Advertisment

‘ବବ୍‌ ବିଶ୍ୱାସ’କୁ ନେଇ ଉତ୍ସାହିତ ଅଛନ୍ତି ଅଭିଷେକ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷଥର ପାଇଁ ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମନମର୍ଜିୟାଁ’ରେ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ତାଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ବବ୍ ବିଶ୍ୱାସ’। ନିକଟରେ ସେ ଏ ଫିଲ୍ମକୁ ନେଇ ଏକ ଅପ୍‌ଡେଟ୍ ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମା ଷ୍ଟୋରୀରେ ଫିଲ୍ମର ସ୍କ୍ରିପ୍ଟ ଶେଆର୍ କରିଛନ୍ତି। ଏଥିରେ ଫିଲ୍ମର ନାମ ଓ ଲେକ ସୁଜୟ ଘୋଷଙ୍କ ନାଁ ବି ଦେଖିବାକୁ ମିଳିଛି। ଏହି […]

‘ବବ୍‌ ବିଶ୍ୱାସ’କୁ ନେଇ ଉତ୍ସାହିତ ଅଛନ୍ତି ଅଭିଷେକ

aaa3

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷଥର ପାଇଁ ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମନମର୍ଜିୟାଁ’ରେ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ତାଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ବବ୍ ବିଶ୍ୱାସ’। ନିକଟରେ ସେ ଏ ଫିଲ୍ମକୁ ନେଇ ଏକ ଅପ୍‌ଡେଟ୍ ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମା ଷ୍ଟୋରୀରେ ଫିଲ୍ମର ସ୍କ୍ରିପ୍ଟ ଶେଆର୍ କରିଛନ୍ତି। ଏଥିରେ ଫିଲ୍ମର ନାମ ଓ ଲେକ ସୁଜୟ ଘୋଷଙ୍କ ନାଁ ବି ଦେଖିବାକୁ ମିଳିଛି। ଏହି ଫଟୋ ଶେଆର୍ କରିବା ସହିତ ଅଭିଷେକ ଲେଖିଛନ୍ତି ଯେ ପ୍ରସ୍ତୁତ ହେବା ସମୟ ଆସିଗଲା।

Advertisment

ସୂଚନାଯୋଗ୍ୟ, ୨୦୧୨ରେ ରିଲିଜ୍‌ ହୋଇଥିବା ବିଦ୍ୟା ବାଲାନ୍‌ଙ୍କ ‘କାହାନୀ’ ଫିଲ୍ମରେ ‘ବବ୍ ବିଶ୍ୱାସ’ ନାମରେ ଏକ ଚରିତ୍ର ଥିଲା। ଅଭିଷେକଙ୍କ ଫିଲ୍ମ ଏହି ଚରିତ୍ର ଉପରେ ଆଧାରିତ ହୋଇଛି। ଗତବର୍ଷ ନଭେମ୍ୱରରେ ଶାହରୁଖ୍‌ ଖାନ୍‌ ଘୋଷଣା କରିଥିଲେ ଯେ ‘ବବ୍‌ ବିଶ୍ୱାସ’ ଫିଲ୍ମରେ ଅନ୍ନପୂର୍ଣ୍ଣା ଘୋଷ୍‌ ନିର୍ଦ୍ଦେଶନ ଦେବେ ଓ ଅଭିଷେକ ବଚ୍ଚନ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମଟି ଶାହାରୁଖ ଖାନ୍‌ଙ୍କ ବ୍ୟାନରରେ ତିଆରି କରାଯାଉଛି।

https://www.instagram.com/p/B6zqDdypykP/?utm_source=ig_web_copy_link

କେବଳ ‘ବବ୍‌ ବିଶ୍ୱାସ’ ନୁହେଁ, ଅଭିଷେକ ‘ବିଗ୍‌ ବୁଲ୍‌’ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଏହି ଫିଲ୍ମରେ କୁକୀ ଗୁଲାଟି ନିର୍ଦ୍ଦେଶନା ଦେଉଛନ୍ତି। କିଛି ଦିନ ତଳେ ଅଭିଷେକ ସୋଶାଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍‌କୁ ମଧ୍ୟ ଶେଆର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ଦ ବିଗ୍‌ ବୁଲ୍‌...ସେହି ବ୍ୟକ୍ତି ଯିଏ ଭାରତକୁ ସ୍ୱପ୍ନ ବିକ୍ରି କରିଥିଲା।’

Advertisment

ଏବେ କେବଳ ଦେଖିବାକୁ ବାକି ରହିଲା, ପୁଣିଥରେ ପରଦାକୁ ଫେରିଥିବା ଅଭିଷେକ ବଚ୍ଚନଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ମନକୁ ଛୁଇଁ ପାରୁଛି ନା ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe