Advertisment

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣ ଅଭିଷେକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଛି

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି, ସେ ଜଣେ ଭଲ ଝିଅ, ବୋହୂ, ପତ୍ନୀ ଓ ମା’ ମଧ୍ୟ। ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି। ନିକଟରେ ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମରେ ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏ କଥା କହିଥିଲେ। ତେବେ ଐଶ୍ୱର୍ଯ୍ୟାଙ୍କ ଆଉ ଏକ ଗୁଣ ଅଭିଷେକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରେ। ଏ ବିଷୟରେ ସେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ଅଭିଷେକ କହିଥିଲେ […]

ଅଦ୍ୟତନ ହୋଇଛି
ଐଶ୍ୱର୍ଯ୍ୟାଙ୍କ ଏହି ଗୁଣ ଅଭିଷେକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଛି

avishek

Advertisment

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି, ସେ ଜଣେ ଭଲ ଝିଅ, ବୋହୂ, ପତ୍ନୀ ଓ ମା’ ମଧ୍ୟ। ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି।

Advertisment

ନିକଟରେ ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମରେ ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏ କଥା କହିଥିଲେ। ତେବେ ଐଶ୍ୱର୍ଯ୍ୟାଙ୍କ ଆଉ ଏକ ଗୁଣ ଅଭିଷେକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରେ। ଏ ବିଷୟରେ ସେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ।

ଅଭିଷେକ କହିଥିଲେ ଯେ ଐଶ୍ୱର୍ଯ୍ୟାଙ୍କ ଠାରୁ ପ୍ରଫେସ୍‌ନାଲିଜିମ୍ ଶିଖିଛି। ସେ ନିଜ କାମ ଛଡ଼ା ଅନ୍ୟ କୌଣସି ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତି ନାହିଁ। ନିଜ ବୃତ୍ତି ପ୍ରତି ସେ ପୂରା ସମର୍ପିତ। ଆଉ ଏହା ତାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଛି।

Advertisment

[caption id="attachment_284492" align="aligncenter" width="750"]aish image credit- india today[/caption]

ସେ କହିଥିଲେ ଯେ ଐଶ୍ୱର୍ଯ୍ୟା କେବେ କୌଣସି କଥାରେ ଅଭିଯୋଗ କରନ୍ତି ନାହିଁ। ସେ ଜଣେ ସାଧାରଣ ମହିଳାଙ୍କ ଭଳି। ପ୍ରଥମ ଦେଖାରେ ହିଁ ସେ ଏ କଥା ଜାଣିପାରିଥିଲେ ବୋଲି କହିଥିଲେ।

ଅଭିଷେକ ଆହୁରି କହିଥିଲେ, ଐଶ୍ୱର୍ଯ୍ୟା ସବୁ କଥାକୁ ବଢ଼ିଆ ଢଙ୍ଗରେ ପରିଚାଳନା କରନ୍ତି। ମୋତେ ଜଣାନାହିଁ ସେ ଏମିତି କେମିତି କରିପାରନ୍ତି।

ସୂଚନାଯୋଗ୍ୟ, ୨୦୦୭ରେ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା। ସେମାନେ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି। ‘ଢାଇ ଅକ୍ଷର ପ୍ରେମ୍‌ କେ’, ‘କୁଛ୍ ନା କହୋ’, ‘ଗୁରୁ’, ‘ବଣ୍ଟି ଔର ବବ୍‌ଲି’, ‘ଉମ୍‌ରାଓ ଜାନ୍’, ‘ଧୂମ-୨’, ‘ରାବଣ’ ଓ ‘ସରକାର୍ ରାଜ୍’ ଆଦି ଫିଲ୍ମରେ ସେମାନେ ଏକାଠି କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe