Advertisment

ଟ୍ରୋଲର୍ ପଚାରିଲେ 'ଡ୍ରଗ୍ସ ହେ କ୍ୟା?', ଅଭିଷେକ କହିଲେ...

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ଖାଲି ଏତିକି ନୁହେଁ ୟୁଜର୍ସଙ୍କ କମେଣ୍ଟର ଜବାବ ବି ଦିଅନ୍ତି, ଯାହାର ଏକ ଉଦାହରଣ ପୁଣି ଦେଖିବାକୁ ମିଳିଛି। ଜଣେ ୟୁଜରଙ୍କୁ କଡ଼ା ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବଲିଉଡର ଜୁନିୟର ବଚ୍ଚନ। ଆଜିକାଲି ବଲିଉଡ୍ ଡ୍ରଗ୍ସ କନେକ୍ସନକୁ ନେଇ ଚର୍ଚ୍ଚା ଜୋରଶୋର୍ ଚାଲିଛି। ଦୀପିକା ପାଦୁକୋନଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଚ୍ଯାଟରେ ଦୀପିକା […]

ଅଦ୍ୟତନ ହୋଇଛି
ଟ୍ରୋଲର୍ ପଚାରିଲେ 'ଡ୍ରଗ୍ସ ହେ କ୍ୟା?', ଅଭିଷେକ କହିଲେ...

abhishek

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ଖାଲି ଏତିକି ନୁହେଁ ୟୁଜର୍ସଙ୍କ କମେଣ୍ଟର ଜବାବ ବି ଦିଅନ୍ତି, ଯାହାର ଏକ ଉଦାହରଣ ପୁଣି ଦେଖିବାକୁ ମିଳିଛି। ଜଣେ ୟୁଜରଙ୍କୁ କଡ଼ା ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବଲିଉଡର ଜୁନିୟର ବଚ୍ଚନ।

Advertisment

ଆଜିକାଲି ବଲିଉଡ୍ ଡ୍ରଗ୍ସ କନେକ୍ସନକୁ ନେଇ ଚର୍ଚ୍ଚା ଜୋରଶୋର୍ ଚାଲିଛି। ଦୀପିକା ପାଦୁକୋନଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଚ୍ଯାଟରେ ଦୀପିକା କହିଥିଲେ- 'ମାଲ୍ ହେ କ୍ୟା?', ଯାହାକୁ ନେଇ ଲଗାତର ସୋଶାଲ ମିଡିଆରେ ମିମ୍ ଦେଖିବାକୁ ମିଳୁଛି।

ଏହାକୁ ନେଇ ଅଭିଷେକ ବଚ୍ଚନଙ୍କୁ ଜଣେ ୟୁଜସ ଟ୍ରୋଲ୍ କରିଛନ୍ତି। ସେ ଲେଖିଛନ୍ତି, "ହାଶ୍ ହେ କ୍ୟା?" ହେଲେ ଅଭିଷେକ ଚୁପ୍ ନ ରହି ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ନା', କ୍ଷମା କରିବେ। ଏମିତି କରନ୍ତୁ ନାହିଁ। ହେଲେ ମୋତେ ତୁମକୁ ସାହାଯ୍ୟ କରି ଖୁସି ଅନୁଭବ ହେବ। ମୋର ବିଶ୍ୱାସ ୟେ, ମୁମ୍ବାଇ ପୁଲିସ ତୁମର ଆବଶ୍ୟକତା ଜାଣି ଖୁସି ହେବେ ଏବଂ ତୁମର ସହାୟତା କରିବେ।

Advertisment

ଅଭିଷେକଙ୍କ ଏଭଳି ଜବାବ ପରେ ଟ୍ରୋଲର୍ ଚୁପ୍ ରହିନାହାନ୍ତି। ସେ ପୁଣି ଲେଖିଛନ୍ତି, "ଆପଣଙ୍କ ପିଆର ମୋତେ ନିର୍ଯାତନା ଦେଉଛନ୍ତି। ନିର୍ଲଜ ବଚ୍ଚନ।" ତେବେ ଅଭିଷେକ ପୁଣି ଏହାର ଜବାବ ଦେଇ ଲେଖିଛନ୍ତି, ମାଡାମ୍ ମୋର କେହି ପିଆର୍ ନାହାନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe