Advertisment

ଶାହାରୁଖ୍‌ଙ୍କ ଫିଲ୍ମରେ ଅଭିଷେକ

ମୁମ୍ବାଇ: ଅଭିଷେକ ବଚ୍ଚନ ଅନେକ ଦିନ ହେଲାଣି ଫିଲ୍ମରୁ ଦୂରେଇ ରହିଛନ୍ତି। ଏଣୁ ଲୋକମାନେ ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ ଯେ ତାଙ୍କୁ ଆଉ ଫିଲ୍ମ ମିଳୁନାହିଁ। ହେଲେ ଅଭିଷେକ ନିଜ ନୂଆ ଫିଲ୍ମ ବିଷୟରେ ଘୋଷଣା କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ସେ ଆଗକୁ ଶାହାରୁଖ ଖାନ୍‌ଙ୍କ ଫିଲ୍ମରେ ଅଭିନୟ କରିବେ। ଶାହାରୁଖ ଖାନ୍‌ଙ୍କ ପ୍ରଡକ୍ସନ୍ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟର ଫିଲ୍ମ ‘ବବ୍‌ ବିଶ୍ୱାସ୍’ରେ ଅଭିଷେକ ନଜର ଆସିବେ। ଏ ସମ୍ପର୍କିତ […]

ଶାହାରୁଖ୍‌ଙ୍କ ଫିଲ୍ମରେ ଅଭିଷେକ

bachhan

Advertisment

ମୁମ୍ବାଇ: ଅଭିଷେକ ବଚ୍ଚନ ଅନେକ ଦିନ ହେଲାଣି ଫିଲ୍ମରୁ ଦୂରେଇ ରହିଛନ୍ତି। ଏଣୁ ଲୋକମାନେ ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ ଯେ ତାଙ୍କୁ ଆଉ ଫିଲ୍ମ ମିଳୁନାହିଁ। ହେଲେ ଅଭିଷେକ ନିଜ ନୂଆ ଫିଲ୍ମ ବିଷୟରେ ଘୋଷଣା କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ସେ ଆଗକୁ ଶାହାରୁଖ ଖାନ୍‌ଙ୍କ ଫିଲ୍ମରେ ଅଭିନୟ କରିବେ।

Advertisment

ଶାହାରୁଖ ଖାନ୍‌ଙ୍କ ପ୍ରଡକ୍ସନ୍ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟର ଫିଲ୍ମ ‘ବବ୍‌ ବିଶ୍ୱାସ୍’ରେ ଅଭିଷେକ ନଜର ଆସିବେ। ଏ ସମ୍ପର୍କିତ ସୂଚନା ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶାହାରୁଖଙ୍କ ସହ ଏକ ଫଟୋ ଶେଆର କରି ଦେଇଛନ୍ତି। ଏହି ଫିଲ୍ମଟି ସୁଜୟ ଘୋଷ୍‌ଙ୍କ ଫିଲ୍ମ ‘କାହାନୀ’ର ସିକ୍ୱେଲ୍‌ ହେବ। ଏହାର କାହାଣୀ ସିରିଏଲ୍‌ କିଲର୍ ‘ବବ୍‌ ବିଶ୍ୱାସ୍‌’ ଉପରେ ଆଧାରିତ ହେବ।

https://www.instagram.com/p/B5R9pBYJd9T/?utm_source=ig_web_copy_link

‘କାହାନୀ’ରେ ବବ୍‌ ବିଶ୍ୱାସ୍‌ଙ୍କ ଚରିତ୍ରରେ ବଙ୍ଗୀୟ ଅଭିନେତା ଶାଶ୍ୱତ ଚାଟାର୍ଜୀ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାର ସିକ୍ୱେଲ୍‌ ପାଇଁ ଶାହାରୁଖଙ୍କ ପ୍ରଡକ୍ସନ୍‌ ହାଉସ୍‌ ସହ ସୁଜୟ ଘୋଷଙ୍କ ପ୍ରଡକ୍ସନ୍‌ କମ୍ପାନୀ ହାତ ମିଶାଇଛି। ସୂଚନା ଅନୁଯାୟୀ, ଏହି ଫିଲ୍ମର ନିର୍ଦ୍ଦେଶନା ସୁଜୟଙ୍କ ଝିଅ ଦିୟା ଘୋଷ ଦେବେ। ଏହା ସହିତ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ।

Advertisment

https://twitter.com/RedChilliesEnt/status/1198866193345462272

ଏହି ଫିଲ୍ମରେ ଅଭିଷେକ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ‘କାହାନୀ’ରେ ଅଭିନୟ କରିଥିବା ବିଦ୍ୟା ବାଲନ୍‌ ଏଥିରେ ରହିବେ କି ନାହିଁ, ତାହା ଜଣାପଡ଼ିନି। ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପା’ରେ ଅଭିଷେକ ଓ ବିଦ୍ୟା ଏକାଠି କାମ କରିଥିଲେ।

‘ବବ୍‌ ବିଶ୍ୱାସ୍‌' ଆସନ୍ତାବର୍ଷ ରିଲିଜ୍‌ ହେବ। ଏହାର ଶୁଟିଂ ଆସନ୍ତା ବର୍ଷ ଜାନୁଆରୀରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe