଗ ହୋଇ ଉଠିଥିବା ବେଳେ ଅଭିଷେକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସେ ଆଗକୁ ବଢିବା ପାଇଁ ତାଙ୍କ ବାପା ଅମିତାଭ କେବେ ବି ତାଙ୍କୁ ସହାୟତା କରିନାହାନ୍ତି। ସେ ଆଜି ଯାହା ବି କରିଛନ୍ତି, ନିଜ ଦମରେ କରିଛନ୍ତି ବୋଲି କହିଛନ୍ତି।

amitabh bachchan: Amitabh and Abhishek Bachchan 'clinically stable'; 26  staff members test negative for Covid-19 - The Economic Times

2000 ମସିହାରେ ରିଲିଜ୍ ଫିଲ୍ମ 'ରିଫ୍ୟୁଜି'ରୁ ବଲିଉଡ୍ ଡେବ୍ୟୁ କରିଥିଲେ ଅଭିଷେକ। ଏବେ ନେପୋଟିଜମ୍ ପ୍ରସଙ୍ଗକୁ ନେଇ ସେ କହିଛନ୍ତି, "ମୋର କୌଣସି କାମ ପାଇଁ ବାପା ସୁପାରିଶ କରିନାହାନ୍ତି।"

Advertisment

Abhishek Bachchan remembers working with father Amitabh Bachchan for the  first time in 2005 | Entertainment News,The Indian Express

ସେ ପୁଣି କହିଛନ୍ତି, "ପ୍ରକୃତ କଥା ହେଲା, ବାପା କେବେ ବି ମୋ ପାଇଁ ଫୋନ୍ କରି ସୁପାରିଶ କରି ନାହାନ୍ତି। ସେ କେବେ ମୋ ପାଇଁ କୌଣସି ଫିଲ୍ମ ନିର୍ମାଣ କରି ନାହାନ୍ତି। ବରଂ ମୁଁ ତାଙ୍କ ପାଇଁ ଫିଲ୍ମ ତିଆରି କରିଛି, ଯାହାର ନାଁ ହେଲା 'ପା'। ଲୋକେ ଏହା ଚିନ୍ତା କରୁଥିବେ ଯେ, ଏହା ତ ଏକ ବ୍ୟବସାୟ ଅଟେ।"

वायरल हो रहा है अमिताभ बच्चन के नाम लिखा अभिषेक का लेटर, बिग बी ने किया  शेयर - amitabh bachchan shares abhishek bachchan childhood letter gets  emotional tmov - AajTak

ସେ ଆହୁରି ମଧ୍ୟ କହିଛନ୍ତି, '' ପ୍ରଥମ ଫିଲ୍ମ ପରେ ଯଦି ସେମାନଙ୍କୁ ଆପଣଙ୍କଠାରେ କିଛି ଦେଖାଗଲା ନାହିଁ ବା ଫିଲ୍ମଟି ବ୍ୟବସାୟ କରିପାରିଲା ନାହିଁ। ତେବେ ଆପଣଙ୍କୁ ଦ୍ୱିତୀୟ ଫିଲ୍ମ ମିଳିବ ନାହିଁ। ଆମ ପେସାର ଏହା ହେଉଛି ଅପ୍ରିୟ ସତ। ମୁଁ ଜାଣିଛି, ଯେତେବେଲେ ମୋ ଫିଲ୍ମ ଭଲ ଚାଲେନାହିଁ, ମୁଁ ଜାଣିଛି ସେତେବେଳେ ମୋତେ ଫିଲ୍ମରେ ରିପ୍ଲେସ କରାଯାଇଛି, ଯାହା ମୋତେ ମିଳିପାରିଲା ନାହିଁ। ଯେଉଁ ଫିଲ୍ମ ଆରମ୍ଭ ହେଲା, ସେମାନଙ୍କ ପାଖରେ ବଜେଟ୍ ନ ଥିଲା। କାରଣ ମୁଁ ଯୋଗ୍ୟ ନ ଥିଲି।"

Abhishek Bachchan thanks R Balki as Paa turns 10, reveals a piece of info  you didn't know

"ଦେଖନ୍ତୁ... ଇଏ ହେଉଛନ୍ତି ଅମିତାଭ ବଚ୍ଚନଙ୍କ ପୁଅ। ଇଏ ଚାନ୍ଦି ଚାମଚ ସହ ଜନ୍ମ ହୋଇଛନ୍ତି।" ଏଭଳି କହୁ କହୁ ଏକ ସାକ୍ଷାତକାରରେ ହସିଦେଲେ ଅଭିଷେକ। ଏଠାରେ କହି ରଖୁଛୁ ଯେ, ଅଭିଷେକ ବଚ୍ଚନ ଆମାଜନ ପ୍ରାଇମର ଲୋକପ୍ରିୟ ସିରିଜ୍ 'ବ୍ରିଦ୍-2'ରେ ନଜରକୁ ଆସିଥିଲେ। ଏହି ସିରିଜରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। ତେବେ ଖୁବଶୀଘ୍ର ସେ ହଟଷ୍ଟାରରେ ରିଲିଜ୍ ହେବାକୁ ଥିବା 'ଲୁଡୋ'ରେ ନଜରକୁ ଆସିବେ।

Bollywood Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe