Advertisment

ମା' ଓ ପତ୍ନୀଙ୍କ ମଧ୍ୟରୁ କହାକୁ ଅଧିକ ଭୟ କରନ୍ତି ଅଭିଷେକ?

ମୁମ୍ବାଇ: କରନ୍‌ ଜୋହରଙ୍କ ଟେଲିଭିଜନ୍‌ ଶୋ’ ‘କଫି ୱିଥ୍‌ କରନ୍‌-୬’ର ଆଗାମୀ ଏପିସୋଡ୍‌କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଏହି ଶୋ’ର ଅପ୍‌କମିଂ ଏପିସୋଡ୍‌ରେ ଦୁଇ ଖାସ୍‌ ଅତିଥି ଅଛନ୍ତି ବଚ୍ଚନ ଭାଇ-ଭଉଣୀ, ଶ୍ୱେତା ଓ ଅଭିଷେକ ବଚ୍ଚନ। ରବିବାର ଏହି ଏପିସୋଡ୍‌ର ଟିଜର୍‌ ରିଲିଜ୍‌ ହୋଇଛି। ଟିଜର୍‌ ଦେଖି ଲାଗୁଛି ଯେ କରନ୍‌ଙ୍କ ଆଗରେ ବଚ୍ଚନ ଭାଇ-ଭଉଣୀ ପରସ୍ପରକୁ ଖୁବ୍‌ ଚିଡ଼ାଇଛନ୍ତି। ଏହି କାରଣରୁ ଏହି ଏପିସୋଡ୍‌ ଖୁବ୍‌ ମସାଲାଦାର୍‌ ହେବ ବୋଲି ଆଶା କରାଯାଉଛି। ରିଲିଜ୍‌ […]

ଅଦ୍ୟତନ ହୋଇଛି
ମା' ଓ ପତ୍ନୀଙ୍କ ମଧ୍ୟରୁ କହାକୁ ଅଧିକ ଭୟ କରନ୍ତି ଅଭିଷେକ?

avishek

Advertisment

ମୁମ୍ବାଇ: କରନ୍‌ ଜୋହରଙ୍କ ଟେଲିଭିଜନ୍‌ ଶୋ’ ‘କଫି ୱିଥ୍‌ କରନ୍‌-୬’ର ଆଗାମୀ ଏପିସୋଡ୍‌କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଏହି ଶୋ’ର ଅପ୍‌କମିଂ ଏପିସୋଡ୍‌ରେ ଦୁଇ ଖାସ୍‌ ଅତିଥି ଅଛନ୍ତି ବଚ୍ଚନ ଭାଇ-ଭଉଣୀ, ଶ୍ୱେତା ଓ ଅଭିଷେକ ବଚ୍ଚନ।

Advertisment

ରବିବାର ଏହି ଏପିସୋଡ୍‌ର ଟିଜର୍‌ ରିଲିଜ୍‌ ହୋଇଛି। ଟିଜର୍‌ ଦେଖି ଲାଗୁଛି ଯେ କରନ୍‌ଙ୍କ ଆଗରେ ବଚ୍ଚନ ଭାଇ-ଭଉଣୀ ପରସ୍ପରକୁ ଖୁବ୍‌ ଚିଡ଼ାଇଛନ୍ତି। ଏହି କାରଣରୁ ଏହି ଏପିସୋଡ୍‌ ଖୁବ୍‌ ମସାଲାଦାର୍‌ ହେବ ବୋଲି ଆଶା କରାଯାଉଛି।

ରିଲିଜ୍‌ ହୋଇଥିବା ଟିଜର୍‌ରେ ଅଭିଷେକଙ୍କୁ କରନ୍‌ ପ୍ରଶ୍ନ କରିଛନ୍ତି ଯେ, ସେ(ଅଭିଷେକ) ସବୁଠୁ ଅଧିକା ଭୟ କାହାକୁ କରନ୍ତି, ମା’ ନା ପତ୍ନୀ ?

Advertisment

publive-imageକରନ୍‌ଙ୍କ ପ୍ରଶ୍ନର ଉତ୍ତରରେ ଅଭିଷେକ କହିଥିଲେ ଯେ ସେ ମା’ ଜୟା ବଚ୍ଚନଙ୍କୁ ଖୁବ୍‌ ଡରନ୍ତି। କିନ୍ତୁ କରନ୍‌ ଓ ଅଭିଷେକ୍‌ଙ୍କ ଏହି କଥାବାର୍ତ୍ତାରେ ମଝିରେ ଶ୍ୱେତା କହିଥିଲେ କି, ଅଭିଷେକ୍‌ ସବୁଠୁ ଅଧିକ ଭୟ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କରନ୍ତି।
ଶ୍ୱେତାଙ୍କ ଜବାବ ଶୁଣି ତତ୍‌କ୍ଷଣାତ୍‌ ଅଭିଷେକ୍‌ ତାଙ୍କୁ ରୋକି କହିଥିଲେ, ‘କରନ୍‌ଙ୍କ ରାପିଡ୍‌ ଫାୟାର୍‌ ରାଉଣ୍ଡ୍‌ ମୋ ସହିତ ଚାଲିଛି, ତେଣୁ ଉତ୍ତର ମୁଁ ହିଁ ଦେବି।’

ଶୋ’ର ଟିଜର୍‌ ଖୁବ୍‌ ମଜାଦାର ହୋଇଛି। ତେବେ ପୂରା ଏପିସୋଡ୍‌ରେ ଏହି ଦୁଇ 'ବଚ୍ଚନ' ଭାଇ-ଭଉଣୀ ସେମାନଙ୍କ ପରିବାରର ଆଉ କେଉଁ ସବୁ ରାଜ୍‌ ଫ୍ୟାନ୍‌ଙ୍କ ସହ ଶେଆର କରିବେ, ତାହା ଦେଖିବା ବାକି ରହିଲା।

ଫିଲ୍ମ କଥା କହିଲ ଅଭିଶେକ ଆଗକୁ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟଙ୍କ ସହ କାମ କରିବେ। ଦୁହିଁଙ୍କ ଆଗାମୀ ଫିଲ୍ମର ନାଁ ହେଉଛି ‘ଗୁଲାବ ଜାମୁନ୍’। କିନ୍ତୁ ଫିଲ୍ମକୁ ନେଇ ଏ ପର୍ଯ୍ୟନ୍ତ କିଛି ସାର୍ବଜନୀନ ଘୋଷଣା ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe