Advertisment

ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ଅଭିଷେକ

ମୁମ୍ବାଇ: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବଲିଉଡ୍ ସେଲେବ୍ରିଟିମାନେ ସହଯୋଗର ହାତ ବଢ଼ାଇଛନ୍ତି। ସୋଶାଲ ମିଡିଆରେ ଭିଡିଓ ଜାରି କରି ସଫା ସୁତୁରା ରହିବା ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଏହାରି ମଧ୍ୟରେ କିଛି ଲୋକ ସେମାନଙ୍କୁ ଟ୍ରୋଲ୍ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଜଣେ ଟ୍ୱିଟର ୟୁଜର ଅଭିଷେକ ବଚ୍ଚନଙ୍କୁ ସୋଶାଲ ମିଡିଆରେ ଟ୍ରୋଲ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଏହାର କଡ଼ା ଜବାବ ଦେଇଛନ୍ତି । ସେହି ୟୁଜର ଅଭିଷେକଙ୍କୁ […]

ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ଅଭିଷେକ

abhisek

Advertisment

ମୁମ୍ବାଇ: ମହାମାରୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବଲିଉଡ୍ ସେଲେବ୍ରିଟିମାନେ ସହଯୋଗର ହାତ ବଢ଼ାଇଛନ୍ତି। ସୋଶାଲ ମିଡିଆରେ ଭିଡିଓ ଜାରି କରି ସଫା ସୁତୁରା ରହିବା ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଏହାରି ମଧ୍ୟରେ କିଛି ଲୋକ ସେମାନଙ୍କୁ ଟ୍ରୋଲ୍ କରିବାକୁ ମଧ୍ୟ ପଛାଉ ନାହାନ୍ତି।

Advertisment

ଜଣେ ଟ୍ୱିଟର ୟୁଜର ଅଭିଷେକ ବଚ୍ଚନଙ୍କୁ ସୋଶାଲ ମିଡିଆରେ ଟ୍ରୋଲ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଏହାର କଡ଼ା ଜବାବ ଦେଇଛନ୍ତି ।

ସେହି ୟୁଜର ଅଭିଷେକଙ୍କୁ ଟାର୍ଗେଟ କରି ଲେଖିଥିଲେ- ଏପରି ଅଶାନ୍ତ ପରିସ୍ଥିତିରେ ଆପଣ ଘରେ ବସିଲେ କ’ଣ ସବୁ ଫାଇଦା ହେବ, ଆପଣ ଲୋକମାନଙ୍କୁ ଶିଖାଇବା ଉଚିତ୍ । କାରଣ ଆପଣଙ୍କ ପାଖରେ ଏହାର ବହୁତ ଅଭିଜ୍ଞତା ରହିଛି । ଦୟାକରି ମୋ ଥଟ୍ଟା ପରିହାସକୁ ହାଲକା ଭାବରେ ନେବ । ବ୍ୟକ୍ତିଗତ ଭାବରେ ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ ।

Advertisment

ଏହି ଟ୍ୱିଟର ଜବାବ ଦେଇ ଅଭିଷେକ ଲେଖିଛନ୍ତି, ଏପରି ପରାମର୍ଶ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କୁ ସମ୍ମାନ ଜଣାଇ ମୁଁ କହିବାକୁ ଚାହୁଁଛି ଯେ, ଏବେ ଥଟ୍ଟାମଜା କରିବା ସମୟ ନୁହେଁ ।  ନିଜର ଓ ପରିବାରର ଧ୍ୟାନ ନିଅନ୍ତୁ ଏବଂ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରନ୍ତୁ ।

ସୋଶାଲ ମିଡିଆରେ ଅଭିଷେକଙ୍କ ଏହି ଟ୍ୱିଟ ଭାଇରାଲ୍ ହେବାରେ ଲାଗିଛି। ଏମିତି ଢଙ୍ଗରେ ଜବାବ ଦେଇଥିବାରୁ ଫ୍ୟାନ୍‌ମାନେ ତାଙ୍କୁ ବେଶ୍ ପ୍ରଶଂସା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe