Advertisment

ଥମିନି ଛାଡ଼ପତ୍ର ଗୁଜବ, ଐଶ୍ୱର୍ଯ୍ୟାଙ୍କ ଫ୍ୟାମିଲି ପାର୍ଟିକୁ ଆସିଲେନି ଅଭିଷେକ

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡ଼ପତ୍ର ଚର୍ଚ୍ଚା ଥମୁନି। ମାଆ ବୃନ୍ଦା ଓ ଝିଅ ଆରାଧ୍ୟାଙ୍କୁ ଧରି ଜନ୍ମଦିନ ପାର୍ଟିରେ ପହଞ୍ଚିଲେ ଐଶ୍ୱର୍ଯ୍ୟା। ଆସିଲେନି ଅଭିଷେକ।

ଅଦ୍ୟତନ ହୋଇଛି
Aishwarya Rai Family Gathering

Aishwarya Rai Family Gathering

Advertisment

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ଆରମ୍ଭରୁ ଚର୍ଚ୍ଚାରେ। ବିବାହ ପରଠାରୁ ଦମ୍ପତିଙ୍କ ଜୀବନରେ ଯାହା ବି ଘଟୁଛି, ସମସ୍ତଙ୍କ ନଜର ତାହା ଉପରେ। ବର୍ତ୍ତମାନ ସମୟରେ ଷ୍ଟାର ଦମ୍ପତିଙ୍କ ସମ୍ପର୍କ ଠିକ ଚାଲିନଥିବା ଚର୍ଚ୍ଚା ଉଭୟଙ୍କୁ ଆଲୋଚନାର କେନ୍ଦ୍ରରେ ରଖିଛି। ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହ ଉତ୍ସବରେ ଉଭୟ ପୃଥକ ଭାବେ ପହଞ୍ଚିବା ପରଠାରୁ ସେମାନଙ୍କ ସମ୍ପର୍କ ଠିକ ନାହିଁ ଏବଂ ଖୁବଶୀଘ୍ର ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ମଙ୍ଗଳବାର ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ଯାହାର ଫଟୋ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଆଉ ସବୁଠାରୁ ବଡ଼କଥା ହେଉଛି, ଏହି ଫଟୋରେ ଅଭିଷେକଙ୍କୁ ଦେଖିବାକୁ ମିଳିନାହିଁ।

Advertisment

ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଫଟୋରେ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ମାଆ ବୃନ୍ଦା ରାୟ ଓ ଅନ୍ୟ ସମ୍ପର୍କୀୟ ଭାଇଭଉଣୀଙ୍କ ସହ ଏକ ଜନ୍ମଦିନ ପାଳନ ଅବସରରେ ଏକାଠି ହୋଇଥିବା ଦେଖିବାକୁ ମିଳୁଛି। ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ମଧ୍ୟ ନଜର ଆସିଛନ୍ତି। ହେଲେ ଏହି ଫଟୋରେ ଅଭିଷେକଙ୍କ ଅନୁପସ୍ଥିତି ନାନା ପ୍ରଶ୍ନ ସୃଷ୍ଟି କରିଛି। ଛାଡ଼ପତ୍ର ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟା ନିଜ ଝିଓ ଓ ମାଆଙ୍କ ସହ ଯେତେବେଳେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ସେଠାରେ କିନ୍ତୁ ଅଭିଷେକଙ୍କୁ ଦେଖିବାକୁ ମିଳିନାହିଁ।

ଏପ୍ରିଲ ୨୦୦୭ରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନଭେମ୍ବର ୨୦୧୧ରେ ଏହି ଷ୍ଟାର ଦମ୍ପତିଙ୍କ ଝିଅ ଆରାଧ୍ୟାଙ୍କର ଜନ୍ମ। ହେଲେ ବିବାହର ୧୭ ବର୍ଷ ପରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଗୁଜବ ଗତ କିଛିମାସ ହେବ ଆରମ୍ଭ ହୋଇଛି। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଯେତେବେଳେ ଦେଶବାସୀଙ୍କ ନଜର ରହିଥିଲା, ସେତେବେଳେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରଠାରୁ ପୃଥକ ଭାବେ ନଜର ଆସିଥିଲେ।

Advertisment
Abhishek Bachchan Aishwarya Rai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe